Posted inଖେଳ

ଦ୍ୱିତୀୟ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ,୫।୧(ଏଏଫ୍‌ପି)- ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସୁବିଧାଜନକ ସ୍ଥିତିରେ ରହିଛି। ଇଂଲଣ୍ଡ ଟସ ଜିତି ପ୍ରଥମ ଇନିଂସରେ ୯୧.୫ ଓଭରରେ ୨୬୯ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭ କରି ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୪.୪ ଓଭରରେ ୮ ଉଇକେଟ ହରାଇ ୨୧୫ ରନ ସଂଗ୍ରହ କରିଛି। ଫଳରେ ୨ ଉଇକେଟ ହାତରେ ରଖି ଦକ୍ଷିଣ ଆଫ୍ରିକା ଏବେ ୫୪ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଭର୍ଣ୍ଣନ ଫିଲାଣ୍ଡର ୧୩ ରନକରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଓପନର ଡିନ୍‌ ଏଲଗାର ସର୍ବାଧିକ ୮୮, ରାସି ଭାନ ଡେର ଡୁସେନ ୬୮, ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ୨୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଚତୁର୍ଥ ଉଇକେଟରେ ଏଲଗାର ଓ ଡୁସେନ ୧୧୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଆଣ୍ଡରସନ ୩, ବ୍ରଡ ଓ ସାମ କୁରାନ ୨ଟି ଲେଖାଏ, ଡୋମିନିକ ବେସ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୨/୯ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଆଉ ମାତ୍ର ଅଧିକ ୭ ରନ କରି ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଓଲି ପୋପ୍‌ ୫୬ ରନରୁ ଖେଳ ଆରମ୍ଭ କରି ୬୧ ରନ କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ୩ ରନରୁ ଖେଳ ଆରମ୍ଭ କରି ଆଣ୍ଡରସନ ୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡ଼ା ୩, ଫିଲାଣ୍ଡର, ଡ୍ବେନ ପ୍ରିଟୋରିୟସ ଓ ଅନରିଚ୍‌ ନୋର୍ଜ ୨ଟି ଲେଖାଏ, କେଶବ ମହାରାଜ ଗୋଟିଏ ଉଇକେଟ ହାସଲ କରିଥିଲେ। ସେଞ୍ଜୁରିଆନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦୭ ରନରେ ବିଜୟୀ ହୋଇ ୧-୦ରେ ସିରିଜ ଅଗ୍ରଣୀ ହୋଇଛି।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୯୧.୫ ଓଭରରେ ୨୬୯ ରନରେ ଅଲଆଉଟ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୮୪.୪ ଓଭରରେ ୨୧୫/୮
(ଏଲଗାର- ୮୮, ଡୁସେନ- ୬୮, ଆଣ୍ଡରସନ- ୩/୩୪, ବ୍ରଡ- ୨/୩୬, କୁରାନ- ୨/୩୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri