ନାସାର ନୂଆ ବିଜ୍ଞାନ ମୁଖ୍ୟ

– ଜିତେନ୍ଦ୍ର କୁମାର ନାୟକ

ବୟସ ମାତ୍ର ୮ ମାସ ହୋଇଥିବା ବେଳେ ପିତା ତାଙ୍କୁ ଟେଲିଭିଜନରେ ଚନ୍ଦ୍ରରେ ଆପୋଲୋ ୧୧ର ଅବତରଣ (୨୦ ଜୁଲାଇ ୧୯୬୯) ଦୃଶ୍ୟ ଦେଖାଇଥିଲେ। ପିଲାଟି ବଢ଼ିବା ସହ ପିତା ତାଙ୍କୁ ଗ୍ରହମାନଙ୍କ ଚଳପ୍ରଚଳ, ରାତି ଆକାଶରେ ତାରାଙ୍କୁ ଚିହ୍ନାଇବା ଭଳି ବିଜ୍ଞାନ ବିଷୟବସ୍ତୁ ପ୍ରତି ଆଗ୍ରହ ସୃଷ୍ଟି କରାଇବାରେ ଉତ୍ସାହିତ କରିଥିଲେ। ଫଳରେ ସେହି କୁନିପିଲା ବିଜ୍ଞାନ ପ୍ରତି ଆକର୍ଷିତ ହୋଇ ଏବେ ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ)ର ପ୍ରଥମ ମହିଳା ଭାବେ ବିଜ୍ଞାନ ମୁଖ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ନିକୋଲା ଫକ୍ସ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱ ସ୍ତରର ବୈଜ୍ଞାନିକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନିକୋଲା ଇଂଲଣ୍ଡର ହିଟ୍‌ଚିନ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ଲେଟ୍‌ଚଓ୍ବେର୍ଥ ଗାର୍ଡେନ୍‌ ସିଟିସ୍ଥିତି ସେଣ୍ଟ୍‌ ଫ୍ରାନ୍ସିସ୍‌ କଲେଜରେ ପାଠ ପଢ଼ିଥିଲେ। ବାଳିକା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବେଳେ ସେ ଏକମାତ୍ର ଝିଅ ଭାବେ ସର୍ବଦା ବିଜ୍ଞାନ ଶ୍ରେଣୀକୁ ନିୟମିତ ଯାଉଥିବା ଦେଖାଯାଇଥିଲା। ୧୯୯୦ରେ ସେ ଇମ୍ପେରିଆଲ୍‌ କଲେଜ ଲଣ୍ଡନରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ୟୁନିଭର୍ସିଟି ଅଫ୍‌ ସୁରେୟରୁ ଟେଲିକମ୍ୟୁନିକେଶନ୍ସ ଆଣ୍ଡ୍‌ ସାଟେଲାଇଟ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ହେଲେ ସେ ଡକ୍ଟରେଟ୍‌ କରିବା ଲାଗି ଇମ୍ପେରିଆଲ୍‌ କଲେଜ ଲଣ୍ଡନକୁ ଫେରିଥିଲେ। ସେହିଠାରେ ନିକୋଲା ଇମ୍ପେରିଆଲ୍‌ କଲେଜ ୟୁନିୟନ୍ସ ଓ୍ବିମେନ୍ସ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୫ରେ ସେ ସ୍ପେସ୍‌ ଆଣ୍ଡ୍‌ ଆଟମୋସ୍ଫିୟରିକ୍‌ ଫିଜିକ୍ସ ଉପରେ ଗବେଷଣା କରି ପିଏଚ୍‌.ଡି. ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ସନ୍ଦର୍ଭ ଜିଓମାଗ୍‌ନେଟିକ୍‌ ଷ୍ଟର୍ମସ ଉପରେ ପର୍ଯ୍ୟବସିତ ହୋଇଥିବାରୁ ତାହା ବରିଷ୍ଠ ବୈଜ୍ଞାନିକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ନାସାର ମହାକାଶ ଗବେଷଣା ଲାବରୋଟେରି ଗୋଡାର୍ଡ ସ୍ପେସ୍‌ ଫ୍ଲାଇଟ୍‌ ସେଣ୍ଟରରେ ନିକୋଲା ଆମେରିକା ରିସର୍ଚ୍ଚ କାଉନ୍‌ସିଲ ପୋଷ୍ଟଡକ୍ଟରାଲ ଫେଲୋ ଭାବେ ଯୋଗଦେଇଥିଲେ। ନାସାରେ କାର୍ଯ୍ୟ କରୁଥିବା ଆର୍ଜେଣ୍ଟିନାର ଆଷ୍ଟ୍ରୋଫିଜିସିଷ୍ଟ ମାରିଓ ଆକୁନାଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରିଚାଲିଲେ। ଗୋଡାର୍ଡରେ ସୂର୍ଯ୍ୟ-ପୃଥିବୀ ସଂଯୋଗ ସମ୍ବନ୍ଧରେ ସେ ଗଭୀର ଅନୁଧ୍ୟାନ କରିବା ସହ ମହାକାଶ ପାଣିପାଗ ଉପରେ ଉଚ୍ଚତର ଗବେଷଣା କରିଥିଲେ। ଫଳରେ ତାଙ୍କୁ ବିଭିନ୍ନ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କାର୍ଯ୍ୟ କରିବା ଲାଗି ଡାକରା ମିଳିଥିଲା। ହେଲେ ସେ ୧୯୯୮ରେ ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟି ଆପ୍ଲାଏଡ୍‌ ଫିଜିକ୍ସ ଲାବରୋଟେରିରେ ଯୋଗ ଦେଇଥିଲେ। ସେଠାରେ ସେ ଇଣ୍ଟରନ୍ୟାଶନାଲ ସୋଲାର-ଟେରେଷ୍ଟ୍ରିଆଲ୍‌ ଫିଜିକ୍ସ ସାଇନ୍ସ ଇନିସିଏଟିଭ୍‌ର ସାଇନ୍ସ ଆଣ୍ଡ୍‌ ଅପରେଶନ୍ସ କୋଅର୍ଡିନେଟର ଦାୟିତ୍ୱ ଗ୍ରହଣ କରିଥିଲେ। ସୋଲାର ସିଷ୍ଟମ୍‌ ପ୍ଲାଜ୍‌ମା ଫିଜିକ୍ସ ଆଣ୍ଡ୍‌ ଡାଟା ଆନାଲିସିସ୍‌ ଉପରେ ଅଧିକ ଗବେଷଣା କରିବା ପରେ ନିକୋଲା ନାସା ପୋଲାର ସ୍ପେସ୍‌କ୍ରାଫ୍ଟରେ କାର୍ଯ୍ୟ କରିବା ସକାଶେ ସୁଯୋଗ ପାଇଲେ। ୨୦୦୮ରେ ସେ ନାସାର ଭାନ୍‌ ଆଲେନ୍‌ ପ୍ରୋବ୍‌ ମିଶନ୍‌ର ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ୍‌ ହୋଇଥିଲେ। ୨୦୧୭ରେ ବିଭିନ୍ନ ଉପଗ୍ରହ କାର୍ଯ୍ୟକ୍ରମରେ ଦିଆଯାଇଥିବା ଟେକ୍ନୋଲୋଜି, ଏଣ୍ଟରଟେନ୍‌ମେଣ୍ଟ ଆଣ୍ଡ୍‌ ଡିଜାଇନ୍‌ (ଟେଡ୍‌) ଟକ୍‌କୁ ଜନସାଧାରଣଙ୍କୁ ଜଣାଇବା ଉଦ୍ଦେଶ୍ୟରେ ‘ଟଚିଂ ଦି ସନ୍‌’ ପ୍ରଦାନ କରି ନିକୋଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସଫଳତା ତାଙ୍କୁ ୨୦୧୮ ସେପ୍ଟେମ୍ବରରେ ନାସା ମୁଖ୍ୟାଳୟରେ ଅବସ୍ଥାପିତ ହେବାରେ ସହାୟକ ହୋଇଥିଲା। ସେଠାରେ ସେ ହେଲିଓଫିଜିକ୍ସ ସାଇନ୍ସ ଡିଭିଜନରେ ନିଯୁକ୍ତି ପାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଡିଭିଜନ ସୂର୍ଯ୍ୟ ଓ ରୋବୋଟିକ୍ସ ମିଶନ୍‌ ଏବଂ ଉପଗ୍ରହଗୁଡ଼ିକ ସଂକ୍ରାନ୍ତରେ ମହାକାଶ ଘଟଣାବଳୀ ଉପରେ ଅନବରତ କାର୍ଯ୍ୟ କରିଆସୁଛି। ନିଜ କାର୍ଯ୍ୟରେ ଏକାଗ୍ରତା ରଖି ଉପରକୁ ଉଠିବାରେ ଏହି ମହିଳା ନାସା ପାଇଁ ସମ୍ପତ୍ତି ବୋଲି ବିବେଚିତ ହେବା ପରେ କର୍ତ୍ତୃପକ୍ଷ ନିକୋଲାଙ୍କୁ ୨୭ ଫେବୃୟାରୀ ୨୦୨୩ରେ ନାସାର ସିଇନ୍ସ ମିଶନ ଡାଇରେକ୍ଟୋରେଟ୍‌ର ଆସୋସିଏଟେଡ୍‌ ଆଡ୍‌ମିନିଷ୍ଟ୍ରେଟର ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହିତ ସେ ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ଆଣ୍ଡ୍‌ ଜର୍ନାଲ ଅଫ୍‌ ଆଟ୍‌ମୋସ୍ଫିୟରିକ୍‌ ଆଣ୍ଡ୍‌ ସୋଲାର ଟେରେଷ୍ଟିଆଲ୍‌ ଫିଜିକ୍ସର ସହଯୋଗୀ ସମ୍ପାଦକ ରୂପେ ଦାୟିତ୍ୱ ତୁଲାଉଛନ୍ତି। ନିକୋଲା ‘ଦି ପ୍ଲାନେଟୋରି ସୋସାଇଟି’ର ବିଶେଷଜ୍ଞ ଭାବେ ମଧ୍ୟ ଜଣାଶୁଣା।
ମହାକାଶ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନକୋଲାଙ୍କୁ ବହୁ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି। ସେଥିମଧ୍ୟରେ ରହିଛି-ୟୁରୋପିଆନ୍‌ ଜିଓସାଇନ୍‌ସେସ୍‌ ୟୁନିୟନ୍‌ ୟଙ୍ଗ୍‌ ସାଇଣ୍ଟିଷ୍ଟସ୍‌ ଆଓ୍ବାର୍ଡ, ଇଣ୍ଟରନ୍ୟାଶନାଲ ସୋଲାର-ଟେରେଷ୍ଟ୍ରିଆଲ୍‌ ଫିଜିକ୍ସ ସାଇନ୍ସ ଇନିସିଏଟିଭ୍‌ ଆଉଟ୍‌ଷ୍ଟାଣ୍ଡିଂ ପର୍ଫମାନ୍ସ ଆଓ୍ବାର୍ଡ, ନାସା ଗ୍ରୁପ୍‌ ଏଚିଭ୍‌ମେଣ୍ଟ ଆଓ୍ବାର୍ଡ। ନିକୋଲା ଫକ୍ସଙ୍କ ବ୍ୟକ୍ତିଗତ ଜୀବନ ସ୍ବାମୀ ଓ ଦୁଇ ସନ୍ତାନକୁ ନେଇ ଗତିଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri