Posted inଖେଳ

ମିଡିଲ ଅର୍ଡରରେ ଖେଳିପାରନ୍ତି କିଶନ

ହାଇଦ୍ରାବାଦ,୧୮।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌ରେ ବିଜୟ ହାସଲ କରିବା ପରେ ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳିବାକୁ ଯାଉଛି ଭାରତ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ ପାଇଁ ଇଶାନ କିଶନ ଭାରତୀୟ ଦଳକୁ ପୁନର୍ବାର ଫେରିପାରନ୍ତି। ତେବେ ଓପନର ଭାବରେ ନୁହେଁ ବରଂ ମିଡ୍‌ଲ ଅର୍ଡରରେ କିଶାନଙ୍କୁ ସୁଯୋଗ ମିଳିବ। ବାଂଲାଦେଶ ବିପକ୍ଷ ସିରିଜରେ ଦିନିକିଆରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା କିଶନଙ୍କୁ ଶ୍ରୀଲଙ୍କା ସିରିଜରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳି ନ ଥିଲା। ନ୍ୟୁଜିଲାଣ୍ଡ ସିରିଜରୁ ଲୋକେଶ ରାହୁଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିବା ବେଳେ କିଶନଙ୍କୁ ସୁଯୋଗ ମିଳିବା ସ୍ପଷ୍ଟ ହୋଇଛି। ମାତ୍ର ତାଙ୍କୁ ମଧ୍ୟ କ୍ରମରେ ବ୍ୟାଟିଂ କରବାକୁ ପଡିପାରେ। ଶୁବମାନ୍‌ ଗିଲ୍‌ ଓ ରୋହିତ ଶର୍ମା ବ୍ୟାଟିଂ ଓପନ୍‌ କରୁଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ବଢିଆ ଆରମ୍ଭ ପ୍ରଦାନ କରିଛନ୍ତି। ଏପରି ସ୍ଥିତିରେ ଓପନିଂ ଯୋଡିରେ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ ଭାରତ। ରୋହିତ ଶର୍ମା ଫର୍ମକୁ ଫେରିଥିବା ବେଳେ ଶୁବମାନ ଗିଲ୍‌ ୩ ମ୍ୟାଚରେ ଯଥାକ୍ରମେ ୭୦, ୨୧ ଓ ୧୧୬ ରନ୍‌ କରିଥିଲେ। କିଶନ ଖେଳିଥିବା ୧୦ ମାଚରୁ ୩ଟିରେ ମିଡଲ ଅର୍ଡରରେ ବ୍ୟାଟିଂ କରିଛନ୍ତି। ତେଣୁ ଏହା ତାଙ୍କ ପାଇଁ ବଡ ସମସ୍ୟା ହେବ ନାହିଁ। ଦ୍ୱିତୀୟ ଉଇକେଟ କିପର ଭାବରେ ରହିଥିବା କେ.ଏସ୍‌. ଭରତଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍‌। ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ୍‌ ଆୟର ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଥିବା ବେଳେ ତାଙ୍କ ସ୍ଥାନରେ ସୂର୍ଯକୁମାର ଯାଦବଙ୍କୁ ସୁଯୋଗ ମିଳିବ। ଟପ୍‌-୩ରେ ରୋହିତ, ଗିଲ୍‌, କୋହଲି ଖେଳିବା ସ୍ପଷ୍ଟ ଥିବା ବେଳେ ୪ ନମ୍ବରରେ ସୂର୍ଯ୍ୟକୁମାର ଓ ୫ ନମ୍ବରରେ କିଶନ ଖେଳିପାରନ୍ତି। ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କୁ ପ୍ରାଥମିକତା ଦିଆଯିବ। ନୂଆ ବଲରେ ମହମ୍ମଦ ସିରାଜ ନିଜ ଉଇକେଟ ହାସଲ ଦକ୍ଷତା ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ଉମରାନ ମଲିକ ଓ ମହମ୍ମଦ ଶାମିଙ୍କୁ ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବ। ଦ୍ୱିତୀୟ ସ୍ପିନର ଭାବରେ ଭାରତ କୁଲଦୀପ ଯାଦବଙ୍କୁ ପ୍ରାଥମିକତା ଦେଇପାରେ । ତେବେ ଯଦି କୁଲଦୀପ ଓ ଚହଲ ଏକତ୍ର ଖେଳନ୍ତି ତେବେ ଅକ୍ଷର ପଟେଲ ବାଦ୍‌ ପଡିବେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳର ସଫଳତା କେନ୍‌ ଓ୍ବିଲିୟମସନ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ଉପରେ ନିର୍ଭରଶୀଳ ରହିବ।

ଆୟର ବାଦ୍‌, ପଟିଦାର ସାମିଲ

ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବାକୁ ଥିବାବେଳେ ଭାରତକୁ ମିଳିଛି ବଡ ଝଟକା। ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟର ଆହତ ହୋଇ ସିରିଜରୁ ବାଦ୍‌ ପଡିଥିବା ବେଳେ ରଜତ ପଟିଦାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ମଧ୍ୟପ୍ରଦେଶ ଦଳ ପକ୍ଷରୁ ଖେଳୁଥିବା ତଥା ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ପଟିଦାର ଏହା ପୂର୍ବରୁ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ:ସେମିଫାଇନାଲରେ ଭାରତ

ହିରୋଶୀମା,୧୮।୬(ପିଟି)- ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍ସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବୃହତ୍‌ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗୁର୍‌ଜୀତ କୌରଙ୍କ...

ଗତ ୮ ବର୍ଷରେ କୋହଲିଙ୍କ ଓଜନ ବଢିଛି ମାତ୍ର ଏତିକି ଗ୍ରାମ

ନୂଆଦିଲ୍ଲୀ,୬।୧୧। ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳି ତଥା ରନ ମେସିନ ବିରାଟ କୋହଲି କେବଳ ଚଳିତ ଦଶନ୍ଧିର ବିପଜ୍ଜନକ ବ୍ୟାଟ୍ସମ୍ୟାନ ନୁହଁନ୍ତି, ବରଂ ସେ ଜଣେ...

ଓଡ଼ିଶା ଉସୁ ଦଳକୁ ୧ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୨୧ରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ୨୦ତମ ଜାତୀୟ ସବ୍‌ଜୁନିୟର ଉସୁ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରି...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

ପ୍ୟାରିସ, ୧୦।୬- ସ୍ପେନ୍‌ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ଝିଅକୁ ବଡ଼ ଉପହାର ଦେଲେ ଜାଡେଜା

ୟୁଏଇ,୨୭।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ଧୋନୀଙ୍କ ଦଳ କ୍ରମାଗତ ୩ ମ୍ୟାଚ ଜିତି ପଏଣ୍ଟ...

ଆଇପିଏଲ୍‌ର ବାକି ମ୍ୟାଚ୍‌ ୟୁକେରେ ଆୟୋଜନ ହେବା ଉଚିତ: ପିଟରସନ

ଲଣ୍ଡନ,୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକି ମ୍ୟାଚ୍‌ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ)ରେ ଆୟୋଜନ ହେବା ଉଚିତ ବୋଲି ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍‌ ପିଟରସନ...

ଆର୍ଜେଣ୍ଟିନା ଖେଳାଳିଙ୍କ ବସ୍‌ ଉପରକୁ ଡେଇଁଲେ ପ୍ରଶଂସକ

ବୁଏନ୍ସ ଏୟାର୍ସ,୨୧।୧୨: ଆର୍ଜେଣ୍ଟିନାରେ ଫିଫା ବିଶ୍ୱକପ ବିଜୟ ଉତ୍ସବ ପାଳନ କରାଯାଉଛି। ଅଧିନାୟକ ଲିଓନେଲ ମେସିଙ୍କ ସମେତ ସମସ୍ତ ଖେଳାଳି ଖୋଲା ବସ ପରେଡରେ ଅଂଶଗ୍ରହଣ...

ଆଇପିଏଲ୍‌ରେ ପ୍ରଥମ ଆମେରିକୀୟ ଅଲି ଖାନ୍‌

ଆବୁଧାବି, ୧୩ା୯ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥର ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେ ହେଉଛନ୍ତି ଫାଷ୍ଟ ବୋଲର ଅଲି ଖାନ୍‌।...

Advertisement
Archives

Model This Week