ଧାନ କିଣାରେ ଅନିୟମିତତା : ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ଖୁଣ୍ଟା, ୫।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ଲ୍ୟାମ୍ପରେ ଚାଷୀଙ୍କ ଠାରୁ ଧାନ କିଣାରେ ଅନିୟମିତତା କରାଯାଇଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବାହାନଡ଼ା ଲ୍ୟାମ୍ପରେ ଖରିଫ ଋତୁର ଧାନ କିଣା ପ୍ରକ୍ରିୟା ଜାରି ରହିଥିବା ବେଳେ ମାର୍ଚ୍ଚ ୧୧ ତାରିଖରେ ମଣ୍ଡିରେ ଧାନ ପକାଇବା ପାଇଁ ଚାଷୀଙ୍କ ମୋବାଇଲକୁ ସୂଚନା (ଟୋକନ) ମିଳିଥିଲା। ସେହି ଅନୁଯାଇ ଲ୍ୟାମ୍ପର ଏମ୍‌ଡି ମଧୁସ୍ମିତା ଦେ କେତେଜଣ ଚାଷୀଙ୍କୁ ସେହିଦିନ ଧାନ ପକାଇବା ପାଇଁ କହିଥିବା ବେଳେ ଅନ୍ୟ କେତେକ ଚାଷୀଙ୍କୁ ୧୭ ତାରିଖରେ ଧାନ ପକାଇବା କହିଥିଲେ। ୧୧ ଓ ୧୭ ତାରିଖରେ ୧୨ ଜଣ ଚାଷୀ ମୋଟ ୩୫୦ କୁଇଣ୍ଟାଲ ଧାନ ମଣ୍ଡିରେ ପକାଇଥିଲେ। ଏତଦ୍‌ ବ୍ୟତୀତ ୧୮ ତାରିଖରେ ମୋବାଇଲ ଯୋଗେ କେତେକ ଚାଷୀ ଟୋକନ ପାଇଥିବା ବେଳେ ଏମ୍‌ଡି ସେମାନଙ୍କୁ ଧାନ ପକାଇବା ପାଇଁ ମନା କରିବା ସହିତ ପୂର୍ବରୁ ଧାନ ପକାଇଥିବା ୧୨ ଜଣ ଚାଷୀଙ୍କଠାରୁ ଆଉ ଧାନ କିଣାଯିବ ନାହିଁ ବୋଲି କହିଥିଲେ। ଚାଷୀମାନେ ଏମ୍‌ଡିଙ୍କୁ ବାରମ୍ବାର ଅନୁରୋଧ କରିଥିବା ବେଳେ ସରକାର ଧାନ କିଣା ପ୍ରକ୍ରିୟା ବନ୍ଦ କରିଛନ୍ତି କହିବା ସହିତ ଯଦି ୧୪୩୦ ଟଙ୍କାରେ ଧାନ ବିକିବ ତେବେ ସେ ମିଲରଙ୍କୁ କହି ଧାନ ଗୁଡିକୁ ଉଠାଇ ନେବାର ବ୍ୟବସ୍ଥା କରିବେ ବୋଲି ଏମ୍‌ଡି କହିଥିବା ନେଇ ଉକ୍ତ ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଧାନ କିଣାରେ ୮ କେ.ଜିରୁ ୧୦ କେ.ଜି କଟିଂ କରିବା, ଧାନ ନ ପକାଇଥିବା ଚାଷୀମାନଙ୍କର ଆଖି ସ୍କାନ କରି ଧାନ ପକାଇଲେ ବୋଲି କାଗଜ ପତ୍ର କରିବା ଇତ୍ୟାଦି ଅନ୍ୟ କେତେକ ଅନିୟମିତତା ଦର୍ଶାଇ ଜିଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ଏମ୍‌ଡି ମଧୁସ୍ମିତାଙ୍କୁ ପଚାରିବାରୁ ସରକାର ଖରିଫ ଧାନ କିଣା ବନ୍ଦ କରିଛନ୍ତି । ଯଦି ଧାନ କିଣା ପ୍ରକ୍ରିୟା ପୁନଃ କାର୍ଯ୍ୟକାରୀ ହୁଏ ତେବେ ଉକ୍ତ ଧାନ କିଣି ନେବାରେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ। ଅପରପକ୍ଷେ ଚଳିତ ଖରିଫ ଚାଷରେ ୩୨ ହଜାର କୁଇଣ୍ଟାଲ ଧାନ କିଣା ଯିବାର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ସରକାରଙ୍କ ପକ୍ଷରୁ ୨୩ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଅର୍ଥ ଆସିଥିଲା। ସେହି ଅର୍ଥରେ ଧାନ କିଣା ଯାଇଥିବା ବେଳେ ଶେଷ ବେଳକୁ କରୋନା ପାଇଁ ଲକ୍‌ଡାଉନ ଯୋଗୁ ପରିବହନ ବନ୍ଦ ହୋଇଗଲା ଏବଂ ସେହି ଅର୍ଥରୁ ୫ ଶହ କୁଇଣ୍ଟାଲ ଧାନର ଟଙ୍କା ବଳକା ହୋଇଗଲା। ଏହା ପରେ ସରକାରଙ୍କ ପକ୍ଷରୁ ଧାନ କିଣା ପ୍ରକ୍ରିୟା ମଧ୍ୟ ବନ୍ଦ କରିଦିଆଗଲା ବୋଲି ଏମ୍‌ଡି କହିବା ସହ ଅନିୟମିତତା ଓ ଅନ୍ୟ କେତେକ ଅଭିଯୋଗକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri