ଧରପଗଡ଼ ସତ୍ତ୍ୱେ କମୁନି ଗଞ୍ଜେଇ କାରବାର:ସନ୍ଦେହଘେରରେ ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ଭୂମିକା

ବୈପାରୀଗୁଡ଼ା,୨ା୮(ଡି.ଏନ୍‌.ଏ.)-ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ ପର୍ଯ୍ୟଟନ ସ୍ଥଳ ଓ ଆଦିବାସୀ ଭାଷା, ସଂସ୍କୃତି ପାଇଁ ଏକଦା ପରିଚିତ ଥିବା ଅବିଭକ୍ତ କୋରାପୁଟ ଏବେ ଗଞ୍ଜେଇ ଚାଷ ଓ ଚାଲାଣ ପାଇଁ କୁଖ୍ୟାତି ଅର୍ଜିଲାଣି। ଏଠାକୁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ବଦଳରେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ଜମୁଛି। ସେମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି, ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ବି ଅଛି। ଏଥିପାଇଁ ଶାନ୍ତିପ୍ରିୟ କୋରାପୁଟର ସାମାଜିକ ଓ ଅର୍ଥନୀତିକ ସମୃଦ୍ଧି ଏବେ ଧୂଳିସାତ୍‌ ହେବାରେ ଲାଗିଛି। କିଛି ମାସ ହେବ ବିଭିନ୍ନ ସମୟରେ ଗଞ୍ଜେଇ ଧରପଗଡ଼ ଖବର ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ପୋଲିସ ଏସବୁର ଶସ୍ତା ବାହାଦୁରି ନେଉଛି; କିନ୍ତୁ ବାସ୍ତବରେ ଏଭଳି ସ୍ଥିତି ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପୋଲିସର ଭୂମିକା ସନ୍ଦେହଘେରରେ ରହୁଛି।
ପୂର୍ବରୁ ମାଲକାନଗିରି ଜିଲା ବିଚ୍ଛିନାଞ୍ଚଳରେ କେତେକ ଆଦିବାସୀ ଲୁଚାଛପାରେ ପାହାଡ଼ିଆ ଜମିରେ ଗଞ୍ଜେଇ ଚାଷ କରୁଥିଲେ। ଅନ୍ୟ କେତେକ ଆଦିବାସୀ ଏହାର ସେବନ କରୁଥିଲେ। ମାଲକାନଗିରି ଜିଲାରେ ରହୁଥିବା କେତେକ ବଙ୍ଗିୟ ଶରଣାର୍ଥୀ ତଥା ଉପକୂଳ ଅଞ୍ଚଳର ଛୋଟ ବ୍ୟବସାୟୀ ବସ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଓ ଅନେକ ସମୟରେ ଧରା ବି ପଡୁଥିଲେ। ଅବିଭକ୍ତ କୋରାପୁଟରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ପାଇବା ପରେ ଗଞ୍ଜେଇ କାରାବର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଚାଲାଣରେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପୃକ୍ତି ରହିଛି ା ପୂର୍ବରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାର ଜଣେ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିବା ପରେ ତତ୍କାଳୀନ ଏସ୍‌ପି ତାଙ୍କୁ ନିଲମ୍ବିତ କରିଥିଲେ। ବୋରିଗୁମ୍ମାରେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଜଣେ ଆଇଆରବି ବାଟାଲିୟନ କର୍ମଚାରୀ ଧରାପଡ଼ି ନିଲମ୍ବିତ ହୋଇଥିଲେ। ଏଥିରେ ଅନେକ ହୋମଗାର୍ଡଙ୍କ ସମ୍ପର୍କୀୟ ମଧ୍ୟ ଧରାପଡୁଛନ୍ତି। ନିୟମ ଅନୁସାରେ ଯେଉଁ ଜାଗାରେ ଗଞ୍ଜେଇ ଧରାପଡ଼େ, ସେଠାରେ ହିଁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜଉମୁଦ କରାଯାଏ ା କିନ୍ତୁ ଅନେକ ସମୟରେ ମାଜିଷ୍ଟ୍ରେଟ୍‌ କେବଳ ଔପଚାରିକ ଭୂମିକା ତୁଲାଉଛନ୍ତି। ଅନେକ ସମୟରେ ଗଞ୍ଜେଇ ଧରପଗଡ଼ ହେଲେ ପୋଲିସ ଗଣମାଧ୍ୟମକୁ ତୁରନ୍ତ ତଥ୍ୟ ଦେବା ବଦଳରେ ତଦନ୍ତ ଆଳରେ ଅଭିଯୁକ୍ତଙ୍କୁ ୨/୩ ଦିନ ହାଜତରେ ରଖୁଛି। ଗୁପ୍ତ ବୁଝାମଣା ହୋଇ ନ ପାରିଲେ ତାରିଖ ବଦଳେଇ ମାମଲା ରୁଜୁ କରାଯାଉଛି। ଯେତିକି ଗଞ୍ଜେଇ ଜବତ ହେଉଛି, ତାହାଠାରୁ କମ୍‌ ଉପସ୍ଥାପନ କରାଯାଉଛି। ଅଭିଯୁକ୍ତଙ୍କ ସଂଖ୍ୟାରେ ମଧ୍ୟ ଫରକ ରହୁଛି। ବହୁ ସମୟରେ ମାମଲା ଥାନାକୁ ଅଣା ନଯାଇ ବାହାରେ ରଫାଦଫା କରାଯାଉଛି। ଗଞ୍ଜେଇ ଚାଲାଣକାରୀଙ୍କୁ ଡକାୟତ ଦର୍ଶାଇ ଜେଲ୍‌ ପଠାଯାଉଛି ଓ ସେମାନଙ୍କର ମୁକୁଳିବା ବାଟ ସହଜ ହେଉଛି ା କୋରାପୁଟ ଜିଲାର ବୈପାରୀଗୁଡ଼ା ଓ ଲମତାପୁଟ ଥାନା ଇଲାକା ଦେଇ ମାଲକାନଗିରି ଜିଲାରୁ ପ୍ରାୟ ୯୦ ପ୍ରତିଶତ ଗଞ୍ଜେଇ ବାହାରକୁ ଚାଲାଣ ହେଉଛି ା କେବଳ ୧୦ ପ୍ରତିଶତ ଗଞ୍ଜେଇ ଧରାପଡୁଛି ା ଏବେ ଏହା ଲମତାପୁଟ ଓ ବୈପାରୀଗୁଡ଼ା ଇଲାକାରେ ମଧ୍ୟ ଚାଷ ହେଲାଣି ା କିଛି ମାସ ତଳେ ବୈପାରୀଗୁଡ଼ା ଥାନାର ବାଙ୍କୁଲି ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରିଥିଲା ପୋଲିସ।
ଉଦ୍‌ବେଗର ବିଷୟ ହେଲା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ଲାଗୁଥିବା ଶ୍ରମିକ ସ୍ବଳ୍ପ ମଜୁରି ପାଇବା ପାଇଁ ମାସ ମାସ ଅପେକ୍ଷା କରୁଛନ୍ତି। ତାହାର ସୁଯୋଗ ନେଇ ମାଫିଆମାନେ ସେମାନଙ୍କୁ ଦୈନିକ ୨ରୁ ୩ ହଜାର ଟଙ୍କା ଦେଇ ତାଙ୍କରି କାନ୍ଧରେ ଗଞ୍ଜେଇ କାଉଡ଼ି ବୁହାଇ ମାଇଲ ମାଇଲ ବାଟ ସୁରକ୍ଷିତ ଭାବେ ଚାଲାଣ କରିନେଉଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର, ଯୁବକ ଗଞ୍ଜେଇ ନିଶାରେ ପଡୁଛନ୍ତି। ସିଗାରେଟ୍‌ରୁ ତମାଖୁ ବାହାର କରି ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚଢ଼ାଦରରେ ପାଦ ଦୋକାନରେ ବିକ୍ରି ହେଉଛି। ପୋଲିସ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଚାଲାଣକାରୀ ଧରାପଡୁଥିବା ବେଳେ ଗଞ୍ଜେଇ ଚାଷୀ, ସ୍ଥାନୀୟ ବେପାରୀ ଓ ଗୋଦାମ ମାଲିକଙ୍କ ବିରୋଧରେ ଅତି ନଗଣ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମାଓବାଦୀ ଇଲାକାରେ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଗଞେଇ ଚାଷକୁ ସମୂଳେ ଶେଷ କରାଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri