ଦ୍ରୁତଗତିରେ ଟ୍ରକ ଚଳାଇବାକୁ ନେଇ ଡ୍ରାଇଭରଙ୍କୁ ମାଡ଼: ଶାନ୍ତି କମିଟି ବୈଠକ ଜାରି

ଢେଙ୍କିକୋଟ, ୩୧ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଦ୍ରୁତଗତିରେ ଟ୍ରକ ଚଳାଚଳକୁ ନେଇ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଛି ା
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ସାଢେ ୧୨ଟା ବେଳେ ସାନ୍ତରାପୁର ଗ୍ରାମର ଟୁକୁନା ପାତ୍ର (୩୦) ଏକ ୧୨ ଚକିଆ ଟ୍ରକକୁ ଦ୍ରୁତଗତିରେ ଚଳାଇ ଗାଁ ରାସ୍ତା ଦେଇ ଯାଉଥିଲେ ା ଏହା ଦେଖି ସାନ୍ତରାପୁର ମୁସଲିମ ବସ୍ତିର ଜଣେ ଯୁବକ ଓ ତାଙ୍କର ଅନ୍ୟ ସହଯୋଗୀ ବାଇକରେ ସେହି ଟ୍ରକ୍‌କୁ ପିଛା କରି ଢେଙ୍କିକୋଟ ବାରାହା ଟିପୁରା ଛକରେ ଅଟକାଇଥିଲେ ା ଏହା ପରେ ସେମାନେ ଟୁକୁନାଙ୍କୁ ଦ୍ରୁତ ଗତିରେ କାହିଁକି ଟ୍ରକ ଚଳାଉଛୁ ବୋଲି ପ୍ରଶ୍ନ କରିଥିଲେ ା ଏହାକୁ ନେଇ ଟୁକୁନାଙ୍କ ସହିତ ସେମାନଙ୍କ ବଚସା ହୋଇଥିଲା ା ଏହାପରେ ସେମାନେ ଟୁକୁନାକୁ ନିସ୍ତୁକ ମାଡ ମାରିଥିଲେ। ଏ କଥା ଜଣାପଡିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଗ୍ରାମବାସୀ ଏକାଠି ହୋଇ ଟୁକୁନାଙ୍କୁ ମାଡ଼ ମାରିଥିବା ଯୁବକଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ ା ଏଥିପାଇଁ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ସଦଳବଳେ ସାନ୍ତରାପୁର ଗ୍ରାମରେ ପହଞ୍ଚି ପରିସ୍ଥିତକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ା ଖବର ପାଇ ଘଟଗାଁ ଥାନା ଆଇଆଇସି ବନ୍ଦନା ପାତ୍ର, ଏସ୍‌ଡିପିଓ ରବିନ୍ଦ୍ର ମଲିକ ପୋଲିସ ଫୋର୍ସ ସହିତ ସାନ୍ତରାପୁରରେ ପହଞ୍ଚି ଉଭୟ ପକ୍ଷକୁ ଡାକି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ା ହେଲେ କିଛି ଲାଭ ହୋଇ ନ ଥିଲା ା ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଲାଗି ରହିଛି ା ଏହାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ା ଶାନ୍ତି କମିଟି ଜରିଆରେ ଏହି ବିବାଦର ସମାଧାନ ପାଇଁ ୨ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ ା ଏହା ପରେ ବି ଶାନ୍ତି କମିଟିର ସଭାପତି ଅଲେଖଚନ୍ଦ୍ର ସିଂହ, ସମ୍ପାଦକ ସେକ ଆୟୁବ ହୋସେନ, ବସ୍ତି ମୁଖିଆ ସେକ ତାହିର, ପଞ୍ଚାୟତ ସରପଞ୍ଚ ଅନାଦି ଚରଣ ସିଂହ, ସମିତି ସଭ୍ୟ କାର୍ତ୍ତିକ ଚନ୍ଦ୍ର ସିଂହ, ସଦସ୍ୟ ସେକ ଦଲିଲ, ସେକ ରହିମ ସେକ ହାଇଦର, ପବିତ୍ର ମୋହନ ସିଂହ, ଭିମସେନ୍‌ ସିଂହ, କୀର୍ତ୍ତନ ବିହାରୀ ନାୟକ ପ୍ରମୁଖ ପଞ୍ଚାୟତ ସଭାଗୃହରେ ବସି ଏହି ବିବାଦର ସମାଧାନ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?