ନର୍ଦ୍ଦମାପାଣିରେ ଭାସୁଛି ବୈପାରିଗୁଡ଼ା

ବୈପାରିଗୁ୍‌ଡ଼ା,୧୮।୧(ଡି.ଏନ.ଏ.): ବୈପାରିଗୁ୍‌ଡ଼ା ବ୍ଲକ ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠ ପାଇପ୍‌ ଫାଟି ପାଣି ବାହାରି କାଦୁଅ ହେଉଛି ତ କେଉଁଠି ନର୍ଦ୍ଦମାପାଣି ରାସ୍ତା ଉପରେ ବୋହୁଛି। ରାସ୍ତାକଡ଼ର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବା ଦେଖିବାକୁ ମିଳୁଛି ା ଏଥିପ୍ରତି ପରିମଳ ବିଭାଗ ଅଥବା ଗ୍ରାମ ପଞ୍ଚାୟତର ଦୃଷ୍ଟି ପଡୁନାହିଁ। ଗତ ୬ ମାସ ହେବ ଖଦି ଭବନ ନିକଟରେ ପାଣି ପାଇପ୍‌ ଫାଟି ପାଣି ପ୍ରବାହିତ ହେଉଛି ା ଏଥିଯୋଗୁ ପାନୀୟ ଜଳ ନଷ୍ଟ ହେଉଥିବାବେଳେ ରାସ୍ତା କଡ଼ରେ ପାଣି ଜମି କାଦୁଅ ମଧ୍ୟ ହେଉଛି। ରାଜସ୍ବ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପାଣି କାଦୁଅ ଜମି ରହୁଛି। ଫଳରେ କର୍ମଚାରୀ ତଥା ସାଧାରଣ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ସେହିପରି ବୈପାରିଗୁ୍‌ଡ଼ା ଦେଇ ଯାଇଥିବା ଜାତୀୟ ପଥ ନିର୍ମାଣ ବେଳେ ଯେଉଁ ଡ୍ରେନ୍‌ ନିର୍ମାଣ ହୋଇଥିଲା ତାହା ଆଦୌ ସଫା ହେଉନାହିଁ। ଫଳରେ ଡ୍ରେନ୍‌ ଚୋକ୍‌ ହୋଇ କଂଗ୍ରେସ ଭବନଠାରୁ ଆତ୍ମା ଅଫିସ୍‌ ପର୍ଯ୍ୟନ୍ତ ନର୍ଦ୍ଦମା ପାଣି ରାସ୍ତା ଉପରେ ନିୟମିତ ବୋହି ଚାଲିୁଛି । ଗାନ୍ଧିପୁରଠାରେ ଥିବା ଗ୍ରାମ୍ୟ ପରିମଳ ବିଭାଗ କାର୍ଯ୍ୟାଳୟ ସାମ୍ମୁଖରେ ନର୍ଦ୍ଦମାପାଣି ବୋହୁଛି । ସେଠାରେ ଥିବା କେତେକ ହୋଟେଲ ପଚାଶଢ଼ା ଖାଦ୍ୟ ରାସ୍ତାକଡ଼ରେ ପକାଉଥିବାରୁ ଅନେକ ସମୟରେ ଉତ୍କଟ ଗନ୍ଧରେ ନାକ ଫାଟିପଡ଼ୁଛି। ଅନେକ ସମୟରେ ମୁଖ୍ୟ ଛକରେ ଥିବା କେତେକ ଚା ଓ ଜଳଖିଆ ଦୋକାନ ରାସ୍ତା ଉପରକୁ ଅଇଁଠାପାଣି ଓ କାଗଜ ପ୍ଲେଟ୍‌ ପକାଉଛନ୍ତି। ରାସ୍ତାର ଜନଗହଳିପୂର୍ଣ୍ଣ ସ୍ଥାନରେ ଡଷ୍ଟବିନ୍‌ ବ୍ୟବସ୍ଥା ନ ଥିବାରୁ ଲୋକେ ଏଣେତେଣେ ଫଳ ଚୋପା, ଜରି, କାଗଜ ଓ ଗୁଟ୍‌ଖା ଜରି ପକାଉଛନ୍ତି। ଏଥିରୁ ସରକାରଙ୍କ ପରିମଳ ଯୋାଜନା ଯେ ଫେଲ୍‌ ମାରିଛି ତାହା ସ୍ପଷ୍ଟ ହୋଇଛି। ପରିମଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri