ନିଟ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ଏନଟିଏ) ତରଫରୁ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୧୯ରେ ଓଡିଶାରେ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଫଳରେ ରାଜ୍ୟରେ ପାସ୍‌ହାର ହ୍ରାସ ପାଇଛି। ଏନେଇ ଅଭିଭାବକମାନେ ଅଭିଯୋଗ ଉଠାଇବା ସହ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଭାବକମାନଙ୍କ ତରଫରୁ ମୃଣ୍ମୟ ଦାସ ହାଇକୋର୍ଟରେ ଏକ ମିସ୍‌କେସ୍‌ ନଂ.୮୭୧୯/୨୦୧୯ ରୁଜୁ କରିଛନ୍ତି।
ଅଭିଯୋଗ ମୁତାବକ, ବାତ୍ୟା ‘ଫନୀ’ ପାଇଁ ଓଡ଼ିଶାକୁ ଛାଡ଼ି ଅନ୍ୟସବୁ ରାଜ୍ୟରେ ମେ’ ୫ରେ ନିଟ୍‌ ଅନୁଷ୍ଠିତ ହୋଇଥିଲା। ମେ’ ୨୦ ତାରିଖରେ ଓଡ଼ିଶାରେ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା। ତେବେ ଓଡ଼ିଶା ଛାତ୍ରୀଛାତ୍ରଙ୍କ ପାଇଁ ପ୍ରସ୍ତୁତ ପ୍ରଶ୍ନପତ୍ର ଅଧିକ ଜଟିଳ ଥିଲା। ଅନ୍ୟପକ୍ଷରେ ର଼୍ୟାଙ୍କ୍‌ ପାଇଁ ଥିବା ନର୍ମାଲାଇଜେଶନ ପ୍ରସିଜିଓରକୁ ପାଳନ କରାଯାଇ ନ ଥିଲା। ଓଡ଼ିଶାରୁ କମ୍‌ ପିଲା ପରୀକ୍ଷା ଦେଇଥିବା ଦର୍ଶାଇ ଏହି ପ୍ରକ୍ରିୟାକୁ ଅନୁସରଣ କରାଯାଇ ନ ଥିଲା। ଜୁନ ୫ରେ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଏନ୍‌ଟିଏ ପକ୍ଷରୁ ଓଡିଶା ପିଲାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଜଣାପଡିଥିଲା। ଏହାଦ୍ୱାରା ଓଡିଶାରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ଅନ୍ୟ ରାଜ୍ୟରେ ଥିବା ମେଡିକାଲ କଲେଜରେ ପାଠ ପଢିବାରେ ବାଧା ସୃଷ୍ଟି ହେବ। କିନ୍ତୁ ଅନ୍ୟ ରାଜ୍ୟର ଛାତ୍ରୀଛାତ୍ର ଓଡିଶାରେ ସେମାନଙ୍କ ପାଇଁ ଥିବା ୧୫ ପ୍ରତିଶତ ସିଟ୍‌ରେ ନାମ ଲେଖାଇବାରେ ସୁଯୋଗ ପାଇବେ। ଏପରିସ୍ଥଳେ ଓଡ଼ିଶାର ଛାତ୍ରୀଛାତ୍ରମାନେ ଡାକ୍ତରୀ ପଢ଼ିବାରୁ ବଞ୍ଚତ୍ତ ହେବେ। ବର୍ତ୍ତମାନ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଥିବାବେଳେ ନିଟ୍‌ ଅବ୍ୟବସ୍ଥା ଯୋଗୁ ଆଗକୁ ଗୁରୁତର ପରିସ୍ଥିତି ସୃଷ୍ଟି ହେବ। ରାଜ୍ୟ ସରାକାରଙ୍କୁ ଏନେଇ ଅନେକ ଅବିଭାବକ ଜଣାଇଲେ ମଧ୍ୟ କୌଣସି ସହଯୋଗ ମିଳିପାରୁ ନାହିଁ ବୋଲି ସେମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ପଚାରିବାରୁ ସେ କହିଲେ, ମେଡିକାଲ ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତରେ କ’ଣ ହୋଇଛି ଆଲୋଚନା କରାଯିବ।
ପ୍ରକାଶ ଥାଉକି, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ଭାରତୀୟ ମେଡିକାଲ କାଉନ୍‌ସିଲ ଅନୁମୋଦିତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା ପାଇଁ ନିଟ୍‌ ପରୀକ୍ଷା କରାଯାଉଛି। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ୧୩ ଲକ୍ଷ ୭୫ ହଜାର ପରୀକ୍ଷାର୍ଥୀ ନିଟ୍‌ ଦେଇଥିଲେ। ଓଡିଶାରୁ ୪୨ ହଜାର ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବାବେଳେ ୩୨ ହଜାର ୩୮୭ଜଣ ନିଟ୍‌ ଦେଇଥିଲେ। ସେଥି ମଧ୍ୟରୁ ୧୯ ହଜାର ୨୪୪ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri