ନରସିଂହ ବନ୍ଧ, ସ୍ନାନଘାଟରେ ଗଣସଫେଇ

ବଲାଙ୍ଗୀର ଅଫିସ, ୨ା୩: ଜିଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା ବଲାଙ୍ଗୀର କରଣ ସମାଜ ପକ୍ଷରୁ ରବିବାର ସ୍ଥାନୀୟ ନରସିଂହ ବନ୍ଧର ମୁଖ୍ୟ ସ୍ନାନଘାଟରେ ଗଣସଫେଇ ଅନୁଷ୍ଠିତ ହୋଇଛି ା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରତ୍ୟୁଷରୁ କରଣ ସମାଜ ସହ ବିଭିନ୍ନ ସଂଗଠନର ଶତାଧିକ ସଦସ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ା କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମିଶ୍ର ଯୋଗଦାନ କରି ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ ା ନରସିଂହ ବନ୍ଧର ପୁନରୁଦ୍ଧାର ନିମନ୍ତେ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ା ଏହି ଅବସରରେ କରଣ ସମାଜ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଜଳାଶୟର ଏକ ନିର୍ଦ୍ଦିଷ୍ଟ ସ୍ନାନଘାଟର ସମ୍ପୂର୍ଣ୍ଣ ପୁନରୁଦ୍ଧାର ସହିତ ଏହାର ରକ୍ଷଣାବେକ୍ଷଣ ଅନୁମତି ପାଇଁ ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କର୍ମକର୍ତ୍ତାମାନେ ବିଧାୟକଙ୍କୁ ଅବଗତ କରିଥିଲେ ା ବିଧାୟକ ମିଶ୍ର କରଣ ସମାଜର ଏଭଳି ଏକ ଜନହିତକର ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ା ଏହି ଗଣ ସଫେଇ କାର୍ଯ୍ୟକ୍ରମରେ ଆମ୍ମା ଭଗବାନ ସେବା ସମିତି, ସତେଚନ ମହିଳା ମଞ୍ଚ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଙ୍ଗଠନ, ନାଗରିକ କମିଟି, ଓଶ୍ରୁ, ଜିଲା ବ୍ୟାଡମିଣ୍ଟନ ଆସୋସିଏଶନ, ଜିଲା ଟ୍ୟାକ୍ସ ବାର ଆସୋସିଏଶନ, ଜିଲା ଆଇନଜୀବୀ ସଂଘ, ୱିକେୟାର, ପୂର୍ବତନ ସୈନିକ ସଂଘ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଂଘ, ଅବସର ବିନୋଦନ ସାହିତ୍ୟ ସମିତି, ପୂଜ୍ୟପୂଜା ସଙ୍ଗଠନ, ବ୍ରାହ୍ମଣ ମହାସଭା, ରାଧାରାଣୀପଡା ଦୁର୍ଗାପୂଜା କମିଟି, ଯୁବ ଆକ୍ସନ କମିଟି, ଜିଲା ଯାଦବ ସମାଜ, ଗୋପାଳଜୀ କ୍ଲବ, ଭୂମିକା, ରୋଟାରୀ ଇଲାଇଟ, ସାର୍ବଜନୀନ ଦୁର୍ଗା ମନ୍ଦିର କମିଟି, ଜିଲା କ୍ରୀଡା ସଂସଦ, ଜିଲା ସାମ୍ବାଦିକ ସଂଘ, ଡୁମାଲ ସମାଜ, ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା, ସିନ୍ଧି ଯୁବ ସମାଜ, ରୋଟାରୀ କ୍ଲବ, ବିଡିଜିଏ, ଗାନ୍ଧୀ ପାଠାଗାର, ଜେଆଇଟିଏମ୍‌ ଅନୁଷ୍ଠାନ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ା କରଣ ସମାଜ ପକ୍ଷରୁ ସଭାପତି ଅସୀମ ପଟ୍ଟନାୟକ, ଉପସଭାପତି ଗାୈରଚନ୍ଦ୍ର ପୃଷେଠ, ଅଶ୍ୱିନୀ ପଟ୍ଟନାୟକ, ମୀନାକ୍ଷୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଜୟରାମ ପଟ୍ଟନାୟକ, ଦିଲୀପ କୁମାର ପୃଷେଠ, ସୁଷମା ଚୌଧୁରୀ, କୋଷାଧ୍ୟକ୍ଷ ମାନସ ରଞ୍ଜନ ବହିଦାର, ଅଖିଳ ଭାରତ କାୟସ୍ଥ ମହାସଭା ସଦସ୍ୟ ବିକ୍ରମାନନ୍ଦ ବହିଦାର, ବରିଷ୍ଠ ଉପଦେଷ୍ଟା ରାଜାରାମ ପଟ୍ଟନାୟକ, ପ୍ରୀତମ ବକ୍ସି, ପ୍ରଶାନ୍ତ ପଟ୍ଟନାୟକ, ନମିତା ବକ୍ସି ଗଣସଫେଇରେ ସାମିଲ ହୋଇଥିଲେ ା ପ୍ରାୟ ୧୦୦ ବର୍ଷ ପୁରାତନ ନରସିଂହ ବନ୍ଧ ଉପରେ ସହରର ଶତାଧିକ ଜନସାଧାରଣ ବିଭିନ୍ନ ପୂଜା ପାର୍ବଣ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଜଳ ସଂଗ୍ରହ କରିଥାନ୍ତି ା ମାତ୍ର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହି ଜଳାଶୟ ସ୍ବଚ୍ଛତା ଓ ଅସ୍ତିତ୍ୱ ହରାଇବା ସ୍ଥିତିରେ ରହିଛି ା ତୁରନ୍ତ ଏହି ବନ୍ଧର ପୁନରୁଦ୍ଧାର କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri