ଧାମରା ବନ୍ଦରରେ ବାଂଲାଦେଶର ଜାହାଜ: ଚାଇନା କର୍ମଚାରୀ ଅବତରଣକୁ ନେଇ ଗୁଜବ

ଚାନ୍ଦବାଲି,୨୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରରେ ବୁଧବାର ବାଂଲାଦେଶର ଦୁଇଟି ଜାହାଜ ଇସ୍ପାତ ନେବାକୁ ଲାଗିଛି। ଏହି ଦୁଇ ଜାହାଜରେ ଚାଇନା କର୍ମଚାରୀ ଧାମରା ବନ୍ଦରରେ ଅବତରଣକୁ ନେଇ ଗୁଜବ ପ୍ରକାଶ ପାଇଛି। ଚାଇନା ଜାହାଜର କର୍ମଚାରୀଙ୍କ ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ଗୁଜବକୁ ଅଧିକ ଖୋରାକ ଯୋଗାଇଛି। ଜାନୁୟାରୀ ୧୪ ପରେ ଚାଇନାରୁ ଆସିଥିବା ଲୋକଙ୍କଠାରେ କରୋନା ଭାଇରସ୍‌ ଥିବା ଆଶଙ୍କା ଥିବାବେଳେ ବାଂଲାଦେଶୀ ଜାହାଜର ୪୪ଜଣ ଚାଇନା କର୍ମଚାରୀଙ୍କୁ ନେଇ ଏପରି ମିଥ୍ୟା ଗୁଜବକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଚାଇନାରେ କରୋନା ଆତଙ୍କ ପରେ ଧାମରା ବନ୍ଦର ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ମାଲ ପରିବହନ ପାଇଁ ବାହାର ଦେଶର ଜାହାଜ ଧାମରା ବନ୍ଦର ଜେଟିରେ ଲାଗୁଥିଲେ ମଧ୍ୟ କର୍ମଚାରୀଙ୍କ ଅବତରଣ ଲାଗି ଏଠାରେ ଅନୁମତି ନାହିଁ। ଧାମରା ବନ୍ଦରକୁ ଆସୁଥିବା ଜାହାଜ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିୟମିତ ଖବର ପ୍ରଦାନ କରାଯାଉଛି। ଜାହାଜର କର୍ମଚାରୀଙ୍କୁ ବନ୍ଦରର ଡାକ୍ତର ମାସ୍କ ପିନ୍ଧି ବିନା ସ୍ପର୍ଶ (ଥର୍ମାଲ ସ୍କାନିଂ ସିଷ୍ଟମ)ରେ ଯାଞ୍ଚ କରିବା ସହ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହାର ରିପୋର୍ଟ ଜାହାଜ ଚଳାଚଳ(ଭାରତ ସରକାର) ଓ ବନ୍ଦର ନିର୍ଦ୍ଦେଶାଳୟ(ଓଡ଼ିଶା)କୁ ପ୍ରତିଦିନ ପ୍ରଦାନ କରାଯାଉଥିବା ବନ୍ଦର କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ। ବାଂଲାଦେଶର ଜାହାଜ ଦ୍ୱୟ ଇସ୍ପାତ ନେବାକୁ ଏଠାରେ ଲାଗିଛି। ଜାହାଜର ୨୨ଜଣ ଲେଖାଏ ମୋଟ ୪୪ଜଣ କର୍ମଚାରୀ ଚାଇନାର ଅଛନ୍ତି। ଧାମରା ବନ୍ଦରକୁ ଆସିବା ପୂର୍ବରୁ ସେମାନେ ବାଂଲାଦେଶର ଚିଟାଗଞ୍ଜ ବନ୍ଦରରେ ଅବତରଣ କରିଥିବାର ରିପୋର୍ଟ ରହିଛି। ସେମାନେ ଜାହାଜରେ କାମ କରିବା ଓ ଜଳପଥରେ ରହିବା କାରଣରୁ ଦୀର୍ଘଦିନ ହେବ ନିଜ ଦେଶକୁ ଯାଇନାହାନ୍ତି। ଫଳରେ ସେମାନେ କରୋନା ଆକ୍ରାନ୍ତ ହେବା ଆଶଙ୍କା ନାହିଁ ବୋଲି ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଧାମରା ବନ୍ଦରର ସୁରକ୍ଷା ବିଭାଗ ମୁଖ୍ୟ ସୁନୀଲ କୁମାର ଏଠାରେ କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ଧାମରା ଥାନା, ଜିଲାପାଳ, ଏସ୍‌ପି ଓ ସିଡିଏମ୍‌ଓଙ୍କୁ ଅବଗତ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର କହିଛନ୍ତି, ଧାମରା ବନ୍ଦରରେ ଲାଗୁଥିବା ଜାହାଜ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri