ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ: ଜିଲାପାଳଙ୍କ ଅଫିସ ଘେରାଉ କଲେ ଚାଷୀ

ନୂଆପଡା ଅଫିସ,୩ା୭: ନୂଆପଡା ଜିଲାରେ ରବି ଧାନକିଣାରେ ଅଚଳାବସ୍ଥା ଲାଗିରହିଛି । ଚାଷୀମାନେ ବାରମ୍ବାର ବ୍ଲକରୁ ଜିଲା ଅଫିସ ଦୌଡି ନୟାନ୍ତ ହେବା ପରେ ଜିଲାପାଳଙ୍କ ଅଫିସ ଘେରାଉ କରିବା ସହ ଜାତୀୟ ରାଜପଥରେ ଧାନ ବସ୍ତା ରଖି ଅବରୋଧ କରି ରଖିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଏଠାରୁ ଯିବେ ନାହିଁ କି ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ଅଡି ବସିଥିଲେ। ଗେଟରେ ପୋଲିସ ତାଲା ପକାଇଦେବାରୁ ବାଧ୍ୟ ହୋଇ ଜାତୀୟ ରାଜପଥରେ ରଖିଥିଲେ। ପୂର୍ବାହ୍ନ ୧୦ଟାରୁ ଗୋଟିଏ ରାସ୍ତା ଅବରୋଧ କରିଥିବାବେଳେ ଦିନ ଦୁଇଟାବେଳେ ଦୁଇଟି ରାସ୍ତାକୁ ଅବରୋଧ କରିଥିଲେ। ଚାଷୀମାନେ ବିଭିନ୍ନ ନାରାବାଜି କରି ଆନ୍ଦୋଳନକୁ ତୀବ୍ର କରିଥିଲେ।
ପ୍ରକାଶ ଯେ, ଜିଲାରେ ଠିକ ସମୟରେ ଧାନ କିଣା ଆରମ୍ଭ କଲେ। ମଣ୍ଡି ଖୋଲାହେଲା। ହେଲେ ମଣ୍ଡିରେ ଚାଷୀମାନେ ଧାନବସ୍ତା ଆଣି ଖରା ବର୍ଷାରେ ଜଗି ରହିଲେ । ସେପଟେ ମିଲର୍ସମାନେ ଆଉ ଆସିଲେ ନାହିଁ । ଧାନବସ୍ତା ଗଜା ହେଲା । ଏହାକୁ ନେବାକୁ ହେଲେ ମିଲର୍ସମାନେ କଟନି ପାଇଁ ଦାବି କଲେ । ଏଭଳି ଅବସ୍ଥାରେ ଜୋରଯାର ମୂଳକ ତାର ନୀତିରେ ବଡମୁଣ୍ଡିଆ ଚାଷୀଙ୍କଧାନ ଉଠିଥିବାବେଳେ ପଡୋଶୀ ଛତିଶଗଡରୁ ମିଲର୍ସମାନେ ହଜାର ହଜାର ବସ୍ତା ଧାନ ଆଣି ଭର୍ତ୍ତି କରିଦେଲେ । ଫଲସ ଏଣ୍ଟ୍ରି କରି ଟାର୍ଗେଟ ପୁରାଇଦେଲେ। ରାଜ୍ୟ ସରକାର ଜିଲାକୁ ୨ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଟାର୍ଗେଟ ଦେଇଥିଲେ। ଏହା ସହଜେ ପୂରଣ ହୋଇଗଲା । ଏପଟେ ଜିଲାରେ ବର୍ତ୍ତମାନ ୩୦ ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ମଣ୍ଡି ଏବଂ ଚାଷୀଙ୍କ ଘରେ ପଡି ରହିଛି। ଚାଷୀଙ୍କ ବାରମ୍ବାର ଦାବି ସତ୍ୱେ ଚାଷୀଙ୍କ ଧାନକୁ ସର୍ଭେ କରା ନ ଯାଇ ବିଭିନ୍ନ ପ୍ରତିଶ୍ରୁତି ଦେଇ ଟାଳି ରଖିଲେ। ଶେଷରେ ଧାନକିଣା ଶେଷ ତାରିଖ (ଜୁନ ୩୦) ଆସିଗଲା । ଶେଷରେ ଚାଷୀ ଜଳକା ହୋଇ ଦେଖିଲେ । ଏହାକୁ ନେଇ ବାରମ୍ବାର ଦାବି ପ୍ରତିବାଦ କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ବୁଧବାର ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ହଜାର ହଜାର ବସ୍ତା ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଚତୁର୍ଭୁଜ ଶର୍ମା, ରବୀନ୍ଦ୍ର ମଙ୍ଗରାଜ ପ୍ରମୁଖ ନେତୃତ୍ୱ ନେଉଥିବାବେଳେ ଡୁମେରପାଣି, ସାରାବଙ୍ଗ, ପରକୋଡ, ଆମସେନା, ବିରୋମାଲ ଆଦି ଗାଁର ଚାଷୀମାନେ ସାମିଲ ରହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଧିକାରୀ ଆସି ନ ଥିବା ଜଣାପଡ଼ିଛି। ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇ ପରିସ୍ଥିତିକୁ ଆୟତରେ ରଖାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri