ନିଆରା କମେଡି ଯୋଡ଼ି

ଥରେ ମନେପକାନ୍ତୁନା ଅପେରା ନାଟକ ‘ମାୟାଜାଲ’ର ସେହି ଲୋକପ୍ରିୟ ଡାଏଲଗ୍‌-‘ମୁ ଦୁଲୁକି, ଦେଖ୍‌ ମୋ ଚାଲିକି’-ମୁଁ ସୁନା ନୁହେଁ କି ରୁପା ନୁହେଁ ହୀରା ଖଣି।’ ଏହି ଡାଏଲଗ୍‌ ମନକୁ ଆସିଲେ ଆଖି ସାମ୍‌ନାକୁ ସ୍ବତଃ ଚାଲିଆସନ୍ତି ଜଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ କମେଡି ଯୋଡ଼ି ବାପି-ଟୁକୁ। ବାସ୍ତବ ଜୀବନରେ ଏହି ପତି-ପତ୍ନୀ ଷ୍ଟେଜ୍‌ ଉପରକୁ ଆସିଲେ ଦର୍ଶକ ମହଲରେ ହସର ଲହରି ଖେଳିଯାଏ। ଡାଏଲଗ୍‌ ଡେଲିଭରି ହେଉ ଅବା ଅଭିନୟ ସେଗୁଡିକର ପ୍ରତିଟି ଷ୍ଟେପ୍‌ରେ ଭରି ରହିଥାଏ ଅଭୁଲା କମେଡି। ସୁଦାମପତି ଅପେରା, ଉତ୍ତରକୁଳରୁ ବାପିଙ୍କ ଅଭିନୟ ଜୀବନ ଆରମ୍ଭ। ଦୀର୍ଘ ୨୫ ବର୍ଷର ମାରାଥନ୍‌ ଅଭିନୟ କ୍ୟାରିୟରରେ ସେ ଯାତ୍ରା ଜଗତରେ ସୃଷ୍ଟି କରିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ। ସୁପରହିଟ୍‌ ନାଟକ ‘ପ୍ରଭାସ ଯଜ୍ଞ’ ଏବଂ ‘ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ’ ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ୨୦୧୯-୨୦ ସିଜନରେ ଏହି ଯୋଡ଼ିକୁ ନବଗଠିତ ଅପେରା ସୂର୍ଯ୍ୟମନ୍ଦିରରେ ଦେଖିବାକୁ ମିଳିବ। ବାପି-ଟୁକୁ ଯୋଡିଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ‘ସଜନୀ ଲାଜରେ ଗଲି ମୁଁ ମରି’। ଏହାପୂର୍ବରୁ ଏହି ଯୋଡି ପଞ୍ଚସଖା ଗଣନାଟ୍ୟ, ଧରିତ୍ରୀ ଗଣନାଟ୍ୟ, ତାରିଣୀ ଗଣନାଟ୍ୟ, ତୁଳସୀ, ଇଷ୍ଟର୍ନ ରେଡ୍‌ରେ ନିଜର କମେଡି ଜଲ୍‌ଓ୍ବା ଦେଖାଇ ସାରିଛନ୍ତି। ଧରିତ୍ରୀ ଗଣନାଟ୍ୟରେ ଅଭିନୟ କରୁଥିବା ସମୟରେ ପ୍ରେମଜାଲରେ ଦୁହେଁ ବାନ୍ଧି ହୋଇଯାଆନ୍ତି ଆଉ ପରେ ସତସତିକା ପତି-ପତ୍ନୀ ପାଲଟି ଯାଆନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ସୂର୍ଯ୍ୟମନ୍ଦିର ଦ୍ୱାରା ପରିବେଷିତ ହେବାକୁ ଯାଉଥିବା ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର, ପୁଅ ଯିବ ଶାଶୁଘର, ମାୟାବିନୀ ମୌସୁମୀ, ଭିତିରି କଥା’ରେ ଦୁହିଙ୍କୁ ମିଳିଛି ମନଲାଖି ଭୂମିକା। ଏହି ଯୋଡ଼ି ଅଭିନୀତ ପ୍ରମୁଖ ନାଟକଗୁଡିକ ମଧ୍ୟରେ ରହିଛି, ‘ହସୁଛି କେବଳ କାନ୍ଦିବା ପାଇଁ, ସୀତା ଦେବେ ଆଜି ଅଗ୍ନି ପରୀକ୍ଷା, ରାଖୀ ଦେଇଗଲା ଆଖିରେ ଲୁହ ଏବଂ ଦିନକ ପାଇଁ ମୁଁ ଦ୍ରୌପଦୀ ହେବି’ ଆଦି ନାଟକ। ନାଟକ ଅନୁସାରେ କମେଡିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରନ୍ତି ଏହି ଚର୍ଚ୍ଚିତ କମେଡି ଯୋଡ଼ି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri