କେନ୍ଦୁଝର, ୫ା୩ (ସ୍ବ.ପ୍ର.)-୪ବର୍ଷ ତଳେ ନିଖୋଜ ଥିବା ଜଣେ ୧୨ବର୍ଷୀୟା ନାବାଳିକା ଘର ଠିକଣା ପାଇ ମଙ୍ଗଳବାର ବାପା, ଭାଇ ନିକଟକୁ ଫେରିଆସିଛନ୍ତି। ତାଙ୍କୁ ଫେରି ପାଇ ପରିବାର ଲୋକ ଓ ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।
ଘଟଣାଟି ଏହିପରି। ଉକ୍ତ ନାବାଳିକାଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ। ପିଲା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯିବାରୁ ସେ ବାପା ଓ ଭାଇ ଙ୍କ ସହିତ ରହୁଥିଲେ। ଥରେ ସେ ବାପା ଓ ଭାଇ ଙ୍କ ସହିତ ନିକଟସ୍ଥ ଗ୍ରାମକୁ ଯାଇଥିବା ବେଳେ ସେଠାରୁ ହଜିଯାଇଥିଲେ। ତାଙ୍କୁ ଜଣେ ମହିଳା ପାଇ କୁଆଡେ ନେଇଯାଇଥିଲେ ବୋଲି କୁହାଯାଉଛି। ସେବେଠାରୁ ସେ କୌଣସି ଏକ ଗ୍ରାମରେ ଜଣଙ୍କ ଘରେ ରହି ହାଣ୍ଡିଆ ବିକି ଚଳୁଥିଲେ। ଗତବର୍ଷ ଅଗଷ୍ଟ ୪ ତାରିଖରେ କାଦକଳା ଗ୍ରାମ ନିକଟ ଏକ ଲୁଗା ଦୋକାନ ପାଖରେ ବସି ସେ କାନ୍ଦୁଥିବା ଅବସ୍ଥାରେ ଗ୍ରାମବାସୀ ଚାଇଲଡ ଲାଇନକୁ ସୂଚନା ଦେଇଥିଲେ। ଚାଇଲଡ ଲାଇନ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି କେନ୍ଦୁଝର ସ୍ଥିତ ମୁକ୍ତାଶ୍ରୟ କେନ୍ଦ୍ରରେ ଆଣି ଛାଡିଥିଲେ ା ସେ ମୁଣ୍ଡା ଭାଷା ଛଡା ଅନ୍ୟ କିଛି ଭାଷା ଜାଣି ନ ଥିବାରୁ ତାଙ୍କ ଘର ଠିକଣା ଜଣାପଡି ନ ଥିଲା। ପରେ ମୁକ୍ତାଶ୍ରୟ କର୍ତ୍ତୃପକ୍ଷ ତାଙ୍କ ଘର ଭଗାମୁଣ୍ଡା ଅଞ୍ଚଳରେ ଜାଣିବାକୁ ପାଇଥିଲେ। ଏହାପରେ ଶିଶୁ ମଙ୍ଗଳ କମିଟିର ପରାମର୍ଶ କ୍ରମେ ମୁକ୍ତାଶ୍ରୟର ମମତାରାଣୀ ମହାନ୍ତ ଓ ଅବିନାଶ ଦ୍ୱିବେଦୀ ଭଗାମୁଣ୍ଡା ଅଞ୍ଚଳକୁ ଯାଇ ସେଠାରେ ଜଙ୍ଗଲ ରାସ୍ତାରେ ବିଭିନ୍ନ ଗ୍ରାମ ବୁଲିବା ପରେ ପ୍ରକୃତ ଠିକଣା ମିଳିଥିଲା। ଏହାପରେ ତାଙ୍କୁ ତାଙ୍କ ଭାଇଙ୍କୁ ସେମାନେ ଏହି ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ। ଝିଅ ହଜିବା ଦିନ ଠାରୁ ତାଙ୍କ ବାପାଙ୍କ ମାନସିକ ସ୍ଥିତି ଭଲ ନ ଥିଲା ା ଝିଅର ସନ୍ଧାନ ପାଇଁ ସେ ଏଣେତେଣେ ଘୂରି ବୁଲୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି।
ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା
କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...
ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର
କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...
ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ଆନନ୍ଦପୁର, ୧୩।୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ଆନନ୍ଦପୁର ଅତିରିକ୍ତ ଜଜିଲା ଦୌରାଜଜ୍ଙ୍କ କୋର୍ଟରେ ଶୁକ୍ରବାର ଏସଟି କେସ ନଂ ୫୪/୨୦୨୨ର...
ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…
ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…
ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...
ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ
କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...
Archives


