ବ୍ରହ୍ମପୁର ଅଫିସ୍,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍ କରିବା ପରେ ଜଣେ ପିଲା ଯଦି ନିଜେ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍ ଦେବା ପାଇଁ ଏହି ସବୁ କଲେଜଗୁଡ଼ିକରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ତେବେ ସରକାରଙ୍କ ଏହି ଉଦ୍ଦେଶ୍ୟ ଲକ୍ଷ୍ୟଚୁତ ହେଉଥିବା ଦୃଷ୍ଟିକୁ ଆସିଛି। ବିଶେଷକରି ଗଞ୍ଜାମ ଜିଲାରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରତି ବର୍ଷ ବହୁ ସଂଖ୍ୟାରେ ସିଟ୍ ଖାଲି ପଡ଼ୁଛି। ଏପରିକି ସଦ୍ୟ ସମାପ୍ତ ହୋଇଥିବା ଯୁକ୍ତ ୨ ନାମଲେଖା ବେଳେ ମୋଟ ସିଟ୍ରୁ ଏକ ତୃତୀୟାଂଶ ମଧ୍ୟ ପୂରଣ ହୋଇପାରି ନାହିଁ । ଯାହାକୁ ନେଇ ଧନ୍ଦାମୂଳକ କଲେଜଗୁଡ଼ିକର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି ।
ଗଞ୍ଜାମ ଜିଲାରେ ରହିଛି ୧୩ ଧନ୍ଦାମୂଳକ ଶିକ୍ଷା କଲେଜ। ପ୍ରତ୍ୟକ କଲେଜରେ ମୋଟ ୪୮ ଲେଖାଏ ସିଟ୍ ରହିଛି । ଏଭଳି ଭାବେ ଜିଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬୨୪ ସିଟ୍ ଥିବା ବେଳେ ମାତ୍ର ୧୫୫ ସିଟ୍ ପୂରଣ ହୋଇଛି । ୪୬୯ ସିଟ୍ ଫାଙ୍କା ପଡ଼ିଛି । ଆସିକା କଲେଜ(ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ମାତ୍ର ୧୩ଜଣ ନାମଲେଖାଇଥିବା ବେଳେ ଭଞ୍ଜନଗର କଲେଜରେ ୮ , ଭୀଷ୍ମଗିରି କଲେଜରେ ୨୩ , ବୁଗୁଡ଼ା କଲେଜରେ ୧୯, ଦିଗପହଣ୍ଡି କଲେଜରେ ୩୧, ଡୁରା କଲେଜରେ ୩, ଗଞ୍ଜାମ କଲେଜରେ ୯, ଆସିକା ବ୍ଲକ କେନ୍ଦୁପଦର କଲେଜରେ ୧୪, ଖଲ୍ଲିକୋଟ ବ୍ଲକ ଖଲ୍ଲିକୋଟ କଲେଜରେ ୨୨ ଏବଂ ସୋରଡ଼ା କଲେଜରେ ମାତ୍ର ୧୩ଜଣ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଛନ୍ତି । ତେବେ ଏମିତି ମଧ୍ୟ ୩ କଲେଜ ରହିଛି, ଯେଉଁଠାରେ ଜଣେ ହେଲେ ନାମଲେଖାଇ ନାହାନ୍ତି । ସେଗୁଡ଼ିକ ହେଲା ଜଗନ୍ନାଥପ୍ରସାଦ କଲେଜ, ଚିକିଟି ବ୍ଲକ ନୂଆପଡ଼ା କଲେଜ, ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା କଲେଜ । କିନ୍ତୁ ଚଳିତ ବର୍ଷ ତୁଳନାରେ ଗତ ବର୍ଷ ନାମଲେଖା ଭଲ ରହିଥିଲା । ୬୨୪ ସିଟ୍ ମଧ୍ୟରୁ ୨୮୯ ପୂରଣ ହୋଇଥିବା ବେଳେ ୩୩୫ ସିଟ୍ ଖାଲି ପଡ଼ିଥିଲା । ତେବେ ମାତ୍ର ଗୋଟିଏ ବର୍ଷ ବ୍ୟବଧାନରେ ଏତେ ସଂଖ୍ୟାକ ସିଟ୍ କାହିଁକି ଅଧିକ ଖାଲି ପଡ଼ିଲା, ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛ।
ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ରହିଛି ଆକାଉଣ୍ଟନ୍ସି, ଆକାଉଣ୍ଟାନ୍ସି ଆଣ୍ଡ ଅଡିଟିଂ, ବିଜିନେସ୍ ଷ୍ଟଡିସ୍ ଆଣ୍ଡ ମ୍ୟାନେଜମେଣ୍ଟ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, କମ୍ପ୍ୟୁଟର୍ ଟେକ୍ନିକ୍, ଗୋପାଳନ, ବୈଦ୍ୟୁତିକ ଗୃହ ଉପକରଣର ମରାମତି, ପର୍ଯ୍ୟଟନ ଏବଂ ଭ୍ରମଣ, ଟିକସ ସହାୟକ, ମତ୍ସ୍ୟ ଉପତ୍ାଦନ, କାର୍ଯ୍ୟାଳୟ ପରିଚାଳନା, ଶବ୍ଦ ଓ ଚିତ୍ର ବିଜ୍ଞାନ, ମେଡ଼ିକାଲ୍ ପରୀକ୍ଷାଗାର ବିଜ୍ଞାନ, କୃଷି ଆଦି ଶିକ୍ଷା ରହିଛି। ଏସବୁ ଶିକ୍ଷାଗ୍ରହଣ ଦ୍ୱାରା ଜଣେ ଛାତ୍ର କିମ୍ବା ଛାତ୍ରୀ ପାଠ ସରିବା ପରେ ସହଜରେ ଆମତ୍ନିର୍ଭରଶୀଳ ହୋଇପାରିବେ। ଏସବୁ କଲେଜଗୁଡ଼ିକରେ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ଲ୍ୟାବ୍ ସହ ଅଭିଜ୍ଞ ଅଧ୍ୟାପିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ତଥାପି ପ୍ରତି ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ନିଜ ନାମଗୋପନ ରଖି ଏକ ଧନ୍ଦାମୂଳକ ଶିକ୍ଷା କଲେଜର ଅଧ୍ୟାପକ କୁହନ୍ତି, ୩୦ମାର୍କ ପ୍ରାକ୍ଟିକାଲ୍ ଏବଂ ୭୦ମାର୍କ ଥିଓରୀ ରହୁଛି। ପିଲାମାନେ ନାମ ଲେଖାଉଥିଲେ ମଧ୍ୟ ସେମାନଙ୍କୁ ଠିକ୍ ଭାବେ ପାଠପଢ଼ା ଯାଉ ନ ଥିବାରୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କେବଳ ସହଜରେ ପାସ୍ କରିବା ପାଇଁ ନାମ ଲେଖାଉଛନ୍ତି । ଧନ୍ଦାମୂଳକ ଶିକ୍ଷା ଅପେକ୍ଷା ଆଇଟିଆଇ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ଆଗ୍ରହ ଦେଖାଉଛନ୍ତି । କାରଣ ସେଥିରେ ଭବିଷ୍ୟତ ଅଛି । ଅନ୍ୟପଟେ ସରକାର କେବଳ କଲେଜ ଖୋଲି ଦେଉଛନ୍ତି । କିନ୍ତୁ ଜଣେ ପିଲା ପାସ୍ କରିବା ପରେ ତାକୁ କେମିତି ନିଯୁକ୍ତି ଦିଆଯାଇ ପାରିବ, ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଫଳରେ ଧୀରେ ଧୀରେ ପିଲାମାନେ ଧନ୍ଦାମୂଳକ ଶିକ୍ଷାଠାରୁ ଦୂରେଇ ଯାଉଛନ୍ତି ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ କୁଳମଣୀ ଓଝା କୁହନ୍ତି, ଧନ୍ଦାମୂଳକ ଶିକ୍ଷା କଲେଜଗୁଡ଼ିକରେ ନାମଲେଖା ନୈରାଶ୍ୟଜନକ ରହିଛି । ଚଳିତ ବର୍ଷ ତିନଟି କଲେଜରେ ନାମଲେଖା ଶୂନ୍ ହୋଇଯାଇଛି । ପୂର୍ବ ବର୍ଷ ମଧ୍ୟ ଖୁବ୍ କମ୍ ସଂଖ୍ୟକ ଛାତ୍ରୀଛାତ୍ର ନାମ ଲେଖାଇଥିଲେ । ଶିକ୍ଷା ଗ୍ରହଣ ପରେ ନିଯୁକ୍ତି ସୁଯୋଗର ଅଭାବ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁ ନ ଥିବା ଅନୁମାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।
୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ
ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...
କଂଗ୍ରେସରୁ ବିଦା ହେଲେ ମୋକିମ
ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...
ହାତୀକୁ ଖାଦ୍ୟରେ ବିସ୍ଫୋରକ
ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ
ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...
ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ
ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...
Archives


