ଧୂଆଁରୁ ବିସ୍ମୟ

ଭୁବନେଶ୍ୱର,୨୬ା୧୨ (ବ୍ୟୁରୋ): ଧୂଆଁରୁ ସୃଷ୍ଟି ହେଉଛି ବିସ୍ମୟ। ଦେଖିବା ମାତ୍ରେ କିଛିକ୍ଷଣ ପାଇଁ ଆଖି ଅଟକି ଯାଉଛି। ରଙ୍ଗ ନୁହେଁ କି ରଙ୍ଗତୂଳୀ ନୁହେଁ, ଧୂଆଁରେ ଅଙ୍କାଯାଉଛି ଚିତ୍ର। ଡିବିରି ଧୂଆଁରେ କାନ୍‌ଭାସ୍‌ ମନଚାହାଁ ରୂପ ନେଉଛି। ପ୍ରଥମଥର ପାଇଁ ଓଡ଼ିଶାକୁ ଏଭଳି ସ୍ମୋକ୍‌ ଆର୍ଟ କନ୍‌ସେପ୍ଟ ନେଇ ଆସିଛନ୍ତି କଟକର ଯୁବ ଚିତ୍ରଶିଳ୍ପୀ ଦୀପକ ବିଶ୍ୱାଳ। ୨୬ ବର୍ଷୀୟ ଦୀପକ କିରୋସିନ ଲ୍ୟାମ୍ପ୍‌ ବା ଡିବିରି ନିଆଁରୁ ବାହାରୁଥିବା ଧୂଆଁରେ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି। ଆଖିକୁ ଅବିଶ୍ୱସନୀୟ ଏହି ଚିତ୍ର ବିନା ରଙ୍ଗରେ ଅଙ୍କାଯାଉଛି।
ସ୍ୟାଣ୍ଡ୍‌ ଆନିମେଶନ, ରକ୍‌ ପେଣ୍ଟିଂ, ସାଉଣ୍ଡ ଆର୍ଟ ଭଳି ସ୍ମୋକ୍‌ ଆର୍ଟ ମଧ୍ୟ ଏକ ନିଆରା ଓ ସମ୍ପୂର୍ଣ୍ଣ ଭିନ୍ନ ଆର୍ଟଫର୍ମ। ଏଭଳି ଏକ ନିଆରା କନ୍‌ସେପ୍ଟରେ ଏକ୍ସପେରିମେଣ୍ଟ କରୁଥିବା ଦୀପକଙ୍କ ଘର କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ହୋଇଥିବାବେଳେ ପେସାରେ ସେ ଜଣେ ଔଷଧ ବ୍ୟବସାୟୀ। ହେଲେ ଚିତ୍ରକଳା ପ୍ରତି ପିଲାବେଳୁ ତାଙ୍କର ଦୁର୍ବଳତା ରହିଛି। ଏହି ଦୁର୍ବଳତା ତାଙ୍କୁ କିଛି ଭିନ୍ନ କରିବାକୁ ଉତ୍ସାହିତ କରିଥିବାବେଳେ ଗତ ଦେଢ଼ବର୍ଷ ହେବ ସେ ସ୍ମୋକ୍‌ ଆର୍ଟ ସହ ଜଡ଼ିତ ଅଛନ୍ତି। ଅଭ୍ୟାସ ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କ ଚିତ୍ରକଳାକୁ ଆଜି ଏକ ନୂଆସ୍ତରରେ ପହଞ୍ଚାଇଛି। ଏଥିପାଇଁ ସେ କୌଣସି ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇନାହାନ୍ତି, ବରଂ ନିଜେ ୟୁଟ୍ୟୁବ୍‌ ଦେଖି ଦେଖି ଶିଖିଛନ୍ତି। ବର୍ତ୍ତମାନ ଭାରତରେ ଏହି ଆର୍ଟଫର୍ମ ଏତେଟା ଲୋକପ୍ରିୟ ହୋଇ ନ ଥିବାବେଳେ ଏହାକୁ ସେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସ୍ମୋକ୍‌ ଆର୍ଟର ଭଲ ଚାହିଦା ରହିଥିବାରୁ ଏହାର ଭବିଷ୍ୟତ ଉଜ୍ଜ୍ୱଳ। ଚିରାଚରିତ ଚିତ୍ରକଳା ଭଳି ଏଥିରେ ଏକାଧିକ ସାମଗ୍ରୀ ଆବଶ୍ୟକ ହୋଇ ନ ଥାଏ। ଏଥିପାଇଁ ସେ କେବଳ ସାଦା କାଗଜ ବା କାନ୍‌ଭାସ୍‌, କିରୋସିନ୍‌ ଲ୍ୟାମ୍ପ୍‌, ବ୍ରସ୍‌, ପିନ୍‌, ତୁଳା ଓ ପାରାର ପର ବା ଫିଦର୍‌ ବ୍ୟବହାର କରିଥାନ୍ତି। ପ୍ରଥମେ କାଗଜ ଉପରେ ସ୍ମୋକ୍‌ ବା ଧୂଆଁ ଦେବାପରେ ତାହାକୁ ବ୍ରସ୍‌ ମାଧ୍ୟମରେ ବିଭିନ୍ନ ରୂପ ଦେଇଥାନ୍ତି। ଗୋଟିଏ ଚିତ୍ର ଆଙ୍କିବାକୁ ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଲାଗିଯାଉଥିବା ବେଳେ ଧୂଆଁ ଶୀଘ୍ର ଲିଭିଯାଉଥିବାରୁ ଏହାକୁ କିଭଳି ଦୀର୍ଘସ୍ଥାୟୀ କରିହେବ ତାହାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିପାଇଁ ସେ ଏକ ସ୍ବତନ୍ତ୍ର ସ୍ପ୍ରେ ଓ ଲିକ୍ୟୁଇଡ୍‌ ବ୍ୟବହାର କରିବା ସହ ନିଜେ ବିଭିନ୍ନ ଉପାୟ ଖୋଜି ବାହାର କରିଛନ୍ତି। କେବଳ ଏତିକି ନୁହେଁ, ଦୀପକଙ୍କ ସ୍ବତନ୍ତ୍ରତା ମଧ୍ୟରେ ରହିଛି ତାଙ୍କର ଥ୍ରୀ-ଡି ସ୍ମୋକ୍‌ ଆର୍ଟ ଓ ରଙ୍ଗିନ୍‌ ସ୍ମୋକ୍‌ ଆର୍ଟ। ପ୍ରକୃତିରୁ ଆରମ୍ଭ କରି ବିଭିନ୍ନ ଦେବଦେବୀ, ମହାପୁରୁଷ ଓ ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କୁ ସେ ସ୍ମୋକ୍‌ ଆର୍ଟରେ ଜୀବନ୍ତ ରୂପ ଦେଇପାରୁଛନ୍ତି। ନିକଟରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସ୍ମୋକ୍‌ ଆର୍ଟ କରିଥିବାବେଳେ ଆଗାମୀ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ମୋକ୍‌ ଆର୍ଟ କରି ସେମାନଙ୍କୁ ଉପହାର ଦେବେ ବୋଲି ଜଣାଇଛନ୍ତି। ତାଙ୍କ ହାତର ଯାଦୁକରି ସ୍ପର୍ଶରେ ନିର୍ଜୀବ ବି ଜୀବନ୍ତ ହୋଇଉଠୁଛି। ଅନ୍ୟମାନଙ୍କୁ ପ୍ରଦୂଷଣ ଲାଗୁଥିବା ଡିବିରିର କଳା ଧୂଆଁ ଯେ ଏଭଳି ବିସ୍ମୟ ସୃଷ୍ଟି କରିପାରିବ, ତାହା ଜଣେ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବ ନାହିଁ। ଆଗକୁ ଏଥିରେ ଅଧିକ ଗବେଷଣା କରିବା ସହ ଓଡ଼ିଶାର ଯୁବ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଏହି ଆର୍ଟଫର୍ମକୁ ଲୋକପ୍ରିୟ କରାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri