ନାଟଗୋଡ଼ରେ ଚାଲିଛି ରାହୁ ମୂର୍ତ୍ତି ଖୋଦେଇ

ପୁରୀ ଅଫିସ,୨୮।୫: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଆଗେଇ ଚାଲିଛି। ବୁଧବାର ପାଶଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ୱ ମୁହଁାଟ ଲାଗିଛି। ଏହାପରେ ପାର୍ଶ୍ୱ ମୁହଁାଟ ଉପରେ ଗୁଜ ଏବଂ ଜଳଯନ୍ତ୍ର (ପାର୍ଶ୍ୱ ଦେବଦେବୀଙ୍କ ଆସ୍ଥାନ) ଲାଗିଛି। ଏଥିରେ ନିରାଡ଼ି ଖଞ୍ଜା ବାକି ରହିଛି। ସେହିପରି ରଥଖଳାରେ ଧୂଳିଦଣ୍ଡାର ଚଉପଟ କରାଯାଉଛି। ପ୍ରତି ରଥରେ ଦୁଇଟି ଲେଖାଏ ୨୦ ଫୁଟିଆ ଧୂଳିଦଣ୍ଡା ଲାଗିଥାଏ। ମହାପ୍ରଭୁ ରଥରେ ବିଜେ ହେବାପରେ ରୁନ୍ଧା ହେବା ପାଇଁ ପଛ ପାର୍ଶ୍ୱରେ ପ୍ରଭା ଦେହରେ ଏହାକୁ ଯୋଡ଼ା ଯାଇଥାଏ। ପ୍ରତିରଥରେ ଲାଗୁଥିବା ୫ଟି ଲେଖାଏ ଜଗତପୃଷ୍ଠ ଶେଣୀର ଚଉପଟ ଶେଷ ହୋଇଛି। ରୂପକାର ସେବକଙ୍କ ଦ୍ୱାରା ସମସ୍ତ ଗୁଜରେ ସିଂହବିରାଳ ରୂପ ଖୋଦେଇ ଏବଂ ପଲିସ୍‌ କାମ ଶେଷ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ନାଟଗୋଡ଼ରେ ରାହୁ ମୂର୍ତ୍ତି ଅଙ୍କାଯାଇ ତାହାକୁ ଖୋଦେଇ କରାଯାଉଛି। ଦୋଳବେଦୀଠାରେ ନନ୍ଦିଘୋଷ ରଥର ଗୋଲାଗୟଳ ଚିରଟ କାର୍ଯ୍ୟ କରତି ସେବକଙ୍କ ଦ୍ୱାରା ଶେଷ ହୋଇଛି। ଗୁରୁବାର ଏହାର ଚଉପଟ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସେହିପରି ଦୋଳବେଦୀ ପରିସର ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଆବଶ୍ୟକ ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା ଏବଂ ଗୋଡ଼ିଛାଲ କଣ୍ଟା ତିଆରି କାମ ଜାରି ରଖିଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର

ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?