Posted inଖେଳ

ଦୋହା ଟ୍ରେନିଂ : ଓଡ଼ିଶା ଏଫ୍‌ସି ଯୁବ ଫୁଟବଲରଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି

ଭୁବନେଶ୍ୱର,୩।୩(ପି.ଟି.)- କାତାର ରାଜଧାନୀ ଦୋହାରେ ଟ୍ରେନିଂ ନେଇ ଫେରିଛନ୍ତି ଓଡ଼ିଶା ଏଫସି୍‌ର ଜୁନିୟର ଫୁଟବଲର। ଦେବେନ ସାହନୀ, ରେଉବେନ ଲେଟଖୋଟିନ୍‌ଚନ, ସିଭିଏଲ୍‌ ରେମଟଲୁଆଙ୍ଗା ଓ ଏସ୍‌. ଲାଲହରେଜୁଆଲା ଦୋହାର ଆସପାୟାର ଏକାଡେମୀରେ ପ୍ରଶିକ୍ଷଣ ନେଇଛନ୍ତି। ଫଳରେ ଏହି ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହି ଯୁବ ଫୁଟବଲରମାନେ ଦିଲ୍ଲୀ ଡାଇନାମୋସ (ଏବେକାର ଓଡ଼ିଶା ଏଫ୍‌ସି)ର ୧୮ ବର୍ଷରୁ କମ୍‌ ଦଳର ସଦସ୍ୟ ଥିଲେ। ୨୦୧୮-୧୯ ସେସନରେ ଏମାନେ ଦିଲ୍ଲୀ ଜୋନ୍‌ରେ ଏଲିଟ ଲିଗ୍‌ରେ ନିଜ ଦଳକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ମଣିପୁର ଟିନ୍‌ଏଜର ରୁବେନ ପିଲାବେଳୁ ପିତାଙ୍କୁ ହରାଇଥିଲେ। ତାଙ୍କ ଭାଇ ଏବେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କ ମା ମଧ୍ୟ ବିଭିନ୍ନ କାରଣରୁ ଗୁରୁତର ଭାବେ ଅସୁସ୍ଥ ରହିଆସୁଛନ୍ତି। କିନ୍ତୁ ରୁବେନ ଫୁଟବଲକୁ କ୍ୟାରିୟର ରୂପେ ଚୟନ କରିଥିଲେ ଓ ଏବେ ଏହା କାମରେ ଆସୁଛି। ଆସପାୟାର ହେଉଛି ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ। ଏଠାରେ ପ୍ରଶିକ୍ଷଣ ନେଇ ଏବେ ମୁଁ ନିଜକୁ ଜଣେ ଉନ୍ନତ ଖେଳାଳିରେ ପରିଣତ କରିଛି। ଅଧିକ ଦାୟିତ୍ୱ ସମ୍ପନ୍ନ ହେବା ସହ ମୋର ଟେକ୍‌ନିକ୍‌ରେ ମଧ୍ୟ ଉନ୍ନତି ହୋଇଛି ବୋଲି ରେଉବେନ୍‌ କହିଛନ୍ତି। ରେଉବେନ ୨୦୧୮ ଜାନୁୟାରୀରେ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିଲେ।
ସେହିପରି ଦିଲ୍ଲୀ ଡିଫେଣ୍ଡର ଦେବେନ ୨୦୧୮ ଫେବୃୟାରୀରେ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିଲେ। ଭବିଷ୍ୟତରେ ଦେବେନ ଉନ୍ନତ ପ୍ରଦର୍ଶନ କରି କ୍ଲବ ଓ ଦେଶକୁ ଗର୍ବିତ କରାଇବା ଲକ୍ଷ୍ୟରେ ରହିଛନ୍ତି। ଦୋହାରେ ଟ୍ରେନିଂର ଅଭିଜ୍ଞତା ବେଶ୍‌ ଭଲ ଥିଲା। ସେଠାରେ ଭିତ୍ତିଭୂମି ଓ ସୁବିଧାସୁଯୋଗ ବିଶ୍ୱସ୍ତରୀୟ ବୋଲି ସେ କହିଛନ୍ତି। କୋଚ୍‌ମାନେ ପେସାଦାର ଢଙ୍ଗରେ ପ୍ରଶିକ୍ଷଣ ଦେଉଥିଲେ। ସେହିପରି ଏଭଳି ଏକ ବିଶ୍ୱସ୍ତରୀୟ ଏକାଡେମୀରେ କୋଚିଂ ନେଇ ସିଭିଏଲ ରେମଟଲୁଆଙ୍ଗା ଓ ଏସ୍‌. ଲାଲହରେଜୁଆଲା ଖୁସି ଜାହିର କରିଛନ୍ତି। ଏହି ପ୍ରଶିକ୍ଷଣରୁ ଆମେ ବହୁତ କିଛି ଶିକ୍ଷା କରିଛୁ ବୋଲି ରେମଟଲୁଆଙ୍ଗା କହିଛନ୍ତି। ଭବିଷ୍ୟତରେ ଏହା ଆମର କାମରେ ଆସିବ। ଏହି ପ୍ରଶିକ୍ଷଣ ନେବା ଦ୍ୱାର ଆମର ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଛି।
ଉଲ୍ଲେଖଥାଉ କି, ଓଡ଼ିଶା ଏଫ୍‌ସି ଦୋହାର ଏହି ଏକାଡେମୀ ସହ ୨୦୧୭-୧୮ରୁ ଜଡିତ ରହିଆସିଛି। ଡିଫେଣ୍ଡର ଶୁଭମ ଷଡଙ୍ଗୀ ଏହି ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ଏବେ ସେ ଓଡ଼ିଶା ଏଫ୍‌ସିର ସିନିୟର ଦଳରେ ନିୟମିତ ଭାବେ ଖେଳିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri