ଧୂଅଁ।ଧୂଳିରେ ରୁନ୍ଧି ହେଉଛି ଜୀବନ

ବଡବିଲ,୭।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣି ଅଞ୍ଚଳ ଅଧୀନ ଯୋଡା-ବଡବିଲରେ ପ୍ରଦୂଷଣ ସମସ୍ୟା ଗୁରୁତର ହେବାରେ ଲାଗିଛି। ଦିନରାତି ସବୁବେଳେ ଭାରି ଯାନରେ ଖଣିଜଦ୍ରବ୍ୟ ପରିବହନ ଯୋଗୁ ରାସ୍ତା ଅବସ୍ଥା ବେହାଲ ହେବା ସହ ଟ୍ରାଫିକ ସମସ୍ୟା ଓ ଧୂଳିଧୂଆଁ ଲୋକଙ୍କୁ ଅତିଷ୍ଠ କରୁଛି। ପ୍ରଶାସନ ପକ୍ଷରୁ ପ୍ରତିକାର ଲାଗି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଗୁରୁ ଦିବସରେ ଖଣି ଅଞ୍ଚଳର ଗଣେଶ୍ୱର ପାତ୍ର ନାମକ ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କ ଅନଲାଇନ ଅଭିଯୋଗ ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ୍‌ ଗ୍ରିଭାନ୍‌ସ୍‌ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌ (ସିପିଗ୍ରାମସ ) ଜରିଆରେ ଏନେଇ ଅଭିଯୋଗ କରିଥିବା ଜଣାପଡିଛି ।
ଖଣି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି ଯେ, ଖଣିଜ ଦ୍ରବ୍ୟ ପରିବହନ ହେଉଥିବା ରାସ୍ତାର ଦୁରବସ୍ଥା ଓ ଧୂଳି ସମସ୍ୟା ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଧାରିତ ସମୟରେ ପହଞ୍ଚିିବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି। ବିକାଶ ନାଁରେ ବିନାଶ ଚାଲିଛି। ଦିନକୁ ଦିନ ଭାରିଯାନ ସଂଖ୍ୟା ବୃଦ୍ଧିପାଇବା କାରଣରୁ ବାସୁଦେବପୁରଠାରୁ ବିଲେଇପଦା, ଯୋଡା, ଭଦ୍ରାସାହି, ରୁଗୁଡି, ଗୁଆଲି ଦେଇ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ବିଭିନ୍ନ ସ୍ଥାନରେ ଏହି ରାସ୍ତା ଖାଲଖମା ହୋଇ ଦୁର୍ଗମ ହୋଇପଡିଛି। ରାସ୍ତା ଦୁରବସ୍ଥା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯୋଗୁ ସ୍କୁଲକୁ ଯିବା ଛାତ୍ରୀଛାତ୍ରଙ୍କ ନିମନ୍ତେ କାଠିକର ପାଠ ହୋଇପଡିଛି। ବିଭିନ୍ନ ସମୟରେ ମଧ୍ୟ ଛୋଟବଡ ଦୁର୍ଘଟଣା ଘଟୁଛି।
ଖଣିଜ ଦ୍ରବ୍ୟ ପରିବହନ ନିମନ୍ତେ ଦୈନିକ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଟ୍ରେଲର ଓ ଟ୍ରକ ଯାତାୟାତ କରୁଥିବା ଜଣାପଡିଛି। ରାସ୍ତାରେ ଉଡୁଥିବା ଧୂଳି ଯୋଗୁ ରାସ୍ତା ପାର୍ଶ୍ୱବର୍ତ୍ତୀ ଅଞ୍ଚଳବାସୀଙ୍କ ସମେତ ଯାତ୍ରୀମାନେ ଅଣନିଃଶ୍ୱାସୀ ହେଲା ଭଳି ଅନୁଭବ କରୁଥିବା କହୁଛନ୍ତି । ଦୀର୍ଘ ବର୍ଷ ଧରି ୨୧୫ ନଂ. ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ଏହା ଅଧିକ ସମସ୍ୟା ବଢାଉଛି। ଏହି ଜାତୀୟ ରାଜପଥର ନାମ ବଦଳାଇ ୨୦ ଓ ୫୨୦ ନମ୍ବର କରାଯାଇଛି। ଏହାବାଦ ଅଳ୍ପ ଦୂର ବ୍ୟବଧାନରେ ରାସ୍ତାରେ ଗେଟ୍‌ ବସାଯାଇ ରୀତିମତ ଟୋଲ ଆଦାୟ କରାଯାଉଥିବା ବେଳେ ରାସ୍ତା ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି। ଝାଡଖଣ୍ଡ ରାଜ୍ୟକୁ ସଂଯୋଗ କରୁଥିବା ବଡବିଲ-ନାଲଦା ରାଜ୍ୟ ରାଜପଥ ଦେଇ ଏବେ ଯାତାୟାତ କରିବା ଅସମ୍ଭବ ହୋଇପଡିଲାଣି। ଏହି ରାସ୍ତା ଦେଇ ଭାରିଯାନଗୁଡିକର ଅବାଧ ଚଳାଚଳ କାରଣରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଧୂଳି ଉଡି ଲୋକଙ୍କ ଘର ଭିତରେ ପଶି ଭାତ ହାଣ୍ଡି ଓ ପିଇବା ପାଣି ଉପରେ ଏକ ଆସ୍ତରଣ ଜମିଯାଉଛି। ଲୋକେ ଚର୍ମ ଓ ଶ୍ୱାସ ଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅଥଚ ଏହି ରାଜ୍ୟ ରାଜପଥର ହିସାବୁରୁଠାରେ ଏକ ଟୋଲଗେଟ ବସାଇ ଦୈନିକ ଟୋଲ ଆଦାୟ କରାଯାଉଛି। ଭାରିଯାନ ଚଳାଚଳ ନିମନ୍ତେ ବାଇପାସ ରିଂ ରୋଡ ନିର୍ମାଣ କରାଯିବା, ଯୋଡା ଓ ବଡବିଲ ନିମନ୍ତେ ଘୋଷଣା ହୋଇଥିବା ଫ୍ଲାଇଂ ଓଭର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯିବାକୁ ଦାବି ହେଉଛି। ସେହିପରି ନିର୍ମାଣାଧୀନ ଓଭରବ୍ରିଜ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ବଡବିଲ-ବାଂଶପାଣିକୁ ସିଧାସଳଖ ରେଳ ସଂଯୋଗ କରି ବଡବିଲ-ରାଉରକେଲା, ବଡବିଲ-ଭୁବନେଶ୍ୱରକୁ ଏକ୍ସପ୍ରେସ ଟ୍ରେନ ଚାଲୁ କରିବା ସକାଶେ ଦାବି ତେଜିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri