ନିରାଡମ୍ବରରେ ପାଳନ ହେଲା ଶୀତଳଷଷ୍ଠୀ

ବଲାଙ୍ଗୀର ଅଫିସ, ୨୭ା୫-କରୋନା ମହାମାରୀ ଚଳିତବର୍ଷର ଶୀତଳଷଷ୍ଠୀ ପୂଜନୋତ୍ସବକୁ ଅନାକର୍ଷଣୀୟ କରିଦେଇଥିଲେ ମଧ୍ୟ ଭକ୍ତଙ୍କ ଆସ୍ଥାକୁ କମାଇ ପାରିନାହିଁ ା ବଲାଙ୍ଗୀରରେ କରୋନା ମହାମାରୀକୁ ଆଖି ଆଗରେ ରଖି ଭକ୍ତ ଓ ସଚେତନ ନାଗରିକମାନେ ନିରାଡମ୍ବର ଭାବେ ଶୀତଳଷଷ୍ଠୀ ପୂଜା ପାଳନ କରିଛନ୍ତି ା ବୁଧବାର ଯଥାରୀତି ଅନୁସାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଶିବବିବାହ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀ ଉତ୍ସବ ପାଇଁ ସର୍ବପ୍ରଥମେ ଅକ୍ଷୟ ତୃତୀୟ ଦିନ ଥାଳଉଠା କାର୍ଯ୍ୟକ୍ରମ ଓ ପରବର୍ତ୍ତି ପର୍ଯ୍ୟାୟରେ ପତରପେଣ୍ଡି ଓ ଦେବନିମନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ା ବୁଧବାର ସକାଳେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା ା ଏହି ବିବାହ ଉତ୍ସବରେ ରାଧାରଣୀପଡା ତରଫରୁ କନ୍ୟାପିତା-ମାତା ଭାବେ ଦୀପକ ଚୌଧୁରୀ ଓ ଜାନ୍ମବୀ ଚୌଧୁରୀ ଦାୟିତ୍ୱ ତୁଲାଇଥିଲେ ା ବରପିତା-ମାତା ଭାବେ ଭୁଜନ୍ଦର ସେଠ ଓ ସୁନିତା ସେଠ ଦାୟିତ୍ୱ ତୁଲାଇଥିଲେ ା ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ୧୯ କଟକଣା ଓ ସର୍ତ୍ତାବଳୀକୁ ପାଳନ ପୂର୍ବକ ଦେବଦମ୍ପତ୍ତିଙ୍କ ବିବାହ ସମ୍ପାଦିତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

ବଲାଙ୍ଗୀରରେ ଆୟୁର୍ବେଦ ଦିବସ: ସୁସ୍ଥ ଆହାରକୁ ନେଇ…

ବଲାଙ୍ଗୀର,୨୩ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ବୁଧବାର ୧୧ତମ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଏହାକୁ ବଲାଙ୍ଗୀର ବନଖଣ୍ଡ ଅଧିକାରୀ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?