ନନ୍ଦନକାନନରେ ପୁଣି ହେବ ବାଘଙ୍କ ମିଳନ ପ୍ରକ୍ରିୟା : ତିନି ଯୋଡ଼ିକୁ ସାମିଲ କରାଯିବ

ବାରଙ୍ଗ,୧୫।୭(ଡି.ଏନ.ଏ.) : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପୁଣି ଆରମ୍ଭ ହେବାକୁ ଯାଉଛି ବାଘମାନଙ୍କ ମିଳନ ପ୍ରକ୍ରିୟା। କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ନନ୍ଦନକାନନ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ଭାରତର ବଡ଼ ୧୮ଟି ଚିଡିଆଖାନା ମଧ୍ୟରେ ନୂଆ ଇତିହାସ ରଚି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେଥିପାଇଁ ୭ମାସର ବ୍ୟବଧାନ ପରେ ପୁଣି ଅଗଷ୍ଟରେ ଜନ୍ତୁବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ୩ଯୋଡି ବାଘଙ୍କ ମିଳନ। ଏହି ପ୍ରକ୍ରିୟାରେ ସାମିଲ ହେବେ ଧଳା ମହାବଳ ବାଘ ସମ୍ରାଟ ସହ ନାଲି ବାଘୁଣୀ ରେଣୁକା, ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲୀ ବାଘୁଣୀ ସାରା ସହ ସାତକୋଶିଆରୁ ନନ୍ଦନକାନନକୁ ପଶିଆସିଥିବା ଜଙ୍ଗଲୀ ମହାବଳ ବାଘ ନନ୍ଦନ ଏବଂ ଧଳାବାଘୁଣୀ ସ୍ନେହା ସହ ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲୀ ମହାବଳ ବାଘ ସେଫ୍‌।
ଧଳା ମହାବଳ ବାଘ ସମ୍ରାଟ ସହ ମିଳନ ଯୋଗୁ ବାଘୁଣୀ ରେଣୁକା ୨୦୧୮ ଡିସେମ୍ବର ୨୨ରେ କଳାଲୋମଯୁକ୍ତର ଦୁଇଟି ଛୁଆ ଜନ୍ମଦେଇ ନନ୍ଦନକାନନକୁ ଚର୍ଚ୍ଚାକୁ ଆଣିଥିଲା। ଏହା ଦୁହିଁଙ୍କର ଦ୍ୱିତୀୟ ମିଳନ ଥିଲା। ଏହା ପୂର୍ବରୁ ହୋଇଥିବା ମିଳନରୁ ରେଣୁକା ୨୦୧୬ ମେ ୨୫ରେ ଏକ ମଲା କଳାଛୁଆ ଜନ୍ମ ଦେଇଥିଲା। ପୁଣି କଳାଲୋମଯୁକ୍ତ ବାଘଶାବକର ଆଶା ରଖି ଏବେ ତୃତୀୟଥର ପାଇଁ ଏହି ଯୋଡିଙ୍କର ମିଳନ ହେବାକୁ ଯାଉଛି। ରୋହିତ ଓ ଶୈଳଜା ଔରସରୁ ରେଣୁକା ୨୦୦୮ ଫେବୃୟାରୀ ୨୮ରେ ଜନ୍ମଗ୍ରହଣ କରିଥିବାବେଳେ ନିଶାନ ଓ କୁସୁମ ଔରସରୁ ୨୦୧୦ ମାର୍ଚ୍ଚ୧ରେ ଜନ୍ମଗ୍ରହଣ କରିଥିଲା ସମ୍ରାଟ ଓ ଧଳାବାଘୁଣୀ ସ୍ନେହା। ଏହି ଯୋଡି ନନ୍ଦନକାନନ ପାଇଁ ବିଶେଷରୂପେ ଗୁରୁତ୍ୱ ବହନ କରିଛିି। ଦ୍ୱିତୀୟଥର ଡିସେମ୍ବରରେ ରେଣୁକା ପିଲା ଜନ୍ମ କରିଥିବାରୁ ଚଳିତ ଡିସେମ୍ବରକୁ ଆଶା ରଖି ଏମାନଙ୍କ ମିଳନ ପାଇଁ ଜନ୍ତୁ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି।
ଅନ୍ୟପକ୍ଷରେ ୧୮ ଏପ୍ରିଲ ୨୦୦୯ରେ ହାଇଦ୍ରାବାଦରୁ ଜଙ୍ଗଲୀ ବାଘୁଣୀ ସାରାକୁ ନନ୍ଦନକାନନକୁ ଅଣାଯାଇଥିଲା। ସେହିଭଳି ପ୍ରେମପାଗଳ ମହାବଳ ବାଘ ନନ୍ଦନ ସାତକୋଶିଆରୁ ଆସି ୨୦୧୩ ଜୁଲାଇ ୭ରେ ନନ୍ଦନକାନନରେ ପଶିଥିଲା। ୨୦ ଏପ୍ରିଲ ୨୦୧୬ରେ ନନ୍ଦନ ଓ ମେଘାର ପ୍ରଥମକରି ମିଳନରୁ ବାହୁବଳୀ ଓ କୁନ୍ଦନ ଜନ୍ମ ହୋଇଥିବାବେଳେ ଏବେ ସାରା ଓ ନନ୍ଦନଙ୍କ ମିଳନ ପାଇଁ ଯୋଜନା କରାଯାଇଛି। ସେହିପରି ପୂର୍ବରୁ ସେଫ୍‌ ସହ ଅଙ୍କିତାର ମିଳନ ହୋଇଥିଲା। ଫଳରେ ୨୦୧୮ ଜାନୁୟାରୀ ୧୨ରେ ଅଙ୍କିତା ଦୁଇଟି ଛୁଆ ଜନ୍ମ ଦେଇଥିଲା। ହେଲେ ସେଥିମଧ୍ୟରୁ ଅଣ୍ଡିରାଛୁଆ ମରିଯାଇଥିଲାବେଳେ ମାଈଛୁଆଟି ବଞ୍ଚତ୍ୟାଇଥିଲା। ୭ ଡିସେମ୍ବର ୨୦୧୬ରେ ହାଇଦ୍ରାବାଦ ନେହେରୁ ଜୁଲୋଜିକାଲ ପାର୍କରୁ ସେଫ୍‌କୁ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଅଣାଯାଇଥିଲା। ସୂଚନାଥାଉ କି ଅଗଷ୍ଟରେ ମିଳନ ଯଦି ସଫଳ ହୁଏ, ତେବେ ନଭେମ୍ବର ଶେଷ କିମ୍ବା ଡିସେମ୍ବରରେ ବାଘଛୁଆ ଜନ୍ମ ହେବା ସମ୍ଭାବନା ରହିଛି। ବାଘୁଣୀମାନେ ସାଧାରଣତଃ ୧୦୩ରୁ ୧୦୫ଦିନ ଗର୍ଭଧାରଣ କରି ଜନ୍ମ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଶିଷ୍ଟ ମଞ୍ଚ କଳାକାର ତଥା ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ )ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା: ବାପା-ମା’ଙ୍କୁ ନେଇ ପୀଡ଼ିତା ଯାହା କହିଲେ, ଗୋଡ଼ ତଳୁ ଖସିଯିବ ମାଟି

ଡେରାଡୁନ,୧୫।୪: ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୪ ବର୍ଷୀୟା ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି। ଏହାପରେ ନବଜାତ ଶିଶୁର…

୪୦ ମିନିଟର ଫୋନ କଲ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ବଡ଼ ମେସେଜ୍‌: ‘ମୁଁ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛି…’

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ କଥା ହୋଇଛନ୍ତି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମ…

‘ଭାରତ ନିଷ୍ପତ୍ତି ନେବ’, ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଭାରତର ଭୂମିକା ଉପରେ ସର୍ଗିଓଙ୍କ ବଡ଼ ବୟାନ

ଓ୍ବାଶିଂଟନ୍‌,୧୫।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଛି। ପାକିସ୍ତାନ ଏବଂ ଇଜିପ୍ଟର ପ୍ରୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri