ନାଉଗାଁ,୩ା୧୨(ସ୍ବ.ପ୍ର.): ଚାଷୀଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପରାମର୍ଶ ଦିଆଯାଇଥାଏ। ସେହିପରି କୃଷି ବିଭାଗ ସହିତ ଉଦ୍ୟାନ କୃଷି ଅଙ୍ଗାଙ୍ଗି ଭାବେ ଜଡିତ। ମାତ୍ର ନାଉଗଁା ବ୍ଲକରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ନାହିଁ। ଫଳରେ ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ପରାମର୍ଶ ମିଳି ପାରୁ ନ ଥିବା ଅଭିଯୋଗ ହୋଇଛି। ସାଧାରଣତଃ ଏହି ବିଭାଗ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ଚାରା, ଶାଗ, ପନିପରିବା ମଞ୍ଜି, ଆଳୁ ଓ ପିଆଜ ବିହନ ଆଦି ଯୋଗାଇ ଦିଆଯାଇ ଥାଏ। କିନ୍ତୁ ସଚେତନତା ଅଭାବ ସହିତ ବିଭାଗୀୟ କର୍ମଚାରୀଙ୍କ ଦେଖା ନ ମିଳିବାରୁ ଚାଷୀ ଏହି ବିଭାଗ ଦ୍ୱାରା ପ୍ରଦତ ବିଭିନ୍ନ ସହାୟତାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏଠାରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ଖୋଲିବାକୁ ସେମାନେ ଦାବି କରିଛନ୍ତି।
ଜିଲା ଉଦ୍ୟାନ ବିଭାଗ କାର୍ଯା୍ୟଳୟରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଚାଷୀ ନଡିଆ ଚାଷ କରିବେ ସେମାନେ ନଡିଆ ଗଛ ପିଛା ୫୦ ଟଙ୍କା ଦାମରେ କ୍ରୟ କରିବେ ଓ ସରକାରଙ୍କଠାରୁ ନିଜ ଜମା ଖାତାରେ ଗୋଟିଏ ନଡିଆଗଛ ପ୍ରତି ୧୩୭ ଟଙ୍କା ଆର୍ଥିକ ସହାୟତା ପାଇବେ। କିନ୍ତୁ ସଚେତନତା ଅଭାବରୁ ଅନେକ ଚାଷୀ ଏକଥା ଜାଣି ପାରୁ ନାହାନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଜାମୁଗଁାରେ ୨, ଶିଖରରେ ୩ ଜଣ, ଅଲଣା ପଞ୍ଚାୟତରେ ୮ଜଣ ଚାଷୀ ଏହି ଚାଷ କରିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ବର୍ତ୍ତମାନ ପନିପରିବା ଚାଷ ଆରମ୍ଭ ହୋଇଥିବା ବେଳେ ଚାଷୀ ଉନ୍ନତ ମାନର ମଞ୍ଜି ବିଭନ୍ନ ଦୋକାନରୁ କ୍ରୟ କରୁଛନ୍ତି। ମାତ୍ର ବିଭାଗ କର୍ମଚାରୀଙ୍କ ଦେଖାମିଳୁନି। ଅନ୍ୟପକ୍ଷରେ ଉକ୍ତ ବ୍ଲକ ଦାୟିତ୍ୱରେ ଥିବା ଅଧିକାରୀ ବ୍ଲକର ୧୦ ପଞ୍ଚାୟତକୁ ବିଭିନ୍ନ ପନିପରିବା ମଞ୍ଜି ୫୦ରୁ ୬୦ ପ୍ୟାକେଟ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ତେଣୁ ଏହି ମଞ୍ଜି ଠିକ ଭାବେ ଚାଷୀଙ୍କ ପାଖରେ ପହଞ୍ଚତ୍ଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରୁନାହିଁ। ସେହିପରି ପର୍ଯ୍ୟାୟକ୍ରମେ ଚାଷୀଙ୍କୁ ଆଳୁ ଓ ପିଆଜ ବିହନ ଯୋଗଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ଠିକ ଭାବେ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିବ ନାହିଁ ବୋଲି ନବନର୍ମାଣ ସଙ୍ଗଠନ ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଅଭିଯୋଗ କରିଛନ୍ତି। ସ୍ବାଇଁ କହିଛନ୍ତି, ଉଦ୍ୟାନ ବିଭାଗର କୌଣସି କର୍ମଚାରୀ ବ୍ଲକ ଅଞ୍ଚଳକୁ ଅସୁନାହାନ୍ତି। ଏସମ୍ପର୍କରେ ୧୧ ନଭେମ୍ବର ୨୦୧୯ ହୋଇଥିବା ଜିଲାପାଳଙ୍କ ଜନଶୁଣାଣିରେ ଆମେ ଅଭିଯୋଗ କରିଥିଲୁ। ପରିବା ଚାଷୀ ବିଭିନ୍ନ ପ୍ରାକୃତିକ ବିପଯର୍ୟୟ ସମୟରେ କ୍ଷତି ସହୁ ଥିଲେ ମଧ୍ୟ ତାଙ୍କୁ ସରକାରୀ ସାହାଯ୍ୟ ମିଳୁନାହିଁ। କର୍ମଚାରୀଙ୍କ ଦେଖା ନ ମିଳିବାରୁ କ୍ଷେତ୍ର ପରିଦର୍ଶନ ଠିକ ଭାବେ ହେଉନାହିଁ। ଯଦ୍ଦ୍ବାରା ଚାଷୀ ଏହି ବିଭାଗ ଦ୍ୱାରା ଉପକୃତ ହୋଇ ପାରୁ ନାହାନ୍ତି। କେବଳ କାଗଜ କଲମରେ ବିଭାଗ ଉକ୍ତ ବ୍ଲ୍ଳକରେ ଚାଲୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନାଉଗଁା ବ୍ଲକ ଦାୟିତ୍ୱରେ ଥିବା ବ୍ଲକ ଉଦ୍ୟାନ ବିଭାଗ କର୍ମଚାରୀ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ସେ କହିଥିଲେ, ଏହି ବ୍ଲକରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଖୋଲିବା ପାଇଁ ତହସିଲ ପଡ଼ିଆ ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏବେ ଆମେ ଅଞ୍ଚଳକୁ ଯାଇ ଚାଷୀଙ୍କୁ ସାକ୍ଷାତ କରୁଛୁ। ବିଭିନ୍ନ ପ୍ରକାର ମଞ୍ଜି ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ବ୍ଲକରେ କାର୍ଯ୍ୟାଳୟ ହୋଇଗଲେ ଚାଷୀଙ୍କୁ ସବୁ ସୁବିଧା ସହଜରେ ମିଳିବ ବୋଲି ପ୍ରକାଶ କରିଥିଲେ।
ନାଉଗାଁରେ ନାହିଁ ଉଦ୍ୟାନ କୃଷି କାର୍ଯ୍ୟାଳୟ: ଉଚିତ ପରାମର୍ଶ ପାଉନାହାନ୍ତି ଚାଷୀ
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…
ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...
ସରକାରୀ ଜମି ଛାଡିଲେ ନାହିଁ : ଜିଦ୍ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା
ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍ଏସ୍ ଧାରା ୧୬୩ । କିଛିଦିନ ହେଲା...
Archives


