ଧାନ ଖଳାରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁଁ, ଭାଣିଜୀ ଗୁରୁତର

ପରଜଙ୍ଗ, ୮।୧(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା ହିଂସ୍ର ଆଚରଣ କରୁଛି। ଆମ୍ବପଳାସ ଗ୍ରାମ ଯୋଗୀସାହିରେ ବୁଧବାର ଭୋର୍‌ରେ ହାତୀ ଆକ୍ରମଣରେ ଟୁନା ନାଥ (୨୧) ଏବଂ ତାଙ୍କ ଭାଣିଜୀ ମାମାଲି ନାଥ (୧୨) ଗୁରୁତର ହୋଇଛନ୍ତି।
ଗ୍ରାମର ଗନ୍ଧର୍ବ ନାଥଙ୍କ ପରିବାରର ୭ଜଣ ସଦସ୍ୟ ଖଳାରେ ମେଶିନ ସହାୟତାରେ ଧାନ ଅମଳ କରୁଥିଲେ। ଏହି ସମୟରେ ଉକ୍ତ ହାତୀ ହଠାତ୍‌ ଖଳାକୁ ପଶି ଆସି ଟୁନା ଏବଂ ମାମାଲିଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା। ଗନ୍ଧର୍ବଙ୍କ ସ୍ତ୍ରୀ ବିଜୁଳି ନାଥ, ଝିଅ ବବିତା, ଜ୍ୱାଇଁ ଯୁଧିଷ୍ଠିର, ଅଶ୍ୱିନୀ ଏବଂ ହରିହର ଜୀବନ ବିକଳରେ ଦୌଡ଼ି ପଳାଉଥିବାବେଳେ ଖସିପଡ଼ି ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଟୁନା ଏବଂ ମାମାଲିଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାରେ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର ଶଶିରେଖା ଦିୱାନୀ ପହଞ୍ଚି ଆହତଙ୍କ ଚିକିତ୍ସା ଲାଗି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଚିକିତ୍ସା ସଂକ୍ରାନ୍ତ ବିଲ୍‌ ପ୍ରଦାନ କଲେ ଅଧିକ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।
ପଲରୁ ବାହାରିଥିବା ଉକ୍ତ ଦନ୍ତାହାତୀ ପରଜଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଉପଦ୍ରବ ସୃଷ୍ଟି କରି ଚାଲିଛି। ଧାନ ଅମଳ ସରିଥିବାରୁ ହାତୀ ଏବେ ଗଁ। ମୁହଁ। ହେଉଛି। ଏହାକୁ ନେଇ ଅଞ୍ଚଳରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମହାବିରୋଡ ରେଞ୍ଜରେ ବନ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri