ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲ ମାନ୍ୟତା ମିଳୁନି

ଜଗତ୍‌ସିଂହପୁର ଅଫିସ,୨୧ା୩: ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ ଅରଣ୍ୟ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶାର କମ ଜଙ୍ଗଲ ଥିବା ଜିଲାଗୁଡିକ ମଧ୍ୟରେ ଜଗତ୍‌ସିଂହପୁର ରହିଛି। ଜିଲାର ଆୟତ୍ତନ ୧୯୭୩ ବର୍ଗ କିଲୋମିର ହୋଇଥିବାବେଳେ ଜଙ୍ଗଲ ଜମିର ପରିସୀମା ୧୩୨.୯୨ ବର୍ଗ କିଲୋମିଟର ରହିଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ ହରିଣଙ୍କ ପାଇଁ ପ୍ରସିଦ୍ଧିଲାଭ କରିପାରିଛି। ଦିନ ଥିଲା ୨୭୯ ଏକର ୩ ଡିସିମିଲ ପରିମୀତ ଏହି ଜଙ୍ଗଲର ଜୈବ ବିବିଧତା ଅତି ମନୋରମ ଥିଲା। ବହୁ ଔଷଧୀୟ ବୃକ୍ଷଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବୃକ୍ଷ ଓ ବନ୍ୟପ୍ରାଣୀ ଆଦି ଆକର୍ଷଣ ସୃଷ୍ଟି କରୁଥିଲା। ୧୯୭୦ରେ ଏହି ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଥିଲା। ତତ୍କାଳୀନ ନେତାମାନେ ଏହି ସୂଚନା ଦେଲାବେଳେ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଦୁଃଖର କଥା ହେଲା ଏହା ଭିତରେ ୫୦ ବର୍ଷ ହୋଇଯାଇଥିଲେ ସୁଦ୍ଧା ପ୍ରସ୍ତାବ ପ୍ରସ୍ତାବରେ ରହିଯାଇଛି। ଅନ୍ୟପଟେ ପାଖାପାଖି ୩୮ବର୍ଷ ତଳୁ ବନାଞ୍ଚଳ ସୀମା ନିର୍ଦ୍ଧାରଣ ହୋଇନାହିଁ। ସୀମାନ୍ତର ଯେତିକି ଅଂଶରେ ତାର ବାଡ କରାଯାଇଥିଲା ତାହା ଛିଡିଛାଡି ଧରାଶାୟୀ ହୋଇ ପଡିଲାଣି। ଜଙ୍ଗଲରେ ପିଇବା ପାଣିର ଅଭାବ ଯୋଗୁ ହରିଣଙ୍କ ସମେତ ଅନ୍ୟ ବନ୍ୟପ୍ରାଣୀ ବାହାରକୁ ଚାଲି ଯାଇ ମୃତାହତ ହେଉଛନ୍ତି। ଏହି ୨ ବର୍ଷ ଭିତରେ ୧୨ରୁ ଅଧିକ ହରିଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୀମାରେ ତାରବାଡ କିମ୍ବା ପାଚେରି ଆଦି କରାଯାଇ ନ ଥିବାରୁ ଜବରଦଖଲ ମଧ୍ୟ ବଢୁଛି। ମାଫିଆ ଅବାଧରେ ମୂଲ୍ୟବାନ ଗଛ କାଟି ଚୋରାରେ ବିକ୍ରି କରି ଚାଲିଛନ୍ତି। ଏପରିସ୍ଥିତିରେ ସରକାର ଧଳତଙ୍ଗଗଡ଼ ସୁରକ୍ଷା କଥା ଚିନ୍ତା ନ କଲେ ଆଉ କିଛି ବର୍ଷ ଭିତରେ ଜଙ୍ଗଲ ତାର ସ୍ବରୂପ ହରାଇ ବସିବ। ତେଣୁ ଏହି ଅରଣ୍ୟ ଦିବସ ଅବସରରେ ସରକାର ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ଦେବାକୁ ଦାବି ହେଉଛି।
୨୦୦୩ ପୂର୍ବରୁ ଏହି ଜଙ୍ଗଲ ପୃଥକ ସମୟରେ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଓ କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିଲା। ପରେ ଏହା ବିଟ୍‌ର ମାନ୍ୟତା ପାଇଥିଲା। ବର୍ତ୍ତମାନ ଏହି ଜଙ୍ଗଲ କଟକ ବନଖଣ୍ଡ ଜଗତ୍‌ସିଂହପୁର ବନାଞ୍ଚଳ ଅଧୀନରେ ରହିଛି। ଦୁଃଖର କଥା ୧୯୭୦ରେ ସରକାରଙ୍କ ପକ୍ଷରୁ ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ନେଇ ଆସିଥିବା ପ୍ରସ୍ତାବରେ ଡୋରି ବନ୍ଧାଯାଇଛି। ପରିସରରୁ ଅବାଧରେ ଜଙ୍ଗଲ ମାଫିଆ ଗଛ କାଟି ନେଉଥିଲେ ସୁଦ୍ଧା ଅଙ୍କୁଶ ଲାଗିପାରୁନି। ଅସାମାଜିକ ଲୋକମାନେ ମଧ୍ୟ ବନ୍ୟଜନ୍ତୁ ଶିକାର କରି ଚାଲିଛନ୍ତି। ଯାହାର ପ୍ରମାଣ ୨ ବର୍ଷ ପୂର୍ବରୁ ମିଳିଥିଲା। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହରିଣ ମରାଯାଇ ମାଂସ କରାଯାଇଥିଲା। ଏହାବାଦ୍‌ ଅନେକଙ୍କ ଅଗୋଚରରେ ବହୁ ହରିଣ ଶିକାର ହେଉଛନ୍ତି। ସରକାର ବନ୍ୟପ୍ରାଣୀଙ୍କ ସଂରକ୍ଷଣକୁ ଗୁରୁତ୍ୱ ଦେଉଥିବା ବେଳେ ଧଳତଙ୍ଗଗଡ଼ରେ ହରିଣ ମରିବା ସଂଖ୍ୟା ବଢି ଚାଲିଛି। ଏହି ଜଙ୍ଗଲର ରକ୍ଷଣାବେକ୍ଷଣ ପାଇଁ ମାତ୍ର ଜଣେ ଫରେଷ୍ଟ ଗାର୍ଡ, ୪ ପାରା ଫରେଷ୍ଟ ଗାର୍ଡ ନିଯୁକ୍ତି ପାଇଥିବାରୁ ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରାଯାଉଛି। ପୂର୍ବରୁ ଜଙ୍ଗଲର କିଛି ଅଂଶ ସୀମାରେ ବୁଲା ଯାଇଥିବା ତାରବାଡ଼ ନଷ୍ଟ ହୋଇ ବିକ୍ଷିତ ଭାବେ ଛିଡି ପଡିଥିବାରୁ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ବଢୁଛି। ଏ ସମ୍ପର୍କରେ ଅରଣ୍ୟ ଅଭିଯାନ ପକ୍ଷରୁ ଆବାହକ ସନ୍ତୋଷ ପ୍ରଧାନ ଓ ମୁରଲୀଧର ସ୍ବାଇଁ କହିଛନ୍ତି ହରିଣ, ମାଙ୍କଡ଼, ଠେକୁଆ, ହେଟା, ଝିଙ୍କ, ଅଜଗର ଓ ଅନ୍ୟ ବନ୍ୟପ୍ରାଣୀ ଜନବସତି ଆଡକୁ ଚାଲି ଯାଉଛନ୍ତି। ବିଶେଷକରି ଜଙ୍ଗଲ ଭିତରେ ଥିବା ୨ଟି ପୋଖରୀ ବର୍ଷର ଅଧିକାଂଶ ସମୟରେ ଶୁଖିଲା ରହୁଥିବାରୁ ହରିଣ ଓ ଅନ୍ୟ ବନ୍ୟପ୍ରାଣୀମାନେ ନିକଟସ୍ଥ ହଂସୁଆରୁ ପାଣି ପିଇବା ପାଇଁ ଚାଲି ଯାଉଛନ୍ତି। ଏହି ସମୟରେ ରେଳ ଦୁର୍ଘଟଣାରେ ଅନେକ ମୃତ୍ୟୁବରଣ କରୁଛନ୍ତି। ଯେହେତୁ ଜଙ୍ଗଲ ସୀମା ଦେଇ ପାରାଦୀପ-କଟକ ରେଳଲାଇନ୍‌ ଯାଇଛି ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। କେତେକ କୁକୁର ଆକ୍ରମଣ ଓ ଅସାଧୁ ଲୋକଙ୍କ ଫାସରେ ନିହତ ହେଉଛନ୍ତି। ଜଙ୍ଗଲକୁ ଆଛାଦିତ କରୁଥିବା କେନ୍ଦୁ, କୋଚିଲା, କଣ୍ଟା ବାଉଁଶ, କରଞ୍ଜ, ଆମ୍ବ, ପଣସ, ଅଶ୍ୱତ୍‌ଥ, ବର, ଅଶୋକ, ବଉଳ, ବେଲ ଆଦି ପୂର୍ବପରି ନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟ କେତେକ ଲୋକଙ୍କ କହିବା ଅନୁଯାୟୀ, ୧୯୮୦ ପରେ କେତେଜଣ ବ୍ୟକ୍ତି ଜଙ୍ଗଲ ଜମିର ୯.୬୨ ଏକର ହାତେଇ ନେଇଛନ୍ତି। ଫଳରେ ଏନେଇ ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇଛି। ୧୯୮୨ ବନ୍ୟା ପରେ ଜଙ୍ଗଲର ସୀମା ନିର୍ଦ୍ଧାରଣ କରାଯାଇଥିଲା। ସେବେଠୁ ଏ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ କି ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉନାହିଁ। ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ହରିଣ ରହିଛନ୍ତି। ସେମାନଙ୍କ ଖାଇବା ପାଇଁ ସବୁଜ ଘାସ, ଘନ ଜଙ୍ଗଲ ଓ ପିଇବା ପାଣିର ଆବଶ୍ୟକତା ଥିବାବେଳେ ତାହା ମିଳୁନି। ଅନ୍ୟପଟେ ହରିଣ ଖାଦ୍ୟ ସଂଗ୍ରହ ପାଇଁ ଚାଷ ଜମିକୁ ଚାଲିଯିବାରୁ ୪ଟି ପଞ୍ଚାୟତ ଯଥା ଏରଡ଼ଙ୍ଗ, ପୁରୁଣାବସନ୍ତ, ଛପଡ଼ା ଓ ତଅଁରା ଅଞ୍ଚଳର ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ସେ ଦୃଷ୍ଟିରୁ ଜଙ୍ଗଲ ଚାରିପାଖକୁ ତାରବାଡ଼ କିମ୍ବା ପ୍ରାଚୀର କରାଯିବା, ଜଙ୍ଗଲ ସୁରକ୍ଷାକୁ କଡାକଡି, ପିଇବା ପାଣିର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?