ନିଯୁକ୍ତି ଆଳରେ ଯୁବତୀଯୁବକଙ୍କୁ ଠକୁଛି ଟ୍ରଷ୍ଟ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାପାଇଁ ସ୍ବାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ଖୋଲିଛି। ଏହି ସଂସ୍ଥା ଚାକିରି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଥିବା ବେଳେ ଭୁବନେଶ୍ୱର ଓ ମାଲକାନଗିରି ଜିଲାରେ କାର୍ଯ୍ୟାଳୟ ରହିଥିବା କୁହାଯାଉଥିଲେ ମଧ୍ୟ ଏହା କେଉଁଠି ଅଛି ଏବଂ ଏହାର ଠିକଣା ଦର୍ଶାଯାଇନାହିଁ। ଯୋଗାଯୋଗ ପାଇଁ ମଧ୍ୟ କୌଣସି ଫୋନ ନମ୍ବର ନାହିଁ। ମାଲକାନଗିରି ଜିଲାରେ ଏହି ସଂସ୍ଥାର କେତେକ ବ୍ୟକ୍ତି ଗ୍ରାମ ଗ୍ରାମ ବୁଲି ପ୍ରତ୍ୟେକ ଗ୍ରାମର ଜଣେ ମାଟ୍ରିକ ପାସ କରିଥିବା ଝିଅ କିମ୍ବା ପୁଅକୁ ମାସିକ ୩୫୦୦ ଟଙ୍କା ଦରମା ପ୍ରଦାନ କରାଯିବ, ସେମାନେ ଏହି ଟ୍ରଷ୍ଟ ତରଫରୁ ସେହି ଗ୍ରାମର ପିଲାମାନଙ୍କୁ ପାଠ ପଢାଇବେ। ସେହି ପଞ୍ଚାୟତରେ ୭ହଜାର ଟଙ୍କା ଦରମାରେ ଜଣକୁ ସୁପରଭାଇଜର ଚାକିରି ମିଳିବ ବୋଲି ପ୍ରଲୋଭନ ଦେଖାଉଛନ୍ତି। ତେବେ ଏଥିପାଇଁ ଶିକ୍ଷକଙ୍କୁ ୧୫୦୦ ଟଙ୍କା ଏବଂ ସୁପରଭାଇଜରଙ୍କୁ ୩ ହଜାର ଟଙ୍କା ଦେବାକୁ ପଡିବ ବୋଲି କହି ଅନେକ ଯୁବତୀଯୁବକଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିବା ଗୋରାଖୁଣ୍ଟା ସରପଞ୍ଚ ଏରା ପଡିଆମି ଏବଂ ଏମ୍‌.ଭି.-୨୦ ଗ୍ରାମର ସୁବାସ ବାନାର୍ଜୀ ଅଭିଯୋଗ କରିଛନ୍ତି। ଏମ୍‌.ଭି.-୨୦ ଗ୍ରାମର ସୁଜିତ କୁମାର ବାନାର୍ଜୀଙ୍କୁ ମିଳିଥିବା ନିଯୁକ୍ତିପତ୍ରରେ ଏହି ସଂସ୍ଥା ୧୩ଟି ସର୍ତ୍ତ ରଖିଛି। ସତ୍ତର୍ର୍ରେ ମାସିକ ୭୫୦୦ ଟଙ୍କା ଦରମାରେ ୨୦ ବର୍ଷ ଚାକିରି କରିବାକୁ ବାଧ୍ୟବାଧ୍ୟକତା ରଖାଯାଇଛି। ସ୍ବାମୀ ବିବେକାନନ୍ଦଙ୍କ ନାମରେ ଦିଲ୍ଲୀରେ ଟ୍ରଷ୍ଟ କରି ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲାରେ ନିଯୁକ୍ତି ଦେବା ଆଳରେ ବେକାର ଯୁବତୀଯୁବକଙ୍କଠାରୁ ଅର୍ଥ ଆଦାୟ ନେଇ ଏହି ସଂସ୍ଥା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏପରି କୌଣସି ସଂସ୍ଥା ଜିଲାରେ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବା ଲାଗି ଅର୍ଥ ଆଦାୟ କରି ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ଶିକ୍ଷା ପ୍ରଦାନ କରିବା ନେଇ ମୋଠାରୁ ଅନୁମତି ନେଇନାହାନ୍ତି। ଯଦି ଏପରି କୌଣସି ସଂସ୍ଥା ଲୋକଙ୍କୁ ଠକୁଥାଏ ତେବେ ଏହି ସଂସ୍ଥା ବିରୋଧରେ ସମ୍ପୃକ୍ତ ଯୁବତୀଯୁବକମାନେ ନ୍ୟାୟାଳୟର ଆଶ୍ରୟ ନେଇପାରିବେ ବୋଲି ସେ କହିଛନ୍ତି।  ଏ ସମ୍ପର୍କରେ ଦିଲୀ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ଫୋନ ମ୍ବର ନଥିବାରୁ ତାହା ସମ୍ଭବ ହୋଇ ନଥିଲା । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲାରେ ନକଲି ଜାଲ ନୋଟ ଛପା, ନକଲି ମାଟ୍ରିକ ଓ ଯୁକ୍ତ୨ ସାର୍ଟିଫିକେଟ୍‌ ଏବଂ ନକଲି ନିଯୁକ୍ତିପତ୍ର ଦେଇ ଅନେକ ବ୍ୟକ୍ତି ଧରା ପଡି ଗିରଫ ହୋଇଛନ୍ତି। ସେସବୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri