ଦ୍ୱିତୀୟ ସ୍ପିଲ୍‌ୱେ

ବୃହତ୍‌ ମାଟିବନ୍ଧ ହୀରାକୁଦର ସୁରକ୍ଷା ପାଇଁ ଦ୍ୱିତୀୟ ସ୍ପିଲ୍‌ୱେ ନିର୍ମାଣ କଥା ଉଠିଥିଲା। ୨୦୧୫ ଏପ୍ରିଲରେ ସେଣ୍ଟ୍ରାଲ ୱାଟର କମିଶନ (ସିଡବ୍ଲ୍ୟୁସି) ଓ ୱାଲ୍ଡ ବ୍ୟାଙ୍କର ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବନ୍ୟାଜଳ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବିଶେଷ କରି ବନ୍ୟାଜଳ ନିଷ୍କାସନକୁ ସୁଚାରୁ ରୂପେ ପରିଚାଳନା କରିବା ଏହାର ଲକ୍ଷ୍ୟ ଥିଲା। ବନ୍ଦର ଲେଫ୍ଟ ଡାଇକରେ ଦ୍ୱିତୀୟ ସ୍ପିଲ୍‌ଓ୍ବେ ନିର୍ମାଣ କରାଯାଉଛି। କମ୍‌ ସମୟ ମଧ୍ୟରେ ଅଧିକ ବନ୍ୟାଜଳ କିପରି ନିଷ୍କାସନ ହୋଇପାରିବ ସେ ଲକ୍ଷ୍ୟ ରହିଛି। ୱାଲର୍‌ଡ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ୩୬୯.୫୯ କୋଟି ଟଙ୍କା ସହାୟତା ଦିଆଯାଇଛି। ୯୧ ମିଟର ଲମ୍ବ ଏହି ସ୍ପିଲୱେରେ ୪ଟି ସ୍ଲୁଇସ ଗେଟ୍‌ ରହିବ। ହୀରାକୁଦ ଡ୍ୟାମରେ ଥିବା ସ୍ଲୁଇସ ଗେଟ୍‌ରେ ୯୮ ଗେଟ ରହିଛି, ସେଥିରେ ପ୍ରତି ସେକେଣ୍ଡରେ ପ୍ରାୟ ୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଅତିରିକ୍ତ ସ୍ପିଲ୍‌ଓ୍ବେ ନିର୍ମାଣ ହେଲେ ଜଳ ନିଷ୍କାସନ କ୍ଷମତା ୧୮ ଲକ୍ଷ କ୍ୟୁସେକରେ ପହଞ୍ଚିବ। ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାମ ଆରମ୍ଭ ହୋଇଛି। ହେଲେ କାମ ମନ୍ଥର ଗତିରେ ଚାଲିଛି। ଦ୍ୱିତୀୟ ସ୍ପିଲ୍‌ଓ୍ବେ ନିର୍ମାଣ ଯୋଗୁ ବିସ୍ଥାପିତ ପରିବାରକୁ ଏ ପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। କ୍ଷତିପୂରଣ ରାଶି ମିଳିନାହିଁ। ଆରମ୍ଭରୁ ଏହି ପ୍ରକଳ୍ପକୁ ସ୍ଥାନୀୟ କେବୁଲ କଲୋନୀ, ପ୍ରେସ୍‌ ନଗର, ରିଂରୋଲି ମିଲ, ଫାଷ୍ଟ କ୍ୟାମ୍ପ, ଗାନ୍ଧୀନଗର ଓ ଲକ୍ଷ୍ମୀନଗର ବାସିନ୍ଦା ବିରୋଧ କରୁଥିଲେ। ମୋଟ ବିସ୍ଥାପିତ ୧୪୧୫ ପରିବାର ସଦସ୍ୟ ଆନ୍ଦୋଳନ କରି ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ୨ ଡିସିମିଲ ଜମି ସହ ଘର ନିର୍ମାଣ ପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ସ୍ଥିର ହୋଇଥିଲା। ପ୍ରଥମେ କ୍ଷତିପୂରଣ ଓ ଥଇଥାନ କଲାପରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସେହି ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପୂରଣ ହୋଇ ନ ଥିବା ଅଭିଯୋଗ ହେଉଛି। ଏବେ ବିସ୍ଥାପିତମାନେ କୁଆଡେ ଯିବେ ସେ ନେଇ ଚିନ୍ତା ବଢ଼ିଛି। ରହିବା ପାଇଁ ଘର ନାହିଁ କି ଜମି ଖଣ୍ଡିଏ ନାହିଁ। ପ୍ରାୟ ୧୫୦ ପରିବାରଙ୍କର ବିସ୍ଥାପିତ ତାଲିକାରେ ନାମ ନାହିଁ। ୭୦ ବର୍ଷ ପୂର୍ବରୁ ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ଉପରୋକ୍ତ ପରିବାର ବିସ୍ଥାପିତ ହୋଇଥିଲେ। ଆଜି ପର୍ଯ୍ୟନ୍ତ ଅଧିକାଂଶ ପରିବାର କ୍ଷତିପୂରଣ ରାଶି ପାଇପାରିନାହାନ୍ତି। ଏଥିପାଇଁ ସେମାନେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ୨ ଥର ବିସ୍ଥାପିତ ହେବା ସେମାନଙ୍କ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି। ଜମି ବାବଦ ଟଙ୍କା ପାଇ ମଧ୍ୟ ସେମାନେ ଖୁସି ନାହାନ୍ତି। ଅନ୍ୟ ସ୍ଥାନରେ ଥଇଥାନ ହୋଇ ସ୍ବାଭାବିକ ଜୀବନ ଯାପନ କରିବା କଷ୍ଟକର ହୋଇପଡିବ ବୋଲି ଅଧିକାଂଶ ବିସ୍ଥାପିତ କହିଛନ୍ତି। ତଥାପି ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୂରଣ ଦିଆଯିବାର ପ୍ରଶାସନ ଲକ୍ଷ୍ୟ ରଖିଛି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri