ନିଯୁକ୍ତିରେ ଜାଲିଆତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି

ବରୀ,୨ା୯(ସ୍ବ.ପ୍ର) : ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟରେ କର୍ମଚାରୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଅଭିଯୋଗ ଜିଲାପାଳଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ହୋଇଛି। ନିରପେକ୍ଷ ତଦନ୍ତ କରାଗଲେ କର୍ମଚାରୀ ନିଯୁକ୍ତି ଜାଲିଆତିର ପର୍ଦ୍ଦାଫାସ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜଣାଯାଇଛି ଯେ, ୧୯୮୭ ଓ ୧୯୯୦ ମସିହାରୁ ୪ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଥିଲେ। ଏବେ ସେମାନଙ୍କ ଚାକିରିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିମାସ ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ ନିଜସ୍ବ ପାଣ୍ଠିରୁ କିଛିକିଛି ଅର୍ଥ ପ୍ରଦାନ କରୁଥିଲେ। ୨୦୦୮ରେ କଲେଜ ସରକାରୀ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ହଠାତ୍‌ ସେହି ସମୟରେ କଲେଜ କର୍ତ୍ତୃପକ୍ଷ ତଥା ସଭାପତି, ସମ୍ପାଦକ, ପରିଚାଳନା କମିଟି ସଦସ୍ୟମାନେ ଅନୈତିକ ଉପାୟରେ ସେମାନଙ୍କ ସମ୍ପର୍କୀୟଙ୍କୁ କର୍ମଚାରୀଭାବେ ନିଯୁକ୍ତି ଦେଇ ସରକାରୀ ଅନୁଦାନ ପାଇବାରେ ସହାୟକ ହୋଇଥିଲେ। ଯୋଗ୍ୟତା ନ ଥାଇ ବି ଅସାଧୁ ଉପାୟରେ ନିଯୁକ୍ତି ପ୍ରଦାନ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏବଂ ସଚିବଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗକାରୀମାନେ ଅବଗତ କରାଇଥିଲେ। ହେଲେ ଉଚ୍ଚଶିକ୍ଷା ବିଭାଗ କର୍ଣ୍ଣପାତ ନ କରି ଚୁପ୍‌ ହୋଇ ବସି ଯାଇଥିବା ଅଭିଯୋଗ ହୋଇଛି। ଏହି ୪ଜଣଙ୍କ ମଧ୍ୟରୁ ରାଜେନ୍ଦ୍ର ମିଶ୍ର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। କଲେଜ କର୍ତ୍ତୃପକ୍ଷ ତାଙ୍କୁ କେସ୍‌ ପ୍ରତ୍ୟାହାର କରିନେଲେ ଚାକିରି ସ୍ଥାୟୀ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସେହି ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି। ରାଜେନ୍ଦ୍ରଙ୍କ ଭଳି ଆହୁରି ୩ଜଣ ଯଥା ଗଗନ ବିହାରୀ ଜେନା, ରବୀନ୍ଦ୍ର ବାରିକ, ଶରତ ଚନ୍ଦ୍ର ଦାସ ଅସ୍ଥାୟୀ ଭାବେ କାମ କରୁଥିଲେ ବି ଚାକିରି ସ୍ଥାୟୀ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଗତ ୧୬ ତାରିଖରେ କଲେଜ ସମ୍ମୁଖରେ ଏହି ୪ଜଣ କର୍ମଚାରୀ ଅନଶନରେ ବସିଥିଲେ। କଲେଜ ଅଧ୍ୟକ୍ଷ ବ୍ୟକ୍ତିଗତଭାବେ ବୁଝାସୁଝା କରିବା ପରେ ୪ଜଣ ଅନଶନ ପ୍ରତ୍ୟାହାର କରିନେଇଥିଲେ। ସେହିପରି ଉମେଶ ସେନାପତି ନାମକ ଯୁବକ ବିଜ୍ଞାନ ବିଭାଗ ପ୍ରଦର୍ଶକ ଭାବେ ନିଯୁକ୍ତି ପାଇଥିଲାବେଳେ କିଛିଦିନ ପରେ ତାଙ୍କୁ କଲେଜରୁ ବାହାର କରି ଦିଆଯାଇଥିଲା। ଏବେ ସେନାପତି ବେକାର ହୋଇ ରହିଥିବା ଅଭିଯୋଗ ହୋଇଛି। ଏପରିକି ସେନାପତିଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କଲେଜ କର୍ତ୍ତୃପକ୍ଷ ଦେଉ ନ ଥିବା ଅଭିଯୋଗ ହୋଇଛି। ସେନାପତିଙ୍କ ଉପରେ ପରିବାର ଭରଣପୋଷଣର ଦାୟିତ୍ୱ ରହିଥିଲାବେଳେ ଏବେ ସେ ବହୁ ହୀନସ୍ତାରେ ଦିନ କାଟୁଥିବା କହିଛନ୍ତି। ଏହିଭଳି ଭାବେ ନିଯୁକ୍ତି ନାଁରେ ବ୍ୟାପକ ଜାଲିଆତି ହୋଇଥିବା କୁହାଯାଉଛି। ଏ ସଂକ୍ରାନ୍ତରେ କଲେଜର ଯୁକ୍ତ ୨ ଅଧ୍ୟକ୍ଷ ଦେବପ୍ରସାଦ ସାମଲଙ୍କୁ ପଚାରିବାରୁ, ସେ ଏହି ବିଷୟରେ କିଛି ଜାଣନ୍ତି ନାହଁି। ତତ୍କାଳୀନ ପରିଚାଳନା କମିଟିର ସମ୍ପାଦକ କର୍ମଚାରୀ ନିଯୁକ୍ତି ବିଷୟରେ ଜାଣନ୍ତି। ମାତ୍ର ତାଙ୍କର ଦେହାନ୍ତ ହୋଇଯାଇଛି ବୋଲି କହିଥିଲେ। ଯୁକ୍ତ ୩ ଅଧ୍ୟକ୍ଷ ସୁଧୀର କୁମାର ରାଉତଙ୍କୁ ପଚାରିବାରୁ, କର୍ମଚାରୀ ନିଯୁକ୍ତିର ତଥ୍ୟ କି କାଗଜପତ୍ର ତାଙ୍କ ପାଖରେ କିଛି ନାହିଁ, ସେ ବିଷୟରେ କିଛି କହିପାରିବେ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?