ନିଜାମୁଦ୍ଦିନ ଧର୍ମସଭା ଖୋଳତାଡ଼: ପୁରୀ ଜିଲାର ଯୋଗଦେଇଥିଲେ ୩

ପୁରୀ ଅଫିସ,୨ା୪: କରୋନାକୁ ନେଇ ବିଶ୍ୱ ଥରହର। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ନୂଆ ନୂଆ ଦେଶକୁ ମାଡ଼ୁଛି ଏହି ପ୍ରାଣଘାତୀ ଭୂତାଣୁ । କରୋନା କବଳରୁ ରକ୍ଷା ପାଇବା ବିଶ୍ୱବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଭାରତରେ ବି ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ ଡାଉନ ଜାରି ରହିଛି। ଏଭଳିସ୍ଥିତିରେ ଦେଶବାସୀଙ୍କ ଆଖିରୁ ନିଦ ହଜାଇଛି ନୂଆଦିଳ୍ଲୀର ନିଜାମୁଦ୍ଦିନ ଧର୍ମସଭା। ଏହାକୁ ନେଇ ସମଗ୍ର ଦେଶ ଏବେ ଭୟଭୀତ। ଏଥିରେ ଯୋଗଦେଇଥିବା ଲୋକମାନଙ୍କଠାରେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢିଯାଇଛି। ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସତର୍କ କରାଇଥିବାବେଳେ ଏହାକୁ ନେଇ ପୁରୀ ଜିଲାରେ ଖୋଳତାଡ଼ କରୁଛି ଜିଲା ପ୍ରଶାସନ। ଏହି ଧର୍ମ ସଭାରେ ଜିଲାରୁ ବହୁ ସଂଖ୍ୟକ ଯୋଗଦେଇଥିବା ନେଇ ଚର୍ଚ୍ଚା ହେବା ପରେ ପ୍ରଶାସନିକ ଅଧିକାରୀ ବିଭିନ୍ନ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ଏହି ଧର୍ମ ସଭାରେ ୩ଜଣ ଯୋଗଦେଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।
ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ନେଇ ବୁଧବାର ପ୍ରଶାସନିକ ଅଧିକାରୀ ଅସ୍ତରଙ୍ଗ ବ୍ଲକ ଏବଂ ଗୋପ ବ୍ଲକର କିଛି ଅଞ୍ଚଳକୁ ଯାଇ ପଚରାଉଚରା କରିଥିଲେ। ଯେଉଁମାନେ ଯାଇଥିଲେ ବୋଲି ଶୁଣିବାକୁ ପାଇଥିଲେ ସେମାନଙ୍କ ଯାତ୍ରାର ବିବରଣୀ ଆଦି ବିଷୟରେ ଖୋଳତାଡ଼ କରିଥିଲେ। ଫଳରେ ଏହାକୁ ନେଇ ଲୋକଙ୍କ ଭିତରେ ଏକପ୍ରକାର ଭୟର ବାତାରବଣ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ଏ ସମ୍ପର୍କରେ ଜିଲାପାଳ ସ୍ପଷ୍ଟ ସୂଚନା ଦେଇଛନ୍ତି । ଜିଲାପାଳ କହିଛନ୍ତି, ନିଜାମୁଦ୍ଦିନ ଧର୍ମସଭାରେ ମାର୍ଚ୍ଚ ୨୬ ତାରିଖରେ ପୁରୀ ଜିଲାର କାକଟପୁର, ପିପିଲି ନିମାପଡ଼ାରୁ ଜଣେ ଲେଖାଏ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରୁ କାକଟପୁର ଓ ପିପିଲିର ଦୁଇଜଣ ବ୍ୟକ୍ତି ଦିଲ୍ଲୀରେ କ୍ବାରାଣ୍ଟାଇନରେ ରହିଛନ୍ତି। ନିମାପଡ଼ାର ଜଣେ ବ୍ୟକ୍ତି ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଇଛନ୍ତି। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଛି। ତେବେ ସମସ୍ତ ଘଟଣା ଉପରେ ନଜର ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri