ନାମଫଳକକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୪ଗୁରୁତର

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧ ଜିଲା ବାଘମାରୀ ଥାନା ଅନ୍ତର୍ଗତ କୋଟପିଲା ଗ୍ରାମ ଛକରେ ଥିବା ନାମଫଳକକୁ କେନ୍ଦ୍ରକରି ଗୁରୁବାର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ କୋଟପିଲା ଗ୍ରାମର ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅରୁପ କୁମାର ଭୋଇ(୩୩), ଦିଲୀପ କୁମାର ରଥ(୩୫), ହରିହର ତ୍ରିପାଠୀ(୨୦) ଏବଂ ସୁବାସ ଲେଙ୍କା(୨୪)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ତ୍ତର୍ତ୍ତି କରିଛି।
ପ୍ରକାଶ ଯେ, କୋଟିପିଲା ଗ୍ରାମ ଛକରେ ପୁର୍ତ୍ତ ବିଭାଗ ପକ୍ଷରୁ ନାମଫଳକ ଲଗାଯାଇଛି। ଏହି ନାମଫଳକକୁ ନେଇ ଓସ୍ତପୁର ଗ୍ରାମର କେତେଜଣ ଯୁବକ ବିରୋଧ କରିଥିଲେ। ଏହି ସୂଚନା ଫଳକରୁ କୋଟପିଲା ଗ୍ରାମ ନାମ ହଟାଇ ଓସ୍ତପୁର ଗ୍ରାମକୁ ରାସ୍ତା ବୋଲି ଲେଖିବାକୁ ନେଇ କିଛି ଦିନ ତଳେ ଦୁଇ ଗ୍ରାମ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ବୁଧବାର ପୂର୍ବାହ୍ନ ଗ୍ରାମ ଛକରେ କୋଟପିଲା ଗ୍ରାମର ଏକ ଯୁବ ଗୋଷ୍ଠୀ ଚାହା ଦୋକାନରେ ବସି ଖଟି କରୁଥିବା ବେଳେ ହଠାତ୍‌ ଓସ୍ତପୁର ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ କୋଟପିଲା ଗ୍ରାମରେ ପୋଲିସ ମୁତୟନ ରହିଛି। ଆହତମାନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଅଧ୍ୟାପକଙ୍କ ଅକାଳ ବିୟୋଗ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୭।୯ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମର ଯୁବ ଅଧ୍ୟାପକ କୁମୁଦଚନ୍ଦ୍ର ବାଗ (୪୮)ଙ୍କର ଆଜି ଅକାଳ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri