Posted inଖେଳ

ଦ୍ୱିତୀୟ ଟି୨୦ ଆଜି : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ରାଜକୋଟ, ୭।୧୧(ପି.ଟି.)- ଦିଲ୍ଲୀରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ୧-୧ ସମାନସ୍ତରକୁ ଆଣିବା ଲକ୍ଷ୍ୟରେ ରହିଛି। ବାତ୍ୟା ‘ମହା’ ଏହି ମ୍ୟାଚ୍‌କୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି।
ରବିବାର ପ୍ରଦୂଷଣ ପ୍ରଭାବିତ ପ୍ରଥମ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପରାସ୍ତ ହୋଇଥିଲା। ପାଉଣାକୁ ନେଇ ଷ୍ଟ୍ରାଇକ କରିଥିବା ବାଂଲାଦେଶ ଖେଳାଳିମାନେ ବିବାଦରେ ଛନ୍ଦି ହୋଇପଡିଥିଲେ। ପୁଣି ତାରକା ଅଲରାଉଣ୍ଡର ଶକବ ଅଲ ହାସନ ଓ ଅନ୍ୟ କେତେଜଣ ବରିଷ୍ଠ କ୍ରିକେଟରଙ୍କ ଅନୁପସ୍ଥିତି ସତ୍ତ୍ୱେ ବାଂଲାଦେଶ ଦମ୍‌ଦାର ପ୍ରଦର୍ଶନ କରି ଭାରତକୁ ଚକ୍‌ମା ଦେଇଥିଲା। ଏହା ନିଶ୍ଚିତ ଭାବେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟକୁ ବ୍ୟଥିତ କରିଥିବ। ଟେଷ୍ଟ ଓ ଦିନିକିଆରେ ଭାରତ ଯେଉଁଭଳି ସଫଳତା ଅର୍ଜନ କରିଛି ଟି୨୦ରେ ଅବଶ୍ୟ ଆଶାନୁରୂପ ଭାବେ ସଫଳ ହୋଇନାହିଁ। ଏହି ଫର୍ମାଟରେ ଭାରତ ଅବଶ୍ୟ ଉନ୍ନତ ପ୍ରଦର୍ଶନ କରିବାକୁ ଚାହିଁବ। ଭାରତ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ପରାସ୍ତ ହୋଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜକୁ ଡ୍ର ରଖିଥିଲା। ଅବଶ୍ୟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କ୍ଲିନ୍‌ ସୁଇପ୍‌ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କ ସମେତ କେତେଜଣ ସିନିୟର କ୍ରିକେଟରଙ୍କ ଅନୁପସ୍ଥିତି ଦଳରେ ସାମିଲ ହୋଇଥିବା ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଯୁବ ଖେଳାଳିମାନେ ନିଜ ପ୍ରତିଭା ଓ ଦକ୍ଷତା ପ୍ରମାଣ କରିବାର ଭରପୂର ସୁଯୋଗ ପାଇବେ।
ତେବେ ବାତ୍ୟା ‘ମହା’ ପ୍ରଭାବ କିପରି ରହୁଛି ତାହା ଦେଖିବାକୁ ବାକି ରହିଲା। ମ୍ୟାଚ୍‌ ଦିନ ହିଁ ଏହି ବାତ୍ୟା ଗୁଜରାଟ ଉପକୂଳକୁ ଛୁଇଁବ। ପ୍ରଥମ ମ୍ୟାଚ୍‌ରେ ଭାରତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ବୋଲି ଭାରତୀୟ କାମଚଳା ଅଧିନାୟକ ରୋହିତ ଶର୍ମା ସ୍ବୀକାର କରିଛନ୍ତି। ପଡିଆରେ ଭାରତ ଭଲ ଖେଳି ନ ଥିଲା। କେତୋଟି ତ୍ରୁଟିପୂର୍ଣ୍ଣ ଡିଆରଏସ୍‌ ଦଳ ପାଇଁ ମହଙ୍ଗା ପଡିଥିଲା ବୋଲି ସେ କହିଛନ୍ତି। ଏହି ପରାଜୟ ଅବଶ୍ୟ ଭାରତର ଆଖି ଖୋଲିଦେଇଛି। ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଫର୍ମ ଓ ଷ୍ଟ୍ରାଇକ୍‌ରେଟ୍‌ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଯଦି ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୁଏ ତାହେଲେ ସିରିଜ ପରାଜୟବରଣ କରିବ। ଏପରିସ୍ଥଳେ ଭାରତୀୟ ଦଳ ବହୁ ପ୍ରଶ୍ନର ସମ୍ମୁଖୀନ ହେବ। ଆଉ ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଟି୨୦ରେ ଭାରତ ମାତ୍ର ୧୪୮ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ଅତି ସୁନ୍ଦରଭାବେ ବ୍ୟାଟିଂ କରି ଦଳକୁ ଜିତାଇଥଲେ।
ଧାଓ୍ବନ ୪୨ଟି ବଲ୍‌ ଖେଳି ମାତ୍ର ୪୧ ରନ ସଂଗ୍ରହ କରିଥିଲେ। ଯଦି ଆଗାମୀ ଦୁଇଟି ମ୍ୟାଚ୍‌ରେ ସେ ଭଲ ନ ଖେଳନ୍ତି ତାହେଲେ ତାଙ୍କ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି। ସେହିପରି ଲୋକେଶ ରାହୁଲ ଟେଷ୍ଟ ଦଳରୁ ସ୍ଥାନ ହରାଇବା ପରେ ଟି୨୦ ଦଳରେ ସ୍ଥାନ ପକ୍କା କରିବାକୁ ଚାହାନ୍ତି। ତେବେ ତାଙ୍କୁ ଏଥିପାଇଁ ଭଲ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ମ୍ୟାଚ୍‌ରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାରଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ବିଫଳ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ଦୁଇ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ଶିବମ ଦୁବେ ନିରାଶ କରିଥିଲେ। ଏହି ମ୍ୟାଚ୍‌ରେ ଯୁବ ଖେଳାଳିମାନଙ୍କୁ ନିଜ ଚୟନର ଯଥାର୍ଥତା ପ୍ରତିପାଦନ କରିବାକୁ ହେବ। ମ୍ୟାଚ୍‌ ପରିସ୍ଥିତି ନେଇ ଏମାନଙ୍କୁ ଖେଳିବାକୁ ହେବ। ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ ମ୍ୟାନେଜମେଣ୍ଟ ଶିବମ ଦୁବେଙ୍କୁ ଖେଳାଇବ କି ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଖେଳାଇବ ତାହା ଦେଖିବାକୁ ବାକି ରହିଲା। ଯଦି କର୍ନାଟକ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଖେଳନ୍ତି ତାହେଲେ ଏମାନଙ୍କ ମଧ୍ୟରୁ ଜଣକୁ ବେଞ୍ଚ୍‌ରେ ବସିବାକୁ ପଡିବ।
ଅନଭିଜ୍ଞ ବୋଲିଂ ବିଭାଗ ଭାରତ ପାଇଁ ଚିନ୍ତା ସୃଷ୍ଟି କରିଛି। ଦ୍ରୁତ ବୋଲର ଖଲିଲ ଅହମ୍ମଦ ୪ ଓଭରରେ ୩୭ ରନ ବ୍ୟୟ କରିଥିଲେ। ୧୯ତମ ଓଭରରେ ସେ କ୍ରମାଗତ ୪ଟି ଚୌକା ଦେଇଥିଲେ। ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଇପାରେ। ସେହିପରି ସ୍ପିନର ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଓ କ୍ରୁନାଲ ରନ୍‌ ରୋକିବା ସହିତ ବ୍ରେକ୍‌ ଥ୍ରୁ ଦେବା ନିହାତି ଜରୁରୀ ହୋଇପଡିଛି।
ଅପରପକ୍ଷରେ ୯ଟି ମ୍ୟାଚ୍‌ ଖେଳି ବାଂଲାଦେଶ ଭାରତ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ହାସଲ କରି ବେଶ୍‌ ଉତ୍ସାହିତ ହୋଇପଡିଛି। ଆଉ ଏକ ମ୍ୟାଚ୍‌ ଜିତି ବାଂଲାଦେଶ ସିରିଜ ବିଜୟ ଲକ୍ଷ୍ୟରେ ରହିଛି। ତାମିମ ଇକବାଲ ଓ ଶକିବଙ୍କ ଅନୁପସ୍ଥିତିରେ ମୁସ୍‌ଫିକର ରହିମ ଆଉ ଏକ ଦମ୍‌ଦାର ଇନିଂସ ଖେଳିବେ ଓ ବାଂଲାଦେଶ ସ୍ପିନର ଅମିନୁଲ ଇସ୍‌ଲାମ ଓ ଦ୍ରୁତ ବୋଲର ସଫିଉଲ ଇସ୍‌ଲାମ ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ ଭାରତ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ଫଳରେ ଏହି ମୁକାବିଲାରେ ସଂଘର୍ଷପୂର୍ଣ୍ଣ ଓ ରୋମଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ରାହୁଲ ଚହର, ଶିଖର ଧାଓ୍ବନ, ଶିବମ୍‌ ଦୁବେ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କ୍ରୁନାଲ ପାଣ୍ଡ୍ୟା, ରିଷଭ ପନ୍ତ, ଲୋକେଶ ରାହୁଲ, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର।
ବାଂଲାଦେଶ ଦଳ: ମହମୁଦୁଲ୍ଲା ରିୟାଦ (ଅଧିନାୟକ), ତାଇଜୁଲ ଇସ୍‌ଲାମ, ମହମ୍ମଦ ମିଥୁନ, ଲିଟନ କୁମାର ଦାସ, ସୌମ୍ୟ ସରକାର, ନାଇମ ଶେଖ, ମୁସ୍‌ଫିକର ରହିମ, ଅଫିପ୍‌ ହୋସେନ, ମୋସାଡେକ ହୋସେନ, ଅମିନୁଲ ଇସ୍‌ଲାମ, ଆରାଫତ ସନ୍ନୀ, ଅବୁ ହାଇଦର, ଅଲ- ଅମିନ ହୋସେନ, ମୁସ୍ତାଫିଜୁର ରହମାନ ଓ ସାଫିଉଲ ଇସ୍‌ଲାମ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ସ୍ଥାନ: ରାଜକୋଟ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri