ଦ୍ୱିତୀୟ ଲହରରେ ୩୭ ପିଲାଙ୍କ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ):ରାଜ୍ୟରେ କରୋନା ପୁଣି ଜଣେ ଶିଶୁର ଜୀବନ ନେଇଛି। ଏଥିସହ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୨ଜଣ ଥିବାବେଳେ ଅନୁଗୋଳରୁ ୧୧, ଜଗତସିଂହପୁର ୮, କେନ୍ଦ୍ରାପଡ଼ା ୬, ବାଲେଶ୍ୱର ୫, ଢେଙ୍କାନାଳ ୪, ଭଦ୍ରକ ଓ ପୁରୀରୁ ୩ ଜଣ ଲେଖାଏ, ଯାଜପୁର, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୨ଜଣ ଲେଖାଏ ଆକ୍ରାନ୍ତ ରହିଛନ୍ତି। ଏହି ୬୮ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାର ଜଣେ ଦୁଇମାସ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଅନ୍ୟ କୌଣସି ରୋଗରେ ପୀଡ଼ିତ ନ ଥିଲେ। କେବଳ କରୋନାରେ ଶିଶୁଟିର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ଏହାକୁ ମିଶାଇ ରାଜ୍ୟରେ ଦ୍ୱିତୀୟ ଲହରରେ ମୋଟ ୩୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଅଗଷ୍ଟ ୧୦ରୁ ୩୧ ତାରିଖ ମଧ୍ୟରେ ୧୮ବର୍ଷରୁ କମ୍‌ ବୟସର ୧୩ ପିଲାଙ୍କର ଏହି ମହାମାରୀରେ ଜୀବନ ଯାଇଛି।
ସେହିପରି ରାଜ୍ୟରେ ୬୮ଜଣଙ୍କ ଜୀବନ ଯିବାପରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୯୬୯କୁ ବୃଦ୍ଧି ପାଇଛି। କେବଳ ଅଗଷ୍ଟ ମାସରେ ୨,୦୬୭ଜଣଙ୍କ ମୃତ୍ୟୁ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ। ତେବେ ଏହା ନିର୍ଦ୍ଦିଷ୍ଟ କେଉଁ ସମୟର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। କରୋନା ପିକ୍‌ରେ ଥିବାବେଳେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ଅଡିଟ୍‌ କରି ତଥ୍ୟ ଦିଆଯାଉଥିବା ବିଭାଗ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ମେ’ ମାସରେ ୬୬୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଏହାପରେ ଜୁନ୍‌ରେ ତାହା ବଢ଼ିଯାଇ ୧,୨୭୨ରେ ପହଞ୍ଚତ୍ଥିଲା ଏବଂ ଜୁଲାଇରେ ପୁଣି ବଢ଼ି ୧,୮୮୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଅନ୍ୟପଟେ ରାଜ୍ୟରେ ପୁଣି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଗତ କିଛିଦିନ ହେବ ପ୍ରାୟ ୧୫ ପ୍ରତିଶତ ଭିତରେ ଦୈନିକ ପିଲା ଚିହ୍ନଟ ହେଉଥିବା ବେଳେ ଏବେ ୧୭% ଉପରକୁ ବଢ଼ିଯାଇଛି। ଗତ ୨୪ଘଣ୍ଟାରେ ୫୭,୨୮୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୩୮ ପଜିଟିଭ୍‌ ବାହାରିଛନ୍ତି। ସେମାନଙ୍କ ମଧ୍ୟରେ କେବଳ ୧୮ବର୍ଷରୁ କମ୍‌ ବୟସର ୧୧୦ଜଣ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି, ଯାହା ମୋଟ ସଂକ୍ରମଣର ୧୭.୨୪%। ଗୋଟିଏ ପଟେ ପିଲାଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ଓ ଅନ୍ୟପଟେ ଶିଶୁ ମୃତ୍ୟୁ ଏବେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଦେଇଛି। ତେବେ ତୃତୀୟ ଲହର ମୁକାବିଲା ଓ ବିଶେଷ କରି ଶିଶୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ସକ୍ରିୟ ରୋଗୀ ସଂଖ୍ୟାରେ ରେଡ୍‌ ଜୋନ୍‌ରେ ଥିବା ଖୋର୍ଦ୍ଧା ଜିଲା ଏବେ ୟେଲୋ ଜୋନ୍‌କୁ ଆସିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri