Posted inଜାତୀୟ

ନରେନ୍ଦ୍ର ମୋଦି ପ୍ରକୃତରେ ସରେଣ୍ଡର ମୋଦି: ରାହୁଲ

ନୂଆଦିଲ୍ଲୀ,୨୧।୬: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଥର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଲଦ୍ଦାଖର ଏଲ୍‌ଏସିରେ ୨୦ ଭାରତୀୟ ସେନା ଶହୀଦ ହେବା ପରେ ଯବାନଙ୍କ ବଳିଦାନକୁ ନେଇ ଲଗାତାର ରାହୁଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। ରବିବାର ମଧ୍ୟ ରାହୁଲ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏକ ଅନ୍ତର୍ଜାତୀୟ ଖବରକାଗଜର ଲେଖାକୁ ଶେୟାର କରି ରାହୁଲ ଟୁଇଟ୍‌ କରିଛନ୍ତି, ନରେନ୍ଦ୍ର ମୋଦି ପ୍ରକୃତରେ ସରେଣ୍ଡର ମୋଦି ବା ଆତ୍ମସମର୍ପଣ କରିବା ମୋଦି। ଏହା ପୂର୍ବରୁ ମଧ୍ୟ ରାହୁଲ ଗଲଓ୍ବାନ ସଂଘର୍ଷକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଥିଲେ। ମୋଦି ଶୁକ୍ରବାର ଆୟୋଜିତ କରିଥିବା ସର୍ବଦଳୀୟ ବୈଠକ ପରେ ବି ରାହୁଲ ଚାଇନା ସୀମା ବିବାଦକୁ ନେଇ ମୋଦିଙ୍କୁ ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନ ଥିଲା ମୋଦି କହୁଛନ୍ତି ନା ଆମ ସୀମାରେ କେହି ପ୍ରବେଶ କରିଛନ୍ତି ନା ଆମର କୌଣସି ପୋଷ୍ଟ କାହା କବଜାରେ ରହିଛି। ଲଦ୍ଦାଖରେ ଦେଶର ୨୦ ଯବାନ ଶହୀଦ ହେଲେ କିନ୍ତୁ ଯିଏ ଭାରତମାତା ଉପରେ ନଜର ପକାଇଥିଲା ସେହିମାନେ ହିଁ ଆମକୁ ପାଠ ପଢାଇ ଦେଲେ। ରାହୁଲ କହିଥିଲେ ଯେଉଁଠାରେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ତାହା ଯଦି ଚାଇନାର ଥିଲା ତେବେ ଆମ ଯବାନ କାହିଁକି ଶହୀଦ ହେଲେ। ଆଉ କେଉଁଠି ଶହୀଦ ହେଲେ। ତେବେ କେବଳ ରାହୁଲ କାହିଁକି ଆଉ କିଛି ବିରୋଧି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଠିକ୍‌ ଏହି ପ୍ରଶ୍ନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାହୁଲ କହିଛନ୍ତି ଚାଇନାର କ୍ରୋଧ ଆଗରେ ମୋଦି ଆତ୍ମସମର୍ପଣ କରିଛନ୍ତି। ତେଣୁ ନରେନ୍ଦ୍ର ମୋଦି ସରେଣ୍ଡର ମୋଦି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri