ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲ ମାନ୍ୟତା ମିଳୁନି

ଜଗତ୍‌ସିଂହପୁର ଅଫିସ,୨୧ା୩: ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ ଅରଣ୍ୟ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶାର କମ ଜଙ୍ଗଲ ଥିବା ଜିଲାଗୁଡିକ ମଧ୍ୟରେ ଜଗତ୍‌ସିଂହପୁର ରହିଛି। ଜିଲାର ଆୟତ୍ତନ ୧୯୭୩ ବର୍ଗ କିଲୋମିର ହୋଇଥିବାବେଳେ ଜଙ୍ଗଲ ଜମିର ପରିସୀମା ୧୩୨.୯୨ ବର୍ଗ କିଲୋମିଟର ରହିଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ ହରିଣଙ୍କ ପାଇଁ ପ୍ରସିଦ୍ଧିଲାଭ କରିପାରିଛି। ଦିନ ଥିଲା ୨୭୯ ଏକର ୩ ଡିସିମିଲ ପରିମୀତ ଏହି ଜଙ୍ଗଲର ଜୈବ ବିବିଧତା ଅତି ମନୋରମ ଥିଲା। ବହୁ ଔଷଧୀୟ ବୃକ୍ଷଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବୃକ୍ଷ ଓ ବନ୍ୟପ୍ରାଣୀ ଆଦି ଆକର୍ଷଣ ସୃଷ୍ଟି କରୁଥିଲା। ୧୯୭୦ରେ ଏହି ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଥିଲା। ତତ୍କାଳୀନ ନେତାମାନେ ଏହି ସୂଚନା ଦେଲାବେଳେ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଦୁଃଖର କଥା ହେଲା ଏହା ଭିତରେ ୫୦ ବର୍ଷ ହୋଇଯାଇଥିଲେ ସୁଦ୍ଧା ପ୍ରସ୍ତାବ ପ୍ରସ୍ତାବରେ ରହିଯାଇଛି। ଅନ୍ୟପଟେ ପାଖାପାଖି ୩୮ବର୍ଷ ତଳୁ ବନାଞ୍ଚଳ ସୀମା ନିର୍ଦ୍ଧାରଣ ହୋଇନାହିଁ। ସୀମାନ୍ତର ଯେତିକି ଅଂଶରେ ତାର ବାଡ କରାଯାଇଥିଲା ତାହା ଛିଡିଛାଡି ଧରାଶାୟୀ ହୋଇ ପଡିଲାଣି। ଜଙ୍ଗଲରେ ପିଇବା ପାଣିର ଅଭାବ ଯୋଗୁ ହରିଣଙ୍କ ସମେତ ଅନ୍ୟ ବନ୍ୟପ୍ରାଣୀ ବାହାରକୁ ଚାଲି ଯାଇ ମୃତାହତ ହେଉଛନ୍ତି। ଏହି ୨ ବର୍ଷ ଭିତରେ ୧୨ରୁ ଅଧିକ ହରିଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୀମାରେ ତାରବାଡ କିମ୍ବା ପାଚେରି ଆଦି କରାଯାଇ ନ ଥିବାରୁ ଜବରଦଖଲ ମଧ୍ୟ ବଢୁଛି। ମାଫିଆ ଅବାଧରେ ମୂଲ୍ୟବାନ ଗଛ କାଟି ଚୋରାରେ ବିକ୍ରି କରି ଚାଲିଛନ୍ତି। ଏପରିସ୍ଥିତିରେ ସରକାର ଧଳତଙ୍ଗଗଡ଼ ସୁରକ୍ଷା କଥା ଚିନ୍ତା ନ କଲେ ଆଉ କିଛି ବର୍ଷ ଭିତରେ ଜଙ୍ଗଲ ତାର ସ୍ବରୂପ ହରାଇ ବସିବ। ତେଣୁ ଏହି ଅରଣ୍ୟ ଦିବସ ଅବସରରେ ସରକାର ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ଦେବାକୁ ଦାବି ହେଉଛି।
୨୦୦୩ ପୂର୍ବରୁ ଏହି ଜଙ୍ଗଲ ପୃଥକ ସମୟରେ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଓ କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିଲା। ପରେ ଏହା ବିଟ୍‌ର ମାନ୍ୟତା ପାଇଥିଲା। ବର୍ତ୍ତମାନ ଏହି ଜଙ୍ଗଲ କଟକ ବନଖଣ୍ଡ ଜଗତ୍‌ସିଂହପୁର ବନାଞ୍ଚଳ ଅଧୀନରେ ରହିଛି। ଦୁଃଖର କଥା ୧୯୭୦ରେ ସରକାରଙ୍କ ପକ୍ଷରୁ ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ନେଇ ଆସିଥିବା ପ୍ରସ୍ତାବରେ ଡୋରି ବନ୍ଧାଯାଇଛି। ପରିସରରୁ ଅବାଧରେ ଜଙ୍ଗଲ ମାଫିଆ ଗଛ କାଟି ନେଉଥିଲେ ସୁଦ୍ଧା ଅଙ୍କୁଶ ଲାଗିପାରୁନି। ଅସାମାଜିକ ଲୋକମାନେ ମଧ୍ୟ ବନ୍ୟଜନ୍ତୁ ଶିକାର କରି ଚାଲିଛନ୍ତି। ଯାହାର ପ୍ରମାଣ ୨ ବର୍ଷ ପୂର୍ବରୁ ମିଳିଥିଲା। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହରିଣ ମରାଯାଇ ମାଂସ କରାଯାଇଥିଲା। ଏହାବାଦ୍‌ ଅନେକଙ୍କ ଅଗୋଚରରେ ବହୁ ହରିଣ ଶିକାର ହେଉଛନ୍ତି। ସରକାର ବନ୍ୟପ୍ରାଣୀଙ୍କ ସଂରକ୍ଷଣକୁ ଗୁରୁତ୍ୱ ଦେଉଥିବା ବେଳେ ଧଳତଙ୍ଗଗଡ଼ରେ ହରିଣ ମରିବା ସଂଖ୍ୟା ବଢି ଚାଲିଛି। ଏହି ଜଙ୍ଗଲର ରକ୍ଷଣାବେକ୍ଷଣ ପାଇଁ ମାତ୍ର ଜଣେ ଫରେଷ୍ଟ ଗାର୍ଡ, ୪ ପାରା ଫରେଷ୍ଟ ଗାର୍ଡ ନିଯୁକ୍ତି ପାଇଥିବାରୁ ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରାଯାଉଛି। ପୂର୍ବରୁ ଜଙ୍ଗଲର କିଛି ଅଂଶ ସୀମାରେ ବୁଲା ଯାଇଥିବା ତାରବାଡ଼ ନଷ୍ଟ ହୋଇ ବିକ୍ଷିତ ଭାବେ ଛିଡି ପଡିଥିବାରୁ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ବଢୁଛି। ଏ ସମ୍ପର୍କରେ ଅରଣ୍ୟ ଅଭିଯାନ ପକ୍ଷରୁ ଆବାହକ ସନ୍ତୋଷ ପ୍ରଧାନ ଓ ମୁରଲୀଧର ସ୍ବାଇଁ କହିଛନ୍ତି ହରିଣ, ମାଙ୍କଡ଼, ଠେକୁଆ, ହେଟା, ଝିଙ୍କ, ଅଜଗର ଓ ଅନ୍ୟ ବନ୍ୟପ୍ରାଣୀ ଜନବସତି ଆଡକୁ ଚାଲି ଯାଉଛନ୍ତି। ବିଶେଷକରି ଜଙ୍ଗଲ ଭିତରେ ଥିବା ୨ଟି ପୋଖରୀ ବର୍ଷର ଅଧିକାଂଶ ସମୟରେ ଶୁଖିଲା ରହୁଥିବାରୁ ହରିଣ ଓ ଅନ୍ୟ ବନ୍ୟପ୍ରାଣୀମାନେ ନିକଟସ୍ଥ ହଂସୁଆରୁ ପାଣି ପିଇବା ପାଇଁ ଚାଲି ଯାଉଛନ୍ତି। ଏହି ସମୟରେ ରେଳ ଦୁର୍ଘଟଣାରେ ଅନେକ ମୃତ୍ୟୁବରଣ କରୁଛନ୍ତି। ଯେହେତୁ ଜଙ୍ଗଲ ସୀମା ଦେଇ ପାରାଦୀପ-କଟକ ରେଳଲାଇନ୍‌ ଯାଇଛି ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। କେତେକ କୁକୁର ଆକ୍ରମଣ ଓ ଅସାଧୁ ଲୋକଙ୍କ ଫାସରେ ନିହତ ହେଉଛନ୍ତି। ଜଙ୍ଗଲକୁ ଆଛାଦିତ କରୁଥିବା କେନ୍ଦୁ, କୋଚିଲା, କଣ୍ଟା ବାଉଁଶ, କରଞ୍ଜ, ଆମ୍ବ, ପଣସ, ଅଶ୍ୱତ୍‌ଥ, ବର, ଅଶୋକ, ବଉଳ, ବେଲ ଆଦି ପୂର୍ବପରି ନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟ କେତେକ ଲୋକଙ୍କ କହିବା ଅନୁଯାୟୀ, ୧୯୮୦ ପରେ କେତେଜଣ ବ୍ୟକ୍ତି ଜଙ୍ଗଲ ଜମିର ୯.୬୨ ଏକର ହାତେଇ ନେଇଛନ୍ତି। ଫଳରେ ଏନେଇ ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇଛି। ୧୯୮୨ ବନ୍ୟା ପରେ ଜଙ୍ଗଲର ସୀମା ନିର୍ଦ୍ଧାରଣ କରାଯାଇଥିଲା। ସେବେଠୁ ଏ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ କି ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉନାହିଁ। ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ହରିଣ ରହିଛନ୍ତି। ସେମାନଙ୍କ ଖାଇବା ପାଇଁ ସବୁଜ ଘାସ, ଘନ ଜଙ୍ଗଲ ଓ ପିଇବା ପାଣିର ଆବଶ୍ୟକତା ଥିବାବେଳେ ତାହା ମିଳୁନି। ଅନ୍ୟପଟେ ହରିଣ ଖାଦ୍ୟ ସଂଗ୍ରହ ପାଇଁ ଚାଷ ଜମିକୁ ଚାଲିଯିବାରୁ ୪ଟି ପଞ୍ଚାୟତ ଯଥା ଏରଡ଼ଙ୍ଗ, ପୁରୁଣାବସନ୍ତ, ଛପଡ଼ା ଓ ତଅଁରା ଅଞ୍ଚଳର ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ସେ ଦୃଷ୍ଟିରୁ ଜଙ୍ଗଲ ଚାରିପାଖକୁ ତାରବାଡ଼ କିମ୍ବା ପ୍ରାଚୀର କରାଯିବା, ଜଙ୍ଗଲ ସୁରକ୍ଷାକୁ କଡାକଡି, ପିଇବା ପାଣିର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri