ଧିମେଇ ଚାଲିଛି ଧାନକିଣା

ସୋନପୁର,୫।୬(ନି.ପ୍ର.) – ସୁବର୍ଣ୍ଣପୁର ଜିଲାରେ ମେ ୧୫ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ଜୁନ୍‌ ୧୫ ତାରିଖରେ ଏହି ଅବଧି ସରିବ। ହେଲେ ମୌସୁମୀ ପାଖେଇ ଆସିଥିବା ବେଳେ ସରକାରଙ୍କ ମନ୍ଥର ଗତିରେ ଧାନ ସଂଗ୍ରହ ଚାଷୀଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନ ମଝିରେ ମଝିରେ ବର୍ଷା ହେଉଥିବାରୁ ବିଭିନ୍ନ ମଣ୍ଡିରେ ଧାନ ବସ୍ତା ଭିଜୁଛି। ଗୋଦାମ ଘର ଅଭାବ ଯୋଗୁ ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା ପଡି ରହିଛି। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
ରବିଧାନ ବିକ୍ରି ପାଇଁ ୨୭ ହଜାର ୭୩୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲାର ୪୧ଟି ଓ ସମ୍ବଲପୁର ଜିଲାର ୧୯ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ସେହିପରି ୫୪ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ କ୍ରୟ ହେଉଛି । ଚାଷୀଙ୍କୁ ଅନ୍‌ଲାଇନ ଟୋକନ ବ୍ୟବସ୍ଥା ଅନୁଯାୟୀ ଗୁରୁବାର ଅପରାହ୍ନ ସୁଦ୍ଧା ୧୩ହଜାର ୯୯ଜଣ ଚାଷୀଙ୍କ ଠାରୁ ୧୨ଲକ୍ଷ ୨୯ହଜାର ୬୩୦କୁଇଣ୍ଟାଲ ୫୮କିଲୋ ଧାନ କ୍ରୟ କରାଗଲାଣି। ଏହି ଜିଲାରୁ ୨୩ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ରାଜ୍ୟ ସରକାର ଟାର୍ଗେଟ୍‌ ଦେଇଛନ୍ତି। ତେବେ ପୂର୍ବବର୍ଷ ଭଳି ଜିଲାରେ ମିଲର୍ସଙ୍କ ଇଚ୍ଛା ଅନୁସାରେ ଚାଲିଛି ଧାନ କିଣା। ସେମାନେ ନିଜ ସୁବିଧା ଅନୁସାରେ ମଣ୍ଡି ଚୟନ କରୁଛନ୍ତି। ଏଫଏକ୍ୟୁ ଆଳ ଦେଖାଇ କୁଇଣ୍ଟାଲ ପ୍ରତି ୨ ରୁ ୩ କେଜି ଧାନ କାଟି ନେଉଛନ୍ତି। ଯେଉଁଠି ଚାଷୀ କଟ୍‌ନି ଛଟ୍‌ନିକୁ ବିରୋଧ କରୁଛନ୍ତି ସେହି ମଣ୍ଡିରୁ ଧାନ ଉଠୁନି । ଟ୍ରକ୍‌ ଓ ଶ୍ରମିକର ଅଭାବ ଥିବା ଆଳ ଦେଖାଯାଉଛି। ବାହାର ଜିଲାର ମିଲର୍ସ ମଧ୍ୟ ଧାନ ଉଠାଣରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି। ମିଲର୍ସଙ୍କ ଉପରେ ପ୍ରଶାସନ ନିୟନ୍ତ୍ରଣ ହରାଇ ଥିବା ଅଭିଯୋଗ ହେଉଛି। ଡୁଙ୍ଗୁରିପାଲି ବ୍ଲକର ରାମପୁର, ବେହେରାମାଲ, ମାୟାବାର୍ହା, ଗଜବନ୍ଧ, ଶୁଖା, ବିନିକା ବ୍ଲକର ବାଙ୍କିଘିର୍ଡି, ଚରଦା, ଶଙ୍କରା, ସିଲାଟି, ବାଉଁଶୁଣିରୁ ଧାନ ଉଠି ପାରୁନି। ଟୋକନ ପାଇବା ପରେ ରାମପୁର, ମାୟାବାର୍ହା, ଚରଦା, ଶଙ୍କରା, ସିଲାଟି ଓ ବାଉଁଶୁଣି ପ୍ୟାକ୍ସ ଅଞ୍ଚଳର ଚାଷୀମାନେ ହଜାର ହଜାର ଧାନ ବସ୍ତା ମାର୍କେଟ୍‌ ୟାର୍ଡକୁ ଆଣିଛନ୍ତି । କିନ୍ତୁ ଧାନ ମଣ୍ଡିରୁ ଉଠି ପାରୁନି। ଶଙ୍କରାର ଚାଷୀ ଶିବ ପ୍ରଧାନ, ବିକ୍ରମାଦିତ୍ୟ ଶତପଥୀ, ଓ ରାଧାକାନ୍ତ ସାହୁ କୁହନ୍ତି ସେମାନେ ଜଣ ପ୍ରତି ୫୦୦ ରୁ ୬୦୦ ବସ୍ତା ଧାନ ମଣ୍ଡିକୁ ଆଣିଛନ୍ତି । ସେମାନଙ୍କ ଧାନ କିଣା ଯାଉନି । ଗୋଦାମ ଘର ନ ଥିବାରୁ ଖୋଲା ଆକାଶ ତଳେ ଅସୁରକ୍ଷିତ ଭାବେ ଧାନ ବସ୍ତା ପଡି ରହିଛି । ଏ ସମ୍ପର୍କରେ ଶଙ୍କରା ପ୍ୟାକ୍ସ ସମ୍ପାଦକ ବୃନ୍ଦାବନ ମିଶ୍ର କୁହନ୍ତି ମେ ୧୫ ରୁ ୩୧ ତାରିଖ ମଧ୍ୟରେ ଚାଷୀଙ୍କୁ ୩୮ ହଜାର କୁଇଣ୍ଟାଲର ଟୋକନ ଦିଆ ଯାଇଥିଲା । କିନ୍ତୁ ତାଙ୍କ ପ୍ୟାକ୍ସକୁ ମାତ୍ର ୧୩ ହଜାର ୮୦୦ କୁଇଣ୍ଟାଲ ଟାର୍ଗେଟ୍‌ ଦିଆ ଯାଇଥିବାରୁ ଧାନ କ୍ରୟରେ ବିଳମ୍ବ ହେଉଛି। ସେହିପରି ଚରଦା, ସିଲାଟି, ବାଉଁଶୁଣି ପ୍ୟାକ୍ସରେ ମଧ୍ୟ ୬ ହଜାର ବସ୍ତା ଲେଖାଏଁ ଧାନ ଉଠୁନି । ରାମପୁର ପ୍ୟାକ୍ସରେ ଧାନ ବର୍ଷାରେ ଭିଜି ଯାଇଛି । ଯୋଗାଣ ବିଭାଗ ପକ୍ଷରୁ ମିଲର୍ସଙ୍କୁ ଧାନ ଉଠାଇବାକୁ କୁହା ଯାଉଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି । ଚାଷୀଙ୍କ ଧାନ କିଣିବା ଦାବିରେ ଗୁରୁବାର ଶଙ୍କରା ଗ୍ରାମର ଚାଷୀ ଭାଜପା ନେତା ବଳଦେବ ପ୍ରସାଦ ବେଦ୍‌ବାକ୍‌ଙ୍କ ନେତୃତ୍ୱରେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ୧୦ ତାରିଖରେ ମୌସୁମୀ ଓଡିଶାକୁ ଛୁଉଁ ଥିବାରୁ ତା ପୂର୍ବରୁ ଚାଷୀଙ୍କ ଧାନ କ୍ରୟ କରିବା ପାଇଁ ଚାଷୀ ସଂଗଠନଗୁଡିକ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା କୁହନ୍ତି, ଚାଷୀଙ୍କ ଧାନ ଶୀଘ୍ର ଉଠାଇବା ପାଇଁ ଉଦ୍ୟମ କରୁଛୁ। ଗୋଦାମ ଖାଲି ନ ଥିବାରୁ ଜିଲାରେ ମିଲର୍ସମାନେ ଚାଉଳ ଡେଲିଭରି ଦେଇ ନ ଥିଲେ। ବର୍ତ୍ତମାନ ଚାଉଳ ଡେଲିଭରି ସାଙ୍ଗକୁ ଧାନ ଉଠାଣ ପାଇଁ ଟ୍ରକ୍‌ ଓ ଶ୍ରମିକଙ୍କ ଅଭାବ ରହୁଛି। ତେବେ ଧାନ ସଂଗ୍ରହକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri