ନାବାଳିକାଙ୍କୁ ଶିକ୍ଷକଙ୍କ ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ପ୍ରଭାକର ଗଣ୍ଠିଆ ଅଭିଯୁକ୍ତ ଶିକ୍ଷକ ରଘୁନାଥ ନାୟକକୁ ୨୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହିତ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଯାଇଛି।
ବିବରଣୀରୁ ପ୍ରକାଶ ଯେ, ୨୦୧୫ ମେ ୧୧ରେ ଠାକୁରଗଡ଼ ଥାନା ଅଞ୍ଚଳର ଶିକ୍ଷକ ରଘୁନାଥ ସମ୍ପୃକ୍ତା ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତ ଶିକ୍ଷକ ତାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ୮ ମାସ ପରେ ମନା କରିଦେଇଥିଲେ। ଏପରି କି ହତ୍ୟା ଧମକ ମଧ୍ୟ ଦେଇଥିବା ନେଇ ଠାକୁରଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ନଂ. ୩୯/୧୫ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ ହଟିଲା, ଟ୍ରେଡ ଡିଲ ଘୋଷଣା, ମୋଦିଙ୍କୁ ପ୍ରଶଂସା, କେମିତି ଗୋଟିଏ ଫୋନ କଲରେ ବଦଳିଲା ଟ୍ରମ୍ପଙ୍କ ସ୍ବର? ଜାଣନ୍ତୁ ଟାଇମଲାଇନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଳମ୍ବିତ ସାରେ ଟେଲିଫୋନରେ କଥା ହୋଇଥିଲେ। ଏହା ପରେ, ରାଷ୍ଟ୍ରପତି ଟ୍ରମ୍ପ ଦୁଇ…

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା…

ଭୟଭୀତ ମମତା: ଦିଲ୍ଲୀରୁ ଡକାଇଲେ ସ୍ବତନ୍ତ୍ର ବାହିନୀ

କୋଲକାତା,୩।୨: ଦିଲ୍ଲୀ ପୋଲିସ ଦ୍ୱାରା ଲଗାଯାଇଥିବା କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରୁ ଦିଲ୍ଲୀକୁ ସ୍ବତନ୍ତ୍ର ବାହିନୀ ଡକାଇଛନ୍ତି। ବଙ୍ଗଳା ପୋଲିସର ଏକ…

ଆଜି ହେବନାହିଁ ଅନଲାଇନ ଡେଲିଭରି! ଧର୍ମଘଟକୁ ଓହ୍ଲାଇବେ ଗିଗ୍‌ କର୍ମଚାରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୩।୨: ଅନଲାଇନ ଡେଲିଭରି ଆପ୍ସ ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଗିଗ କର୍ମଚାରୀମାନେ ସେମାନଙ୍କର ସମସ୍ୟାର ପ୍ରତିବାଦରେ ଫେବୃଆରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଏବଂ କାର୍ଯ୍ୟ…

ଟି-୨୦ ବିଶ୍ୱକପ ଖେଳିବେନି ପ୍ୟାଟ୍ କମିନ୍ସ, କାରଣ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ODI  ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ ୨୦୨୭ର…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri