ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି

ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି କରାଯାଇଛି। ଏଥିସହ ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ସାହାଯ୍ୟରେ ତାଡାଯାଇ ବିଚ୍ଛିନ୍ନ କରାଯାଇଛି। ପଥର ମାଫିଆମାନେ ଯଦି ପୁଣି ଖନନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଇ ଗିରଫ କରାଯିବ ବୋଲି ତହସିଲଦାର ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି। ତହସିଲ ପକ୍ଷରୁ ପ୍ରଥମେ ସାହାଣୀ ଡିହ ମୌଜାର ୧ ନମ୍ବର ପାହାଡ଼ ଖାତା ନଂ ୩୮୪ ପ୍ଲଟ ୫୦, ଅଞ୍ଜୀରା ମୌଜାର ବାଘୁଆ ସ୍ଥିତ ୨ ନମ୍ବର ପାହାଡ ଖାତା ନମ୍ବର ୧୭୨୯ ପ୍ଲଟ ନଂ ୧୪୭୭, କୁସୁନପୁର ମୌଜା ଖାତା ନଂ.୬୩୧ ପ୍ଲଟ ନମ୍ବର ୧୩୫୮, ୧୩୬୬, ୧୫୨୭, ୧୩୫୬କୁ ନିଷେଧାଞ୍ଚଳ ଘୋଷଣା କରାଯାଇଥିଲା। ସେହିପରି ରାଇଛନ୍ଦା ମୌଜା ରାଇଛନ୍ଦାରେ ଥିବା ବାଲି ଘାଟ ଖାତା ନଂ. ୪୮୧ ପ୍ଲଟ-୨, ଅଞ୍ଜରା ମୌଜା ଖାତା ନଂ. ୧୭୨୯ ପ୍ଲଟ ନଂ. ୩୩୨, ୬୭୩, ୧୩୪୩, ୩୫୯୭, ବିଛାଖଣ୍ଡି ମୌଜା ଖାତା ନଂ. ୩୮୯ ପ୍ଲଟ ନଂ. ୧୮୬୨, ୧୮୪୮, ୧୮ ୫୬ , ୧୮୬୧ , ୧୮୭୬, ୧୮୭୨ରେ ତହସିଲ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ତହସିଲଦାର ପଣ୍ଡାଙ୍କ ସହ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ବଡ଼ କାଏମା ଆର୍‌ଆଇ ବିରଞ୍ଚତ୍ ନାରାୟଣ ବୋଇତେଇ, ନେଉଳପୁର ଆର୍‌ଆଇ ମନୋଜ ମହାପାତ୍ର, ବଳରାମପୁର-୨ ଆର୍‌ଆଇ ସୁଶାନ୍ତ କୁମାର ସ୍ବାଇଁ, ଆରୁହା ଏଆର୍‌ଆଇ ଜଗବନ୍ଧୁ ଜେନା, ନାକପୋଲ ଏଆରଆଇ ଚନ୍ଦନ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri