ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ

ବଡସାହି,୧୧ା୧(ସ୍ବ.ପ୍ର.)-ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମାଟି ଉପରେ ପିଚୁ ପକାଇ ରାସ୍ତା ତିଆରି କରୁଥିବା ଦେଖି ଗ୍ରାମବାସୀ କାର୍ଯ୍ୟଟିକୁ ବନ୍ଦ କରି ଏ ସଂକ୍ରାନ୍ତରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ପୁନର୍ବାର ଏହାକୁ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବ୍ଲକର ଭୀମଦା ପଞ୍ଚାୟତ ନୂଆହାଟ ଆର୍‌ଡି ରାସ୍ତାଠାରୁ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି । ୯୨ଲକ୍ଷ ୯୭ହଜାର ୮ଶହ ଟଙ୍କା ଅଟକଳରେ ନିର୍ମାଣ ହେବାକୁ ଥିବା ଅଢେଇ କି.ମି. ରାସ୍ତା କାର୍ଯ୍ୟ ମେ ୨୦୧୮ରେ ଆରମ୍ଭ ହୋଇଛି ା ଫେବୃୟାରୀ ୨୦୧୯ରେ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଅଦ୍ୟାବଧି ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ ା ୫ବର୍ଷ ପର୍ଯ୍ୟନ୍ତ ଠିକାଦାରଙ୍କ ଦ୍ୱାରା ନିର୍ଭରତା ଅବଧି ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାରୁ ପିଚୁ ଉଠି ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ମାଟି ଉପରେ ପିଚୁ ପକା ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ା ଠିକାଦାରଙ୍କ ଏପରି ଖାମଖିଆଲି ନୀତି ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟସ୍ଥଳକୁ ଆସୁ ନ ଥିବାରୁ ଏପରି କାର୍ଯ୍ୟ କରାଯାଉଥିବା ନାଏବ ସରପଞ୍ଚ ବଳରାମ ମହାଳିକ କହିଛନ୍ତି। ସେହିପରି ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ମାଟି, ମୋରମ, ମେଟାଲ, ଚିପ୍ସ ଆବଶ୍ୟକ ପରିମାଣର ପଡି ନ ଥିବାରୁ ପିଚୁ ରାସ୍ତାଟି ନଷ୍ଟ ହେବାକୁ ଯାଉଛି ବୋଲି ହେମନ୍ତ କୁମାର ମହାରଣା, ସୋମନାଥ ବେହେରା, ଦିଲୀପ ପ୍ରଧାନ କହିଛନ୍ତି। ଥଣ୍ଡା ପିଚୁରେ ଉକ୍ତ ରାସ୍ତା ନିର୍ମାଣ ହେବାର ନିୟମ ରହିଛି ା ତେବେ ଅଦିନିଆ ବର୍ଷା ସହିତ କୋହଲା ପାଗ ଓ ପିଚୁ ନିର୍ମାଣ ପରେ ଭାରିଯାନ ଚଳପ୍ରଚଳ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ା ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ଠିକ କାର୍ଯ୍ୟ କରାଯିବ ବୋଲି ସହକାରୀଯନ୍ତ୍ରୀ ରାଜେଶ ପ୍ରଧାନ କହିଛନ୍ତି ା ନିର୍ମାଣ ହୋଇଥିବା ରାସ୍ତାର ପୁନଃ ମରାମତି କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri