ନିଯୁକ୍ତିରେ ଜାଲିଆତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି

ବରୀ,୨ା୯(ସ୍ବ.ପ୍ର) : ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟରେ କର୍ମଚାରୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଅଭିଯୋଗ ଜିଲାପାଳଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ହୋଇଛି। ନିରପେକ୍ଷ ତଦନ୍ତ କରାଗଲେ କର୍ମଚାରୀ ନିଯୁକ୍ତି ଜାଲିଆତିର ପର୍ଦ୍ଦାଫାସ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜଣାଯାଇଛି ଯେ, ୧୯୮୭ ଓ ୧୯୯୦ ମସିହାରୁ ୪ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଥିଲେ। ଏବେ ସେମାନଙ୍କ ଚାକିରିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିମାସ ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ ନିଜସ୍ବ ପାଣ୍ଠିରୁ କିଛିକିଛି ଅର୍ଥ ପ୍ରଦାନ କରୁଥିଲେ। ୨୦୦୮ରେ କଲେଜ ସରକାରୀ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ହଠାତ୍‌ ସେହି ସମୟରେ କଲେଜ କର୍ତ୍ତୃପକ୍ଷ ତଥା ସଭାପତି, ସମ୍ପାଦକ, ପରିଚାଳନା କମିଟି ସଦସ୍ୟମାନେ ଅନୈତିକ ଉପାୟରେ ସେମାନଙ୍କ ସମ୍ପର୍କୀୟଙ୍କୁ କର୍ମଚାରୀଭାବେ ନିଯୁକ୍ତି ଦେଇ ସରକାରୀ ଅନୁଦାନ ପାଇବାରେ ସହାୟକ ହୋଇଥିଲେ। ଯୋଗ୍ୟତା ନ ଥାଇ ବି ଅସାଧୁ ଉପାୟରେ ନିଯୁକ୍ତି ପ୍ରଦାନ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏବଂ ସଚିବଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗକାରୀମାନେ ଅବଗତ କରାଇଥିଲେ। ହେଲେ ଉଚ୍ଚଶିକ୍ଷା ବିଭାଗ କର୍ଣ୍ଣପାତ ନ କରି ଚୁପ୍‌ ହୋଇ ବସି ଯାଇଥିବା ଅଭିଯୋଗ ହୋଇଛି। ଏହି ୪ଜଣଙ୍କ ମଧ୍ୟରୁ ରାଜେନ୍ଦ୍ର ମିଶ୍ର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। କଲେଜ କର୍ତ୍ତୃପକ୍ଷ ତାଙ୍କୁ କେସ୍‌ ପ୍ରତ୍ୟାହାର କରିନେଲେ ଚାକିରି ସ୍ଥାୟୀ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସେହି ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି। ରାଜେନ୍ଦ୍ରଙ୍କ ଭଳି ଆହୁରି ୩ଜଣ ଯଥା ଗଗନ ବିହାରୀ ଜେନା, ରବୀନ୍ଦ୍ର ବାରିକ, ଶରତ ଚନ୍ଦ୍ର ଦାସ ଅସ୍ଥାୟୀ ଭାବେ କାମ କରୁଥିଲେ ବି ଚାକିରି ସ୍ଥାୟୀ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଗତ ୧୬ ତାରିଖରେ କଲେଜ ସମ୍ମୁଖରେ ଏହି ୪ଜଣ କର୍ମଚାରୀ ଅନଶନରେ ବସିଥିଲେ। କଲେଜ ଅଧ୍ୟକ୍ଷ ବ୍ୟକ୍ତିଗତଭାବେ ବୁଝାସୁଝା କରିବା ପରେ ୪ଜଣ ଅନଶନ ପ୍ରତ୍ୟାହାର କରିନେଇଥିଲେ। ସେହିପରି ଉମେଶ ସେନାପତି ନାମକ ଯୁବକ ବିଜ୍ଞାନ ବିଭାଗ ପ୍ରଦର୍ଶକ ଭାବେ ନିଯୁକ୍ତି ପାଇଥିଲାବେଳେ କିଛିଦିନ ପରେ ତାଙ୍କୁ କଲେଜରୁ ବାହାର କରି ଦିଆଯାଇଥିଲା। ଏବେ ସେନାପତି ବେକାର ହୋଇ ରହିଥିବା ଅଭିଯୋଗ ହୋଇଛି। ଏପରିକି ସେନାପତିଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କଲେଜ କର୍ତ୍ତୃପକ୍ଷ ଦେଉ ନ ଥିବା ଅଭିଯୋଗ ହୋଇଛି। ସେନାପତିଙ୍କ ଉପରେ ପରିବାର ଭରଣପୋଷଣର ଦାୟିତ୍ୱ ରହିଥିଲାବେଳେ ଏବେ ସେ ବହୁ ହୀନସ୍ତାରେ ଦିନ କାଟୁଥିବା କହିଛନ୍ତି। ଏହିଭଳି ଭାବେ ନିଯୁକ୍ତି ନାଁରେ ବ୍ୟାପକ ଜାଲିଆତି ହୋଇଥିବା କୁହାଯାଉଛି। ଏ ସଂକ୍ରାନ୍ତରେ କଲେଜର ଯୁକ୍ତ ୨ ଅଧ୍ୟକ୍ଷ ଦେବପ୍ରସାଦ ସାମଲଙ୍କୁ ପଚାରିବାରୁ, ସେ ଏହି ବିଷୟରେ କିଛି ଜାଣନ୍ତି ନାହଁି। ତତ୍କାଳୀନ ପରିଚାଳନା କମିଟିର ସମ୍ପାଦକ କର୍ମଚାରୀ ନିଯୁକ୍ତି ବିଷୟରେ ଜାଣନ୍ତି। ମାତ୍ର ତାଙ୍କର ଦେହାନ୍ତ ହୋଇଯାଇଛି ବୋଲି କହିଥିଲେ। ଯୁକ୍ତ ୩ ଅଧ୍ୟକ୍ଷ ସୁଧୀର କୁମାର ରାଉତଙ୍କୁ ପଚାରିବାରୁ, କର୍ମଚାରୀ ନିଯୁକ୍ତିର ତଥ୍ୟ କି କାଗଜପତ୍ର ତାଙ୍କ ପାଖରେ କିଛି ନାହିଁ, ସେ ବିଷୟରେ କିଛି କହିପାରିବେ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri