ଯୁବକଙ୍କ ଉନ୍ମତ୍ତକାଣ୍ଡ: ଗାଡ଼ି ଧକ୍କାରେ ୬ଜଣଙ୍କୁ କଲେ ଆହତ

ବାଲିକୁଦା,୨୨ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ବୋରିକିନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଯୁବକ କାହାକୁ ଟଙ୍କା ମାଗି ଧମକ ଦେଇଛନ୍ତି ତ ଆଉ କାହାକୁ ବନ୍ଧୁକ ମୁନରେ ଉଡାଇ ଦେବାକୁ କହିଛନ୍ତି। ପୁଣି କାହାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏପରି କି ସିରିଏଲ ଭାବେ ଦୁର୍ଘଟଣା ଘଟାଇ ୬ ଜଣଙ୍କୁ ଆହତ କରି ଫେରାର ହୋଇ ଯାଉଥିବା ବେଳେ ବୋରିକିନା ବଜାରଠାରେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡି ଛେଚା ଖାଇଛନ୍ତି। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ସେ ହେଲେ ଥାନା ଅଧୀନ ବୋରିକିନା ପଞ୍ଚାୟତ ରାମତୋଳ ଗଁାର ମଙ୍ଗୁଳି ମଲ୍ଲିକଙ୍କ ପୁଅ ଉପେନ୍ଦ୍ର(୨୪)।

କଟକର କୌଣସି ବ୍ୟକ୍ତିଙ୍କ ଗାଡି ଚଳାନ୍ତି। ଘର ରାମତୋଳ ହୋଇଥିଲେ ମଧ୍ୟ ଡୋଭାଳ ଗଁାରେ ଘର ଭଡା ନେଇ ରହୁଥିଲେ। ସେ ଚଳାଉଥିବା ଏକ କାର ଆଣି ବଡ଼କୁଳ ଗଁାରେ ପଶି ତ୍ରିଲୋଚନ ପରିଡ଼ା ଓ ସଂଗ୍ରାମ ଦାସଙ୍କୁ ଫାଇରିଂ କରି ଉଡ଼ାଇ ଦେବାକୁ କହିଥିଲେ। ତେବେ ସେମାନେ ପ୍ରତିବାଦ କରିବାରୁ ଗାଡ଼ି ଧକ୍କା କରି ପଳାଇଥିଲେ। ଫଳରେ ଉଭୟ ଅହତ ହୋଇଥିଲେ। ସେଠାରୁ ବାରିଲୋ ଗଁାଦେଇ ବୋରିକିନା ବଜାରକୁ ଆସିବା ସମୟରେ ସର୍ବେଶ୍ୱର ଦାସ ନାମକ ଜଣେ ସରକାରୀ କର୍ମଚାରୀ ବାଇକ ଯୋଗେ ଆସୁଥିବା ସମୟରେ ଉପେନ୍ଦ୍ର ଗାଡି ମଡ଼ାଇ ତାଙ୍କୁ ମାରି ଦେବା ପାଇଁ ଯୋଜନା କରିଥିଲେ। ମାତ୍ର ଏଥିରୁ ବର୍ତ୍ତି ସର୍ବେଶ୍ୱର ଯାଇଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏହାପରେ ରାମତୋଳ ଗଁାର ପରିକ୍ଷିତ ମଳିକଙ୍କୁ ରାସ୍ତା ମଝିରେ ଅଟକାଇ ୫ ହଜାର ଟଙ୍କା ମାଗିବା ସହିତ ଅଶାଳୀନ ବ୍ୟବହାର କରିଥିଲେ। ରାସ୍ତା ମଝିରେ ପାଟି ଶୁଣି ପୁନ ମଳିକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାରି ଦେବାକୁ ଧମକ ଦେଇଥିଲେ। ମଝିକୁରା ଗଁାର ଜିତେନ୍ଦ୍ର ବରାଳ(୫୨)ବୋରିକିନା ବଜାରକୁ ଆସିଥିବା ବେଳେ ଉପେନ୍ଦ୍ର ତାଙ୍କୁ କାର ଧକ୍କା କରିଥିଲେ। ଏହା ପରେ ଏରସମା ଥାନା ଗୋଡା ପଞ୍ଚାୟତ ବ୍ରହ୍ମଚାରୀ ଗଁାର ସୁଶାନ୍ତ ସ୍ବାଇଁ ଗୋଡାରୁ ବୋରିକିନା ଆସି ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ଦୁର୍ଘଟଣା ଘଟାଇ ଆହତ କରିଥିଲେ। ବାରିଲୋ ଗଁାର ଚିତ୍ତରଞ୍ଜନ ମହାନ୍ତି(୪୦)ଙ୍କୁ ମଧ୍ୟ କାର୍‌ ଧକ୍କା କରି ଗୁରୁତର କରିଥିଲେ। ଏଭଳି ଘଟଣା ଘଟାଇ କଟକ ଆଡ଼େ ୫୫ ନମ୍ବର ଜାତୀୟ ରାଜପଥ ଦେଇ ଫେରାର ହୋଇ ଯାଉଥିବା ବେଳେ ଲୋକଙ୍କ ହାବୁଡରେ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri