ଧୂଆଁରୁ ବିସ୍ମୟ

ଭୁବନେଶ୍ୱର,୨୬ା୧୨ (ବ୍ୟୁରୋ): ଧୂଆଁରୁ ସୃଷ୍ଟି ହେଉଛି ବିସ୍ମୟ। ଦେଖିବା ମାତ୍ରେ କିଛିକ୍ଷଣ ପାଇଁ ଆଖି ଅଟକି ଯାଉଛି। ରଙ୍ଗ ନୁହେଁ କି ରଙ୍ଗତୂଳୀ ନୁହେଁ, ଧୂଆଁରେ ଅଙ୍କାଯାଉଛି ଚିତ୍ର। ଡିବିରି ଧୂଆଁରେ କାନ୍‌ଭାସ୍‌ ମନଚାହାଁ ରୂପ ନେଉଛି। ପ୍ରଥମଥର ପାଇଁ ଓଡ଼ିଶାକୁ ଏଭଳି ସ୍ମୋକ୍‌ ଆର୍ଟ କନ୍‌ସେପ୍ଟ ନେଇ ଆସିଛନ୍ତି କଟକର ଯୁବ ଚିତ୍ରଶିଳ୍ପୀ ଦୀପକ ବିଶ୍ୱାଳ। ୨୬ ବର୍ଷୀୟ ଦୀପକ କିରୋସିନ ଲ୍ୟାମ୍ପ୍‌ ବା ଡିବିରି ନିଆଁରୁ ବାହାରୁଥିବା ଧୂଆଁରେ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି। ଆଖିକୁ ଅବିଶ୍ୱସନୀୟ ଏହି ଚିତ୍ର ବିନା ରଙ୍ଗରେ ଅଙ୍କାଯାଉଛି।
ସ୍ୟାଣ୍ଡ୍‌ ଆନିମେଶନ, ରକ୍‌ ପେଣ୍ଟିଂ, ସାଉଣ୍ଡ ଆର୍ଟ ଭଳି ସ୍ମୋକ୍‌ ଆର୍ଟ ମଧ୍ୟ ଏକ ନିଆରା ଓ ସମ୍ପୂର୍ଣ୍ଣ ଭିନ୍ନ ଆର୍ଟଫର୍ମ। ଏଭଳି ଏକ ନିଆରା କନ୍‌ସେପ୍ଟରେ ଏକ୍ସପେରିମେଣ୍ଟ କରୁଥିବା ଦୀପକଙ୍କ ଘର କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ହୋଇଥିବାବେଳେ ପେସାରେ ସେ ଜଣେ ଔଷଧ ବ୍ୟବସାୟୀ। ହେଲେ ଚିତ୍ରକଳା ପ୍ରତି ପିଲାବେଳୁ ତାଙ୍କର ଦୁର୍ବଳତା ରହିଛି। ଏହି ଦୁର୍ବଳତା ତାଙ୍କୁ କିଛି ଭିନ୍ନ କରିବାକୁ ଉତ୍ସାହିତ କରିଥିବାବେଳେ ଗତ ଦେଢ଼ବର୍ଷ ହେବ ସେ ସ୍ମୋକ୍‌ ଆର୍ଟ ସହ ଜଡ଼ିତ ଅଛନ୍ତି। ଅଭ୍ୟାସ ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କ ଚିତ୍ରକଳାକୁ ଆଜି ଏକ ନୂଆସ୍ତରରେ ପହଞ୍ଚାଇଛି। ଏଥିପାଇଁ ସେ କୌଣସି ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇନାହାନ୍ତି, ବରଂ ନିଜେ ୟୁଟ୍ୟୁବ୍‌ ଦେଖି ଦେଖି ଶିଖିଛନ୍ତି। ବର୍ତ୍ତମାନ ଭାରତରେ ଏହି ଆର୍ଟଫର୍ମ ଏତେଟା ଲୋକପ୍ରିୟ ହୋଇ ନ ଥିବାବେଳେ ଏହାକୁ ସେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସ୍ମୋକ୍‌ ଆର୍ଟର ଭଲ ଚାହିଦା ରହିଥିବାରୁ ଏହାର ଭବିଷ୍ୟତ ଉଜ୍ଜ୍ୱଳ। ଚିରାଚରିତ ଚିତ୍ରକଳା ଭଳି ଏଥିରେ ଏକାଧିକ ସାମଗ୍ରୀ ଆବଶ୍ୟକ ହୋଇ ନ ଥାଏ। ଏଥିପାଇଁ ସେ କେବଳ ସାଦା କାଗଜ ବା କାନ୍‌ଭାସ୍‌, କିରୋସିନ୍‌ ଲ୍ୟାମ୍ପ୍‌, ବ୍ରସ୍‌, ପିନ୍‌, ତୁଳା ଓ ପାରାର ପର ବା ଫିଦର୍‌ ବ୍ୟବହାର କରିଥାନ୍ତି। ପ୍ରଥମେ କାଗଜ ଉପରେ ସ୍ମୋକ୍‌ ବା ଧୂଆଁ ଦେବାପରେ ତାହାକୁ ବ୍ରସ୍‌ ମାଧ୍ୟମରେ ବିଭିନ୍ନ ରୂପ ଦେଇଥାନ୍ତି। ଗୋଟିଏ ଚିତ୍ର ଆଙ୍କିବାକୁ ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଲାଗିଯାଉଥିବା ବେଳେ ଧୂଆଁ ଶୀଘ୍ର ଲିଭିଯାଉଥିବାରୁ ଏହାକୁ କିଭଳି ଦୀର୍ଘସ୍ଥାୟୀ କରିହେବ ତାହାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିପାଇଁ ସେ ଏକ ସ୍ବତନ୍ତ୍ର ସ୍ପ୍ରେ ଓ ଲିକ୍ୟୁଇଡ୍‌ ବ୍ୟବହାର କରିବା ସହ ନିଜେ ବିଭିନ୍ନ ଉପାୟ ଖୋଜି ବାହାର କରିଛନ୍ତି। କେବଳ ଏତିକି ନୁହେଁ, ଦୀପକଙ୍କ ସ୍ବତନ୍ତ୍ରତା ମଧ୍ୟରେ ରହିଛି ତାଙ୍କର ଥ୍ରୀ-ଡି ସ୍ମୋକ୍‌ ଆର୍ଟ ଓ ରଙ୍ଗିନ୍‌ ସ୍ମୋକ୍‌ ଆର୍ଟ। ପ୍ରକୃତିରୁ ଆରମ୍ଭ କରି ବିଭିନ୍ନ ଦେବଦେବୀ, ମହାପୁରୁଷ ଓ ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କୁ ସେ ସ୍ମୋକ୍‌ ଆର୍ଟରେ ଜୀବନ୍ତ ରୂପ ଦେଇପାରୁଛନ୍ତି। ନିକଟରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସ୍ମୋକ୍‌ ଆର୍ଟ କରିଥିବାବେଳେ ଆଗାମୀ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ମୋକ୍‌ ଆର୍ଟ କରି ସେମାନଙ୍କୁ ଉପହାର ଦେବେ ବୋଲି ଜଣାଇଛନ୍ତି। ତାଙ୍କ ହାତର ଯାଦୁକରି ସ୍ପର୍ଶରେ ନିର୍ଜୀବ ବି ଜୀବନ୍ତ ହୋଇଉଠୁଛି। ଅନ୍ୟମାନଙ୍କୁ ପ୍ରଦୂଷଣ ଲାଗୁଥିବା ଡିବିରିର କଳା ଧୂଆଁ ଯେ ଏଭଳି ବିସ୍ମୟ ସୃଷ୍ଟି କରିପାରିବ, ତାହା ଜଣେ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବ ନାହିଁ। ଆଗକୁ ଏଥିରେ ଅଧିକ ଗବେଷଣା କରିବା ସହ ଓଡ଼ିଶାର ଯୁବ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଏହି ଆର୍ଟଫର୍ମକୁ ଲୋକପ୍ରିୟ କରାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri