ନାଁ ଫୌଜି, କାମ ସେବା କରିବା

କେନ୍ଦୁଝର, ୧୬ା୩(ସ୍ବ.ପ୍ର.)- ଦେଶ ସୁରକ୍ଷା ଲାଗି ସେନା ବାହିନୀରେ ଯୋଗ ଦେବାକୁ ସେ ନେଇଥିଲେ ତାଲିମ । ତାଙ୍କ ଚିନ୍ତାଧାରା ଓ କର୍ମ ପରେ ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଇଥିଲା। ପିଲାଦିନୁ ଗରିବଙ୍କ ସେବା କରିବା ସକାଶେ ରୁଚି ରଖିଥିବା ଯୁବକ ରବୀନ୍ଦ୍ର ସିଂ ଶେଷରେ ଚାକିରି ମୋହ ଛାଡି ନିଜ ଲାଗି ଭିନ୍ନ ବାଟ ଖୋଜି ନେଇଥିଲେ।
ସେବାମୂଳକ କାର୍ଯ୍ୟକୁ ଜୀବନର ବ୍ରତ କରି କେନ୍ଦୁଝର ଜିଲାରେ ଚର୍ଚ୍ଚାକୁ ଆସିଥିବା ରବୀନ୍ଦ୍ରଙ୍କ ଘର ହରିୟାଣା ରାଜ୍ୟରେ । ପରେ ସେ କେନ୍ଦୁଝର ଜିଲାକୁ ଆସି ଏହାକୁ କର୍ମଭୂମି ଭାବେ ବାଛି ନେଇଛନ୍ତି। ବର୍ତ୍ତମାନ ରହୁଛନ୍ତି ସଦର ବ୍ଲକ ଅଧୀନ ରାଇସୁଆଁରେ । ସେନା ବାହିନୀ ଲାଗି କିଛି ଦିନ ତାଲିମ ନେଇଥିବାରୁ ସମସ୍ତେ ତାଙ୍କୁ ‘ଫୌଜି’ ବୋଲି ଡାକନ୍ତି ା ଏହି ନାମରେ ସେ ଅଧିକ ପରିଚିତ। ହୁଏତ ତାଙ୍କ ଶୁଭ ନାମ ଅନେକ ଜାଣନ୍ତି ନାହିଁ ା ବର୍ତ୍ତମାନ ବୟସ ପାଖାପାଖି ୫୦ ହେବ। ଅବିବାହିତ ଥିବାରୁ ଏକୁଟିଆ ରହୁଛନ୍ତି। କେହି ତାଙ୍କୁ ଘର ଠିକଣା ପଚାରିଲେ ସେ ବିଭିନ୍ନ ଥାନା ଓ ଡାକ୍ତରଖାନା ତାଙ୍କ ଘର ବୋଲି କହିଥାନ୍ତି। କାରଣ ଦରକାର ପଡିଲେ, ଲୋକଙ୍କୁ ସେବା ଯୋଗାଇବା ସକାଶେ ସେ ଥାନା ଓ ଡାକ୍ତରଖାନାକୁ ଧାଇଁ ଯାଇଥାନ୍ତି। ରୋଗୀଙ୍କୁ ଡାକ୍ତରଖାନା ଆଣିବା ଲାଗି ସେ ଏକ ଆମ୍ବୁଲାନ୍‌ସ କିଣି ଲୋକଙ୍କ ସେବାରେ ଲଗାଇଛନ୍ତି। ଗରିବ ଓ ଅଭାବୀ ଲୋକଙ୍କୁ ମାଗଣାରେ ଆମ୍ବୁଲାନ୍‌ସ ସେବା ଯୋଗାଇଥାନ୍ତି ା କେହି ବିପଦରେ ପଡି ରାତି ଅଧରେ ତାଙ୍କୁ ଡାକିଲେ ସେ ତୁରନ୍ତ ପହଞ୍ଚିଯାଇ ସେବା ଓ ସହାୟତା ଯୋଗାଇ ଦିଅନ୍ତି ା କେଉଁଠି ସଡ଼କ ଦୁର୍ଘଟଣା ଘଟିଲେ ସେ ଆଗ ଖୋଜା ପଡନ୍ତି। ଆବଶ୍ୟକ ଥିଲେ ସେ ଆମ୍ବୁଲାନ୍‌ସ ଧରି ହାଜର ହୋଇଯାଆନ୍ତି ା ତାଙ୍କର ମଧ୍ୟ ଏକ କ୍ରେନ ରହିଛି ା ଏହା ସହାୟତାରେ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡି ହଟାଇ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନସରେ ଡାକ୍ତରଖାନା ନେଇଯାଆନ୍ତି ା ସେବା ମନୋଭାବ ରଖି ଖୁସିରେ ସେ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଆସୁଛନ୍ତି ା ‘ଫୌଜି କ୍ରେନ ସର୍ଭିସ’ ନାମକ ଏକ ସଂସ୍ଥା କରି ବ୍ୟବସାୟ କରୁଥିବାରୁ ସେଥିରୁ ଯାହା ମିଳେ, ସେଥିରେ ସେ ଚଳନ୍ତି ଓ ସେବା କାର୍ଯ୍ୟ କରନ୍ତି ବୋଲି କହିଛନ୍ତି। ଏପରି କି ସଦର କେନ୍ଦୁଝର ସମେତ ଟାଉନ ଥାନା, ପଣ୍ଡାପଡା ଓ ଝୁମ୍ପୁରା ଆଦି ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟିଲେ ସେ ଦେବଦୂତ ହୋଇ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥାନ୍ତି। ଏଭଳି କାର୍ଯ୍ୟ କରି ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ବଞ୍ଚାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ସେହିପରି ବିଭିନ୍ନ ସମୟରେ ରକ୍ତଦାନ କରିବା ସହ ମେଡିକାଲ ବା ଅନ୍ୟ ସ୍ଥାନରେ ଅସହାୟ ଲୋକଙ୍କ ଲାଗି ସହାୟତାର ହାତ ବଢାଇଥାନ୍ତି। ବଡବିଲ ଅଞ୍ଚଳର କେତେକ ଅସହାୟ ପିଲାଙ୍କୁ ସେ ନିଜ ପିଲା ଭଳି ପାଠ ପଢାଉଛନ୍ତି ା
ରବୀନ୍ଦ୍ର ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ା ତାଙ୍କ ସ୍ବର୍ଗତ ବାପା ମଧ୍ୟ ସେନା ବାହିନୀରେ କାମ କରୁଥିଲେ। ତାଙ୍କର ଜଣେ ଭାଇ ଦିଲ୍ଲୀ ପୋଲିସ ବିଭାଗରେ କମାଣ୍ଡୋ ଅଛନ୍ତି। ସେ ପୁରୁଣା କଥା ମନେପକାଇ କୁହନ୍ତି, ସେନାରେ ଯୋଗଦେଇ ତାଲିମ ନେବା ପରେ ସେଠାରୁ କାମ ଛାଡି କିଛି ଦିନ ଏଣେତେଣେ ଘୂରି ବୁଲିଥିଲେ। ପରେ ମନ୍ଦିର ପୂଜକ ଭାବେ କିଛିଦିନ କାମ କରିଥିଲେ। ମନ୍ଦିରରେ ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ଦେଖି ସେ ମନ ପରିବର୍ତ୍ତନ କରି ସେବାକାର୍ଯ୍ୟ କରିବାକୁ ଆଗଭର ହୋଇଥିଲେ। ପ୍ରଥମେ କେତେକ ସଂସ୍ଥାରେ ମେକାନିକ ଭାବେ କାମ କରିବା ପରେ କେନ୍ଦୁଝର ଜିଲାକୁ ଆସି ବିଭିନ୍ନ କମ୍ପାନୀ ପକ୍ଷରୁ ଲୁହାପଥର ପରିବହନ ପାଇଁ ପାଇପ୍‌ ବିଛାଇବା କାମରେ ନିୟୋଜିତ ହୋଇଥିଲେ ା ଧୀରେ ଧୀରେ ସେ କେନ୍ଦୁଝର ଜିଲାର ମାଟିକୁ ଆପଣାର କରି ଭଲ ପାଇ ବସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ…

ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri