ବାସୁଦେବପୁର, ୮ା୧(ଡି.ଏନ୍.ଏ.)- ବାସୁଦେବପୁର ବ୍ଲକ ଇରମ ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୧ ଜଣ ଚାଷୀ ସେମାନଙ୍କର ପୂର୍ବବର୍ଷ ଧାନବିକ୍ରି ଟଙ୍କା ପାଇପାରିନାହାନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ମଙ୍ଗଳବାର ସମିତି କାର୍ଯ୍ୟାଳୟ ଆଗରେ ହୋହଲ୍ଲା କରିଛନ୍ତି। ଫଳରେ ପୂର୍ବାହ୍ନଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ସମିତି କାର୍ଯ୍ୟ ପରିଚାଳନାରେ ବାଧା ଉପୁଜିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୯ ଆର୍ଥତ୍କ ବର୍ଷରେ ଏହି ସମିତି ଅଧୀନରେ ୨୧ ଜଣ ଚାଷୀ ପ୍ରଦାନ କରିଥିବା ୭୦୭ କୁଇଣ୍ଟାଲ ଧାନ ବାବଦକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଏଯାଏ ପାଇପାରିନାହାନ୍ତି। ଏହାର ପ୍ରତିବାଦରେ ସେମାନେ ଏପରି ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିଛନ୍ତି। ଏହି ଘଟଣାର ସମାଧାନ ପାଇଁ ମଧ୍ୟାହ୍ନରେ ଇରମ ବଜ୍ରମହାକାଳୀ ମନ୍ଦିରରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଇରମ ସରପଞ୍ଚ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ସମିତିସଭ୍ୟ ଉମାକାନ୍ତ ରଣା, ଇରମ ସମିତିର ସଭାପତି କମଳଲୋଚନ ବାରିକ, ସମ୍ପାଦକ ରଶ୍ମିରଞ୍ଜନ କବାଟ, ଅଢ଼ୁଁଆ ସରପଞ୍ଚ ଗିରିଶ ଚନ୍ଦ୍ର ସାମଲ, ଗୋବିନ୍ଦ ଜେନାଙ୍କ ସମେତ ଚାଷୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ୨ ସପ୍ତାହ ମଧ୍ୟରେ ବକେୟା ଟଙ୍କା ଚାଷୀଙ୍କୁ ଦିଆଯିବା ଦିଗରେ ସମିତି ପଦକ୍ଷେପ ଗ୍ରହଣ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ପୂର୍ବବର୍ଷ ଧାନକିଣା କ୍ଷେତ୍ରରେ ଶେଷ ସମୟରେ କେତେକ ଚାଷୀଙ୍କ ଟଙ୍କା ବିଭାଗ ସମିତିକୁ ଦେଇ ନ ଥିବାରୁ ଚାଷୀମାନେ ଏହି ଟଙ୍କା ପାଇପାରି ନାହାନ୍ତି ବୋଲି ସମିତି ସମ୍ପାଦକ ରଶ୍ମିରଞ୍ଜନ କବାଟ କହିଛନ୍ତି। ଏ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ଧାନ ବିକ୍ରି ବକେୟା ପ୍ରାପ୍ୟ ମିଳୁନି: ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ହୋହଲ୍ଲା
Posted inଆମ ଜିଲା ଖବର, ଭଦ୍ରକ View All
କ୍ରିକେଟ କପ୍: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ
କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର
ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ
ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...
ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ
ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...
ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ
କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...
Archives


