ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୬ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ଏକ ଅନ୍ତର୍ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ସହରର ଉନ୍ନତୀକରଣରେ ନିୟୋଜିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ସହରର କୌଣସି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ଆଳରେ ଅନ୍ୟ ପ୍ରକଳ୍ପ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି। ବିଏମ୍‌ସି ପକ୍ଷରୁ ହାତକୁ ନିଆଯାଇଥିବା ପ୍ରକଳ୍ପ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତଙ୍କ ସହଯୋଗରେ ସମାପ୍ତ ହେବ, ସେନେଇ ଆଲୋଚନା ହୋଇଥିଲା। ଏହି କ୍ରମରେ ସମ୍ଭାବ୍ୟ କୃତ୍ରିମ ବନ୍ୟା ଉପରେ କିପରି ରୋକ ଲଗାଯାଇପାରିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଏସ୍‌ପ୍ଲାନାଡେ, ରଥରୋଡ୍‌, ଶ୍ୟାମପୁରସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ସମ୍ମୁଖ, ଶିଶୁ ଭବନଠାରୁ ରାମମନ୍ଦିର ରାସ୍ତାରୁ ଡ୍ରେନ୍‌ ସମସ୍ୟାକୁ କିପରି ଲାଘବ କରାଯିବ, ସେନେଇ ବିଭାଗ ଧ୍ୟାନ ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପାହାଳଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ ଥିବା ଡ୍ରେନ୍‌ ସଫେଇ, କସ୍‌ମୋପୋଲିସ୍ଥିତ ଡ୍ରେନ୍‌-୯ର ପ୍ରକ୍ରିୟାକରଣ ନେଇ ଏନ୍‌ଏଚ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ତେବେ ଜଳ ସମ୍ପଦ ବିଭାଗର ପ୍ରାଚୀ ଡିଭିଜନ୍‌ ପକ୍ଷରୁ ଦୟା ୱେଷ୍ଟ କେନାଲ, ପୁରୀ ମୁଖ୍ୟ କେନାଲର ପରିଷ୍କରଣ ସମ୍ପର୍କରେ ବିବରଣୀ ଦିଆଯାଇଥିଲା। ୪ ନଂ. ୱାର୍ଡ଼ ଅନ୍ତର୍ଗତ ଗଙ୍ଗୁଆ ଏବଂ ପ୍ରାଚୀଧାରା ସହ ସମ୍ପୃକ୍ତ ଉଚ୍ଛେଦ ପ୍ରକ୍ରିୟାର ମଧ୍ୟ ବିବରଣୀ ରଖାଯାଇଥିଲା। ସେହିପରି ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଏବଂ ଚନ୍ଦକା ଶିଳ୍ପାଞ୍ଚଳ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ଇଡ୍‌କୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗୌରୀନଗରସ୍ଥିତ ଡ୍ରେନ୍‌ ୭ନଂ.ରୁ ହ୍ୟୁମ୍‌ ପାଇପ୍‌ କଲ୍‌ଭର୍ଟ ବାହାର କରାଯିବା ନେଇ କାର୍ଯ୍ୟର ବିବରଣୀ ରଖିବା ପାଇଁ ୱାଟ୍‌କୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପମ୍ପିଂ ଷ୍ଟେଶନ୍‌, ଯମୁନା ଜଳାଶୟସ୍ଥ ଡ୍ରେନ୍‌ ୧ନଂ.ରୁ ସ୍ବେରେଜ୍‌ ଚାମ୍ବର ପ୍ରତ୍ୟାହୃତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଦମକଳ, ଟ୍ରାଫିକ୍‌, ଜଙ୍ଗଲ ଓ ବିଦ୍ୟୁତ୍‌ ବିଭଗର ସହଯୋଗ କାମନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳଧାରଣାରୁ ମିଳିଲା ବିଜେଡି ନେତାଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖାଅଛି ମୋ ମୃତ୍ୟୁ ପାଇଁ…

ଝାରସୁଗୁଡ଼ା, ୨୩।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରରେ ଏକ ଚାଞ୍ଚଲ୍ୟକର ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍‌ ଏସୋସିଏସନର ପୂର୍ବତନ ସଭାପତି ତଥା ସ୍ଥାନୀୟ…

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର,୨୩।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ…

India-Pakistan Basmati Rice: ହର୍ମୁଜ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ଗେମ ପ୍ଲାନ, ଭାରତକୁ ଲାଗିବ ଶକ୍ତ ଧକ୍କା!

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ପାକିସ୍ତାନ ଦୀର୍ଘ ଦିନ ଧରି ବାସୁମତୀ ଚାଉଳକୁ ନେଇ ପ୍ରତିଦ୍ୱନ୍ଦ୍ୱିତାରେ ବ୍ୟସ୍ତ ଅଛନ୍ତି। ଉଭୟ ଦେଶ ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ବଜାରରେ ବିକ୍ରୟ…

କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟାର୍ମରଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ…

ବୈଭବ ସୂର୍ଯ୍ୟବଂଶୀ ପହଞ୍ଚିବା ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିଲେ ତାଙ୍କ ବାପା, ବିଶ୍ୱର ପ୍ରମୁଖ ବ୍ୟବସାୟୀଙ୍କଠାରୁ ଶୁଣିଲେ ପୁଅର ପ୍ରଶଂସା

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟକୁ ଝଡ଼ରେ ପରିଣତ କରିଥିବା ବିହାରର ସମସ୍ତିପୁରର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଯିବା…

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

ହଠାତ୍‌ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ: ମୋଦି ସରକାରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି। ସେ ମୋଦି ସରକାରରେ ମତ୍ସ୍ୟପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri