ଧିମେଇ ଚାଲିଛି ଧାନକିଣା

ସୋନପୁର,୫।୬(ନି.ପ୍ର.) – ସୁବର୍ଣ୍ଣପୁର ଜିଲାରେ ମେ ୧୫ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ଜୁନ୍‌ ୧୫ ତାରିଖରେ ଏହି ଅବଧି ସରିବ। ହେଲେ ମୌସୁମୀ ପାଖେଇ ଆସିଥିବା ବେଳେ ସରକାରଙ୍କ ମନ୍ଥର ଗତିରେ ଧାନ ସଂଗ୍ରହ ଚାଷୀଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନ ମଝିରେ ମଝିରେ ବର୍ଷା ହେଉଥିବାରୁ ବିଭିନ୍ନ ମଣ୍ଡିରେ ଧାନ ବସ୍ତା ଭିଜୁଛି। ଗୋଦାମ ଘର ଅଭାବ ଯୋଗୁ ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା ପଡି ରହିଛି। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
ରବିଧାନ ବିକ୍ରି ପାଇଁ ୨୭ ହଜାର ୭୩୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲାର ୪୧ଟି ଓ ସମ୍ବଲପୁର ଜିଲାର ୧୯ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ସେହିପରି ୫୪ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ କ୍ରୟ ହେଉଛି । ଚାଷୀଙ୍କୁ ଅନ୍‌ଲାଇନ ଟୋକନ ବ୍ୟବସ୍ଥା ଅନୁଯାୟୀ ଗୁରୁବାର ଅପରାହ୍ନ ସୁଦ୍ଧା ୧୩ହଜାର ୯୯ଜଣ ଚାଷୀଙ୍କ ଠାରୁ ୧୨ଲକ୍ଷ ୨୯ହଜାର ୬୩୦କୁଇଣ୍ଟାଲ ୫୮କିଲୋ ଧାନ କ୍ରୟ କରାଗଲାଣି। ଏହି ଜିଲାରୁ ୨୩ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ରାଜ୍ୟ ସରକାର ଟାର୍ଗେଟ୍‌ ଦେଇଛନ୍ତି। ତେବେ ପୂର୍ବବର୍ଷ ଭଳି ଜିଲାରେ ମିଲର୍ସଙ୍କ ଇଚ୍ଛା ଅନୁସାରେ ଚାଲିଛି ଧାନ କିଣା। ସେମାନେ ନିଜ ସୁବିଧା ଅନୁସାରେ ମଣ୍ଡି ଚୟନ କରୁଛନ୍ତି। ଏଫଏକ୍ୟୁ ଆଳ ଦେଖାଇ କୁଇଣ୍ଟାଲ ପ୍ରତି ୨ ରୁ ୩ କେଜି ଧାନ କାଟି ନେଉଛନ୍ତି। ଯେଉଁଠି ଚାଷୀ କଟ୍‌ନି ଛଟ୍‌ନିକୁ ବିରୋଧ କରୁଛନ୍ତି ସେହି ମଣ୍ଡିରୁ ଧାନ ଉଠୁନି । ଟ୍ରକ୍‌ ଓ ଶ୍ରମିକର ଅଭାବ ଥିବା ଆଳ ଦେଖାଯାଉଛି। ବାହାର ଜିଲାର ମିଲର୍ସ ମଧ୍ୟ ଧାନ ଉଠାଣରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି। ମିଲର୍ସଙ୍କ ଉପରେ ପ୍ରଶାସନ ନିୟନ୍ତ୍ରଣ ହରାଇ ଥିବା ଅଭିଯୋଗ ହେଉଛି। ଡୁଙ୍ଗୁରିପାଲି ବ୍ଲକର ରାମପୁର, ବେହେରାମାଲ, ମାୟାବାର୍ହା, ଗଜବନ୍ଧ, ଶୁଖା, ବିନିକା ବ୍ଲକର ବାଙ୍କିଘିର୍ଡି, ଚରଦା, ଶଙ୍କରା, ସିଲାଟି, ବାଉଁଶୁଣିରୁ ଧାନ ଉଠି ପାରୁନି। ଟୋକନ ପାଇବା ପରେ ରାମପୁର, ମାୟାବାର୍ହା, ଚରଦା, ଶଙ୍କରା, ସିଲାଟି ଓ ବାଉଁଶୁଣି ପ୍ୟାକ୍ସ ଅଞ୍ଚଳର ଚାଷୀମାନେ ହଜାର ହଜାର ଧାନ ବସ୍ତା ମାର୍କେଟ୍‌ ୟାର୍ଡକୁ ଆଣିଛନ୍ତି । କିନ୍ତୁ ଧାନ ମଣ୍ଡିରୁ ଉଠି ପାରୁନି। ଶଙ୍କରାର ଚାଷୀ ଶିବ ପ୍ରଧାନ, ବିକ୍ରମାଦିତ୍ୟ ଶତପଥୀ, ଓ ରାଧାକାନ୍ତ ସାହୁ କୁହନ୍ତି ସେମାନେ ଜଣ ପ୍ରତି ୫୦୦ ରୁ ୬୦୦ ବସ୍ତା ଧାନ ମଣ୍ଡିକୁ ଆଣିଛନ୍ତି । ସେମାନଙ୍କ ଧାନ କିଣା ଯାଉନି । ଗୋଦାମ ଘର ନ ଥିବାରୁ ଖୋଲା ଆକାଶ ତଳେ ଅସୁରକ୍ଷିତ ଭାବେ ଧାନ ବସ୍ତା ପଡି ରହିଛି । ଏ ସମ୍ପର୍କରେ ଶଙ୍କରା ପ୍ୟାକ୍ସ ସମ୍ପାଦକ ବୃନ୍ଦାବନ ମିଶ୍ର କୁହନ୍ତି ମେ ୧୫ ରୁ ୩୧ ତାରିଖ ମଧ୍ୟରେ ଚାଷୀଙ୍କୁ ୩୮ ହଜାର କୁଇଣ୍ଟାଲର ଟୋକନ ଦିଆ ଯାଇଥିଲା । କିନ୍ତୁ ତାଙ୍କ ପ୍ୟାକ୍ସକୁ ମାତ୍ର ୧୩ ହଜାର ୮୦୦ କୁଇଣ୍ଟାଲ ଟାର୍ଗେଟ୍‌ ଦିଆ ଯାଇଥିବାରୁ ଧାନ କ୍ରୟରେ ବିଳମ୍ବ ହେଉଛି। ସେହିପରି ଚରଦା, ସିଲାଟି, ବାଉଁଶୁଣି ପ୍ୟାକ୍ସରେ ମଧ୍ୟ ୬ ହଜାର ବସ୍ତା ଲେଖାଏଁ ଧାନ ଉଠୁନି । ରାମପୁର ପ୍ୟାକ୍ସରେ ଧାନ ବର୍ଷାରେ ଭିଜି ଯାଇଛି । ଯୋଗାଣ ବିଭାଗ ପକ୍ଷରୁ ମିଲର୍ସଙ୍କୁ ଧାନ ଉଠାଇବାକୁ କୁହା ଯାଉଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି । ଚାଷୀଙ୍କ ଧାନ କିଣିବା ଦାବିରେ ଗୁରୁବାର ଶଙ୍କରା ଗ୍ରାମର ଚାଷୀ ଭାଜପା ନେତା ବଳଦେବ ପ୍ରସାଦ ବେଦ୍‌ବାକ୍‌ଙ୍କ ନେତୃତ୍ୱରେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ୧୦ ତାରିଖରେ ମୌସୁମୀ ଓଡିଶାକୁ ଛୁଉଁ ଥିବାରୁ ତା ପୂର୍ବରୁ ଚାଷୀଙ୍କ ଧାନ କ୍ରୟ କରିବା ପାଇଁ ଚାଷୀ ସଂଗଠନଗୁଡିକ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା କୁହନ୍ତି, ଚାଷୀଙ୍କ ଧାନ ଶୀଘ୍ର ଉଠାଇବା ପାଇଁ ଉଦ୍ୟମ କରୁଛୁ। ଗୋଦାମ ଖାଲି ନ ଥିବାରୁ ଜିଲାରେ ମିଲର୍ସମାନେ ଚାଉଳ ଡେଲିଭରି ଦେଇ ନ ଥିଲେ। ବର୍ତ୍ତମାନ ଚାଉଳ ଡେଲିଭରି ସାଙ୍ଗକୁ ଧାନ ଉଠାଣ ପାଇଁ ଟ୍ରକ୍‌ ଓ ଶ୍ରମିକଙ୍କ ଅଭାବ ରହୁଛି। ତେବେ ଧାନ ସଂଗ୍ରହକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri