Posted inଖେଳ

ଧାରରେ ଗ୍ଲୋଭ୍ସ ନେଇ ପ୍ରାକ୍ଟିସ କରୁଥିଲେ ପଙ୍ଘାଲ

ନୂଆଦିଲ୍ଲୀ,୨୬।୯: ବିଜେନ୍ଦ୍ର କୁମାର, ଅଖିଲ କୁମାର, ବିକାଶ କ୍ରିଷ୍ଣନ ଓ ଶିବ ଥପ୍ପାଙ୍କ ପରେ ଦେଶର ଉଦୀୟମାନ ବକ୍ସର ହେଉଛନ୍ତି ରୋହତକର ଅମିତ ପଙ୍ଘାଲ। ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ପଙ୍ଘାଲଙ୍କୁ ବକ୍ସର ହେବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ଯେତେବେଳେ ବକ୍ସିଂ ଆରମ୍ଭ କରିଥିଲେ ଧାରରେ ଗ୍ଲୋଭ୍ସ ଆଣି ପ୍ରାକ୍ଟିସ କରୁଥିଲେ। ତାଙ୍କୁ ସ୍ବପ୍ନ ସତ କରିବା ପାଇଁ ବଡ଼ ଭାଇ ଅଜୟ ପୂରା ସମର୍ଥନ କରିଥିଲେ। ଅଜୟ ସାନ ଭାଇର କ୍ୟାରିୟର ପାଇଁ ନିଜ ବକ୍ସିଂ ଛାଡ଼ି ଦେଇଥିଲେ। ବକ୍ସିଂ ଛାଡ଼ିବା ପୂର୍ବରୁ ଅଜୟ ଜାତୀୟ ସ୍ତରୀୟ ଇଭେଣ୍ଟରେ ଖେଳି ସାରିଥିଲେ। ମୁଁ ଯେତେବେଳେ ବକ୍ସିଂ ଆରମ୍ଭ କରିଥିଲି, ସେତେବେଳେ ଆମ ପରିବାର ଆର୍ଥିକ ସ୍ଥିତି ଭଲ ନ ଥିଲା। ଏଭଳି ପରିସ୍ଥିତି ସତ୍ତ୍ୱେ ଦୁଇ ଭାଇ ବକ୍ସର ହେବାକୁ ମନ ବଳାଇଥିଲେ। ପ୍ରଥମେ ଅଜୟ ଓ ପରେ ଅମିତ ବକ୍ସିଂ ବାଛିଥିଲେ। ଟ୍ରେନିଂ ବ୍ୟତୀତ ଜଣେ ବକ୍ସରଙ୍କ ଉଚିତ ଖାଇବା ଦରକାର, ଯାହା ପାଇଁ ଅର୍ଥ ଆବଶ୍ୟକ। ମୁଁ ମୋ ସାଙ୍ଗଙ୍କଠାରୁ ଧାରରେ ଗ୍ଲୋଭ୍ସ ନେଇ ଅଭ୍ୟାସ କରୁଥିଲି। ଆମ ନିକଟରେ ଗ୍ଲୋଭ୍ସ କିଣିବାକୁ ଅର୍ଥ ନ ଥିଲା। ଘରେ ଏ ନେଇ ଜଣାଉ ନ ଥିଲି। ଭାଇ ଆର୍ମି ପରୀକ୍ଷାରେ ସଫଳ ହୋଇ ଆର୍ମିରେ ଯୋଗ ଦେଇଥିଲେ। ସେ ଆୟ କରିବା ପରେ ମୋ ଡାଇଟ୍‌ ଓ ଆବଶ୍ୟକ ଉପକରଣ କିଣିଥିଲେ। ସେ ମୋତେ କେବଳ ବକ୍ସିଂରେ ମନ ଦେବାକୁ କହୁଥିଲେ। ମୁଁ ଆଜି ଯାହା ବି କିଛି ଅଛି, ସବୁ ଭାଇଙ୍କ ପାଇଁ ବୋଲି ଅମିତ କହିଛନ୍ତି। ୨୩ ବର୍ଷୀୟ ବକ୍ସର ଗତ ବର୍ଷ ଅନୁଷ୍ଠିତ ଏସିଆନ ଗେମ୍ସ ସ୍ବର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ଏଥିସହିତ ଏସିଆନ ଚାମ୍ପିୟନଶିପ୍‌ରେ ଗୋଟିଏ ଲେଖାଏ ବ୍ରୋଞ୍ଜ ଓ ରୌପ୍ୟ ପଦକ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ରାଶିଙ୍କ ଗୋଲ୍ଡେନ ସମୟ: ହାତକୁ ଆସିବ ପ୍ରବଳ ଟଙ୍କା, ମିଳିବ ମନପସନ୍ଦ ଚାକିରି!

ଭୁବନେଶ୍ୱର: ବର୍ତ୍ତମାନ ବୁଧ ନିଜ ରାଶି କନ୍ୟାରେ ଅବସ୍ଥାନ କରିବା ସହ ହସ୍ତ ନକ୍ଷତ୍ରରେ ଗୋଚର କରୁଛନ୍ତି। ନିଜ ରାଶିରେ ବୁଧଙ୍କ ଅବସ୍ଥିତି ତାଙ୍କୁ ଅଧିକ ପ୍ରଭାବଶାଳୀ…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ସିଂହବାହିନୀଙ୍କ ଆଗମନୀ ପାଇଁ ଦିଗପହଣ୍ଡିରେ ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?