ନାଇଁ ମିଲ୍‌ଲା ମହାପ୍ରୟାଣ ଗାଡ଼ି: ଶବ ଖଁଦେଇ ବୁହିଲେ ୬ କି.ମି.

ଭବାନୀପାଟଣା,୩।୧(ସ୍ବ.ପ୍ର/ଡି.ଏନ୍‌.ଏ)-
କଳାହାଣ୍ଡି ଜିଲାରେ ବଛର କେତେଟା ତଲେ ନିଜର ମାଏଝିର ଶବକେ ଖଁଦେ ବୁହି ଚରଚାକେ ଆସିଥିଲେ ଦାନ ମାଝି। ଇ ଘଟନା ସେତେବେଲେ ଜାତୀୟସ୍ତରରେ ଚରଚା ହେଇଥିଲା। ଇତାର ପରେ ରାଏଜ୍‌ ସରକାର ମହାପ୍ରୟାଣ ଯୋଜନା ଆରମ୍‌ କରି ସରକାରୀ ଡାକ୍‌ତରଖାନାରୁ ଶବ ନେବାର ଲାଗି ମହାପ୍ରୟାଣ ଗାଡ଼ି ଯୁଗେଇ ଦେଇଥିଲେ। ହେଲେ ଅନେକ ସମିଆରେ ଗରିବ୍‌ ଦୁଖି ଯୋଜନାର ଲାଭ ନାଇଁ ପାଇପାରୁଥିବାର ଅଭିଯୋଗ ହେଉଛେ। ଫେନ୍‌ଘାଏ ଇ ସମାନ ଘଟନାର ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଭବାନୀପାଟଣା ମୁଖିଆ ଡାକ୍‌ତରଖାନାରେ।
ସୂଚନା ଅନ୍‌ସାରେ ଲାଞ୍ଜିଗଡ଼ ବ୍ଲକ ବେନଗଁା ପଁଚେତ୍‌ ବରାପାଲି ଗଁାର କୁନି ନାଏକ(୧୯)। ଗଲା ୬ ଦିନ୍‌ ତଲେ ସେ ଜରେ ପଡ଼ି ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାରେ ଚିକିଛିତ ହେଉଥିଲେ। ହେଲେ ବୁଧୁବାର ଚିକିଛାଧୀନ ଅବସ୍‌ତାରେ ତାକର ମୁର୍‌ତୁ ହେଇଥିଲା। ପରିବାର ଲୋକ୍‌ ଶବ ନେବାକେ ଚିକିଛାଲୟ କତୁରପକ୍ଷକୁଁ ମହାପ୍ରୟାଣ ଗାଡ଼ିର ଲାଗି ଗୁହାରି କରିଥିଲେ। ହେଲେ କତୁରପକ୍ଷ ଭିନେ ଭିନେ ବାହାନା କରି କଥାଟାକେ ଆଡେଇ ଦେଇଥିଲେ। ବହୁତ୍‌ ବେଲ ଟାକ୍‌ଲା ଉତାରୁ ପରିବାର ଲୋକ୍‌ ଶବକେ ଖଁଦେଇ ଗଁାକେ ନେବାକେ ବାହାରିଥିଲେ। ପରିବାର ଲୋକ୍‌ ୬ କି.ମି. ଶବ ବୁହିକରି ନେଲା ଉତାରୁ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଥିଲା। ଶବ ନେବାକେ ପରିବାର ଲୁକ୍‌କର ପାସ୍‌କେ ଡାକ୍‌ତରଖାନା କତୁରପକ୍ଷ ମହାପ୍ରୟାଣ ଗାଡ଼ି ପଠେଇଥିଲେ। ହେଲେ ସେତେବେଲେ ପରିବାର ଲୋକ୍‌ ଧାର ଉଧାର କରି ଶବ ଗଁାକେ ନେବାର ଲାଗି ଗୁଟେ ଗାଡ଼ି ଭଡ଼ା କରିସାରିଥିଲେ। ସେ ଭଡ଼ା ଗାଡ଼ିରେ ପରିବାର ଲୋକ୍‌ ଶବ ଗଁାକେ ନେଇଥିଲେ। ଜନସାଧାରନକୁଁ ଉତମ ସ୍ବାସ୍ଥ୍ୟସେବା ଯୁଗେଇଦେବାର ଉଦେଶ୍‌ରେ ସରକାର ୫-ଟି ଲାଗୁ କରିଥିଲେ। ଲୋକ୍‌ ବି ଭାବୁଥିଲେ ଏଥରକ ଭଲ ସ୍ବାସ୍ଥ୍ୟସେବା ମିଲିପାରବା। ଇଆଡ଼େ ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟ ବିଭାଗକେ ଯୁଡ଼ି ସରକାର ଗରବ୍‌ ଅନୁଭବ କରୁଥିଲାବେଲେ କଳାହାଣ୍ଡି ଜିଲାରେ ଇତାର ଜିଁତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ। ଇଆଡ଼େ କଳାହାଣ୍ଡି ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ଘଟନା ବାବ୍‌ଦେ ଟ୍ବିଟ କରି ପରିବାର ଲୁକ୍‌କୁ ଡାକ୍‌ତରଖାନା କତୁରପକ୍ଷ ଗାଡ଼ି ଯୁଗେଇ ଦେଇଥିଲେ, ହେଲେ ସେମାନେ ନେବାକେ ମନାକଲେ। ଇଥିରଲାଗି ପୋଲିସ୍‌ ଆର ଡାକ୍‌ତରଖାନା କତୁରପକ୍ଷ ପରିବାର ଲୁକ୍‌କୁ ବୁଝାଶୁଝା ବି କରିଥିଲେ। ଯଦି ଇ ଘଟନାରେ କେହି ଦୁଶିଥିବେ ତାକର ବିରୋଧ୍‌ନେ କଡ଼ା ପଦକ୍ଷେପ ନିଆଯିବା ବଲି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri