Posted inଭଦ୍ରକ

ଦୋକାନୀ, ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ

ପଦ୍ମପୁର,୧୪ା୪(ଡି.ଏନ୍‌.ଏ.)- କରୋନା ମହାମାରୀ ପାଇଁ ଓଡ଼ିଶାରେ ଲକ୍‌ ଡାଉନ ଘୋଷଣା ହୋଇଛି। ଏହି ପରିସ୍ଥିତିରେ କେତେକ ଅସାଧୁ ବ୍ୟବସାୟୀ ଚଢା ଦାମ୍‌ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏନେଇ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି। ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ ବାସୁଦେବପୁର ବଜାରରେ ଡାଲି ଓ ତେଲକୁ ନିର୍ଦ୍ଧାରିତ ଦାମ୍‌ ଠାରୁ ଅଧିକ ଦାମରେ ବିକୁଥିବାରୁ ୩ ଜଣ ଦୋକାନୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଜରିମାନା ଆଦାୟ କରିଛନ୍ତି। ସୁଦର୍ଶନପୁର ମାଛହାଟ ଠାରେ ଦୁଇଟି ଲୁଗା ଦୋକାନ ଖୋଲା ରଖିଥିବାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ ପଦ୍ମପୁର-ବିରସ ରାସ୍ତାରେ ଯାଉଥିବା କୋଇଲା ଗାଡ଼ି ଠାରୁ ୫ ହଜାର ଜରିମାନା ଆଦାୟ କରିଛନ୍ତି। ୧୪ଟି ବାଇକ୍‌ ଠାରୁ ୨୮ ହଜାର ଓ ଲକ୍‌ ଡାଉନ ନିୟମ ନ ମାନି ବାହାରେ ବୁଲୁଥିବା ଲୋକମାନଙ୍କ ଠାରୁ ୬ ହଜାର ଜରିମାନା ଆଦାୟ କରିଛନ୍ତି। ଏଥିସହ ମାସ୍କ ପିନ୍ଧିବା ପାଇଁ ସଚେତନତା ସୃଷ୍ଟି କରିବା ସହ ୧୦୦ ମାସ୍କ ତହସିଲଦାର ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?