ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ଲଢ଼ୁଆ ବ୍ୟାଟିଂ ମ୍ୟାଚ୍‌ରେ ଭାରତର ବିଜୟ ହେବାର ସମ୍ଭାବନା ସୃଷ୍ଟି କରିଥିଲା। ହେଲେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୧୮ ରନ୍‌ରେ ପରାଜୟ ବରଣ କରିଥିଲା। ଭାରତୀୟ ଦଳର ପ୍ରଦର୍ଶନକୁ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ପ୍ରଶଂସା କରିବା ସହ ମହେନ୍ଦ୍ର ସିଂ ଧୋନୀଙ୍କୁ କିମ୍ବଦନ୍ତୀ ବୋଲି କହିଛନ୍ତି। ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଉପର କ୍ରମର ବ୍ୟାଟ୍ସମ୍ୟାନ ଉଇକେଟ ଫୋପାଡ଼ି ଚାଲିଯିବା ପରେ ନିମ୍ନକ୍ରମରେ ଜାଡେଜା ଓ ଧୋନୀ ଭଲ ବ୍ୟାଟିଂ କରିଥିଲେ। ମୋ ମତରେ ଅଧିନାୟକ ବିରାଟ କୋହଲି ଭୁଲ୍‌ ନିଷ୍ପତ୍ତିର ଶିକାର ହୋଇଛନ୍ତି। ବଲ ଉଇକେଟ ଉପରେ ଅଳ୍ପ ବାଜିଥିଲା। କିନ୍ତୁ ଫିଲ୍ଡ ଅମ୍ପାୟର ଆଉଟ୍‌ ଦେଇଥିବାରୁ ଡିଆରଏସ୍‌ ବ୍ୟବହାର କରିବା ସତ୍ତ୍ୱେ କୋହଲିଙ୍କୁ ପ୍ୟାଭିଲିଅନ ଫେରିବାକୁ ପଡ଼ିଥିଲା। ଜାଡେଜା ଆଟାକିଂ ଖେଳିଥିଲେ ଓ ଧୋନୀ ଭାରତୀୟ ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ଯେଉଁ ବଲ ଛକା ହେବା କଥା ଜାଡେଜା ସେଥିରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଧୋନୀ ଡାଇଭ ମାରିଥିଲେ ଆଉଟ୍‌ ହେବାରୁ ବର୍ତ୍ତି ଯାଇପାରିଥାନ୍ତେ ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅଖତର କହିଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି, ୩୮ ବର୍ଷୀୟ ଧୋନୀ ଜଣେ କିମ୍ବଦନ୍ତୀ। ସେ କ୍ରିକେଟର ଅନ୍ୟତମ ଆମ୍ବାସାଡର। ଧୋନୀ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ମ୍ୟାଚ୍‌ ଭାରତ ସପକ୍ଷରେ ଥିଲା। ଦୁର୍ଭାଗ୍ୟବଶତଃ ସେ ଦଳକୁ ଫାଇନାଲ ଦେଇ ପାରି ନ ଥିଲେ। ଦଳୀୟ ପ୍ରଦର୍ଶନରେ ଭାରତୀୟ ପ୍ରଶଂସକଙ୍କୁ ଗର୍ବିତ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri