ଧନ୍‌ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍‌ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମନଲୋଭା ଅଫର୍‌ ସହ ବ୍ୟବସାୟୀମାନେ ସ୍ବତନ୍ତ୍ର ଡିଜାଇନର ଗହଣା ବଜାରକୁ ଆଣିଛନ୍ତି। ବୁଧବାରଠାରୁ ବର୍ଷା ଲାଗି ରହିଥିବା ଯୋଗୁ ସୁନା କ୍ରୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲେ ହେଁ ଶୁକ୍ରବାର ପାଗରେ ପରିବର୍ତ୍ତନ ଯୋଗୁ ବ୍ୟବସାୟ ଠିକ୍‌ ହେଉଥିବା ଜଣାପଡ଼ିଛି।

ଜୁଏଲର୍ସଙ୍କ ସୂଚନା ମୁତାବକ, ନିତିଦିନିଆ ବ୍ୟବହାର ଲାଗି ବଜାରରେ ୧୮ କ୍ୟାରେଟ ସୁନାର ଗହଣା ଆସିଛି। ଏହାକୁ ଗ୍ରାହକ ଚୟନ କରିପାରିବେ। ୨୪ କ୍ୟାରେଟ ସୁନା ବଜେଟ ସାଧାରଣତଃ ଅଧିକ ରହୁଥିବାରୁ ଏହାକୁ କିଛି ବର୍ଗର ଲୋକ ପସନ୍ଦ କରୁଛନ୍ତି। ଏକ୍ଷେତ୍ରରେ ୨୨ କ୍ୟାରେଟ ସୁନା ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ ହେଉଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ କ୍ୟାରେଟ ସୁନା ଗହଣାର ମୂଲ୍ୟ ବଢିଥିବା ଜଣାପଡିଛି। ଏହି ସମୟରେ ଶୋ’ରୁମ୍ଗୁଡିକରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଅନ୍ୟତମ ପ୍ରମୁଖ ଜୁଏଲର୍ସ ଅରୁନ୍ଧତୀ ଜୁଏଲର୍ସ ସର୍ବଶ୍ରେଷ୍ଠ ଧନତେରସ ଅଫର ଆଣିଛି। ହଲ୍ମାର୍କ ସୁନାଗହଣା କ୍ରୟରେ ଗ୍ରାହକ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ। ପ୍ରତି କ୍ରୟରେ ମାଗଣା ଗୋଲ୍ଡ କଏନ, ସିଲଭର କଏନ, ଲଣ୍ଡନ ଭ୍ରମଣ ଏବଂ ଲକ୍ଷପତି ହେବାର ସୁଯୋଗ ରହିଛି। ସେହିଭଳି ପ୍ରମୁଖ ଜୁଏଲେରି ଚେନ ଖିମଜୀ ଧନତେରସ ଅଫରରେ ସୁନା ଗହଣାର ମୋଟ ମୂଲ୍ୟରେ ୫.୪% ଫ୍ଲାଟ ରିହାତି ଦେଉଛି। ହୀରା ଉପରେ ଫ୍ଲାଟ ୨୦% ରିହାତି ଏବଂ ରୁପା ଗହଣାର ଗଢାମୂଲ୍ୟରେ ଫ୍ଲାଟ ୫୦% ରିହାତି ରହିଛି। ୯୯୯ ସ୍କିମରେ ଗୋଲ୍ଡ ଏବଂ ସିଲଭର କଏନ ସହ ବାଏ ବ୍ୟାକ ଗ୍ୟାରେଣ୍ଟି ଖିମଜୀ ପ୍ରଦାନ କରୁଛି।

ତନିଷ୍କ ପକ୍ଷରୁ ଦୀପାବଳି ଅଫରରେ ଗ୍ରାହକ ସୁନାଗହଣାର ଗଢା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ଏହା ନୂଆ ଭିରାସତ କଲେକ୍ସନ ଆଣିଛି। କଲ୍ୟାଣ ଜୁଏଲର୍ସ ଏହାର ଶୋ’ରୁମଗୁଡିକରେ ୩ ଲକ୍ଷ ଗୋଲ୍ଡ କଏନ ପ୍ରଦାନ କରିବାର ବ୍ୟବସ୍ଥା କରିଛି। ସାପ୍ତାହିକ ଲକି ଡ୍ର ସହ ଭାଗ୍ୟଶାଳୀ ବିଜେତା ଏବଂ ସୁନାଗହଣାର ଗଢାମୂଲ୍ୟ ୧୯୯ ଟଙ୍କାରୁ ଆରମ୍ଭ ହେଉଛି। ଷ୍ଟଡେଡ ଜୁଏଲେରି କ୍ରୟରେ ମାଗଣା ଗୋଲ୍ଡ କଏନ, ବିଗ ଡାଇମଣ୍ଡ ସେଲ ଫ୍ଲାଟ ୨୦% ରିହାତି ଏହା ଦେଉଛି। ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଧନତେରସ ଧନବୃଦ୍ଧି ଉତ୍ସବ ଆଣିଛି। ପ୍ଲାଟିନମ ଅଳଙ୍କାର ଗଢା ମୂଲ୍ୟ ଉପରେ ୨୦%, ସୁନା, ରୁପା ଅଳଙ୍କାର ଉପରେ ଅଫର ସହ ଏସ୍ବିଆଇ କ୍ରେଡିଟ କାର୍ଡରେ ୫% ଅଫର ଏହା ଦେଉଛି। ସେହିଭଳି ରିଲାଏନ୍ସ ଜୁଏଲଲ୍ସ ନୂୂଆ ଅତୁଲ୍ୟ କଲେକ୍ସନ ଆଣିଛି। ସୁନା ଗହଣା ଗଢାମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି, ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ, ସୁନା କଏନ ଗଢଣ ଉପରେ ଫ୍ଲାଟ ୨୫%, ସୁନାଗହଣାର ଗଢାମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟ ବାବଦ ୫ ଲକ୍ଷ ଇନଭଏସରେ ଅତିରିକ୍ତ ୫% ରିହାତି ସୁବିଧା ପ୍ରଦାନ କରାଯାଉଥିବା ଶୋ’ରୁମ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri