ନାବାଲିକ୍‌ ଉପରେ ଭାଇବହେନ୍‌ର ବୋଝ୍‌ ଘଟନା: ୭ ବଛର ଉତାରୁ ପୁହୁଁଚିଲା ପରଶାସନ

 

କେସିଙ୍ଗା, ୭ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍‌ ଜୋଲକୋ ଗଁା ଗଉଡ଼ପଡ଼ାର ୪ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌ ଭୋଖ୍‌ ଉପାସରେ ଦିନ୍‌ ବିତଉଥିଲେ। ଇ ବାବ୍‌ଦେ ଗଲା ୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବାପ୍‌ ଆରପାରେ, ମା’ ନିଖୋଜ: ନାବାଲିକ୍‌ ଉପରେ ଭାଇବହେନ୍‌କଁର ବୋଝ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଗୁରୁବାର ଥାନୀଅ ପରଶାସନ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ପାସେ ପୁହୁଁଚିଛେ।
ସୂଚନା ଅନ୍‌ସାରେ ଜୋଲକୋ ଗଁା ଗଉଡ଼ପଡ଼ାର ସୁନୀଲ ବାଗକଁର ୨୦୧୧ ସାଲେ ଟିବି ରୋଗ୍‌ରେ ମୁର୍‌ତୁ ହେଇଥିଲା। ସେ ମରବାର ବଛରକର ଉତାରୁ ତାକର ବିଧବା ମାଏକିନା ସତ୍ୟବତୀ ବି ନିଖୋଜ ହେଇଯାଇଥିଲେ। ଏନ୍‌ତାଥି ସ୍ବର୍ଗତ ସୁନୀଲକଁର ବଡ଼ ଝି’ ଝରଣାର ଉପରେ ଭାଇବହେନ୍‌ର ବୋଝ୍‌ ପଡ଼ିଥିଲା। ଆଏଜ୍‌କେ ୭ ବଛର ହେଲା ଝରଣା ପରହର କାମ୍‌ବୁତା କରି ୩ ଭାଇ ବହେନ୍‌ ସେତୁ (୧୨), ଚୈତୁ(୧୦) ଆର ସାନ ବହେନ୍‌ ଅପରାଜିତା(୯) ପେଟ୍‌ ପାଲିଆସୁଛନ୍‌। ହେଲେ ଝରଣାର ଦିହିପା ଖରାପ୍‌ ହେଲେ ଭାଇବହେନ୍‌ ସଭେ ଖାଡ଼ା ଉପାସରେ ରହୁଛନ୍‌। ସାନ୍‌ ବହେନ୍‌ ଗଁା ସ୍କୁଲ ଆର ଦୁଇ ଭାଇ ଲଇତରା ପ୍ରାଥମିକ ସ୍କୁଲରେ ପଢ଼ୁଛନ୍‌। ସେମାନେ ବେଲାକେ ସ୍କୁଲରେ ଖାଉଥିଲାବେଲେ ଅଭାବ ଅନାଟନ ଲାଗି ବଡ଼ଭାଗି ଦିନ୍‌ ରାତିରେ ଭୁଖେ ଶୁଉଛନ୍‌। ଏନ୍‌ତାଥି କେଭେ କେନ୍‌ତା ପାଖ୍‌ପଡ଼ିଶା ତାହାକୁ ଖାଏବାକେ ଦେଉଛନ୍‌। ଥାନୀଅ ଅଙ୍ଗନଓ୍ବାଡି କେନ୍ଦ୍ରରେ ବି ଛୁଆମାନେ କେତେବେଲେ କେନ୍‌ତା ଖାଉଛନ୍‌। ଭାଇବହେନ୍‌କର ଦୁରଦଶା ଦେଖି ଥାନୀଅ ଅଙ୍ଗନଓ୍ବାଡି କରମୀ ସେମାନକୁ କେସିଙ୍ଗା ବିଡିଓକଁର ପାସ୍‌କେ ଧରିକରି ଯାଇଥିଲେ। ଘଟନା ବାବ୍‌ଦେ ଉପଜିଲାପାଲକଁର ଦୁରୁଷ୍‌ଟି ଆକରଷନ୍‌ କରବାର ସଂଗେ ତାକଁର ମତାମତ ନେଇ ୪ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ଉପରେ ଧରିତ୍ରୀରେ ଖବର ବାହାରିଥିଲା। ଖବର ବାହାରଲାରୁ ଗୁରୁବାର ରାତି ୮ ବଜେ ପଁଚେତ୍‌ ତରଫୁ ୩୫ କେ.ଜି. ଆର ସିଡିପିଓ ୫୦ କେ.ଜି. ଚାଉଲ ସେମାନକୁ ଦେଇଥିଲେ। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କୁ ବ୍ଲକ ପରଶାସନ ତରଫୁ ସବୁ ପରକାର ସାହାଯ୍‌ ଯୁଗେଇ ଦିଆଯିବା। ଅପରାଜିତାକୁଁ ପାସର କେହେନ୍‌ସି ଗୁଟେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଲୟରେ ଦାଖଲ କରେଇ ତାକର ପାଠ୍‌ ପଢ଼ବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri