ଦେଶରେ ଉଗ୍ର ସ୍ଥିତି

ନୂଆଦିଲ୍ଲୀ,୨୨ା୫: ଭାରତରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି। ଅଦ୍ୟାବଧି ଦେଶରେ ୧ ଲକ୍ଷ ୧୫ ହଜାର ୨୭୭ ଜଣ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଗୁରୁବାର ସୁଦ୍ଧା ମୃତ୍ୟୁସଂଖ୍ୟା ୩,୪୯୩କୁ ବୃଦ୍ଧିପାଇଛି। ଏପର୍ଯ୍ୟନ୍ତ ପ୍ରାୟ ୪୭ ହଜାର ରୋଗୀ ସୁସ୍ଥହୋଇ ଘରକୁ ଫେରିଥିଲେ ସୁଦ୍ଧା ପ୍ରବାସୀଙ୍କ ଆଗମନ ଯୋଗୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
କେବଳ ମହାରାଷ୍ଟ୍ରରେ ୩୯, ୨୯୭ ସଂକ୍ରମିତ ରହିଥିବାବେଳେ ୧,୩୯୦ ଜଣଙ୍କ ଜୀବନ ଗଲାଣି। ଦୁଇ ନମ୍ବରରେ ଥିବା ତାମିଲନାଡ଼ୁରେ ୧୩,୯୬୭ ସଂକ୍ରମିତ ଥିବାବେଳେ ପ୍ରାଣ ହରାଇଲେଣି ୯୫। ୨୪ ଘଣ୍ଟା ମଧ୍ୟରେ ଏଠାରେ ୭୭୬ ନୂଆ ମାମଲା ସାମ୍ନାକୁ ଆସିଛି। ଗୁଜରାଟରେ ୧୨, ୯୧୦ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ୭୭୩ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଦିଲ୍ଲୀରେ ୧୧,୬୫୯, ମଧ୍ୟପ୍ରଦେଶରେ ୫,୯୮୧, ରାଜସ୍ଥାନରେ ୬,୧୫୪, ଉତ୍ତରପ୍ରଦେଶରେ ୫,୩୫୬, ପଶ୍ଚିମବଙ୍ଗରେ ୩,୧୦୩, ଆନ୍ଧ୍ରପ୍ରଦେଶରେ ୨,୬୦୫ ସଂକ୍ରମିତ ଥିବା ଜଣାପଡ଼ିଛି। ଏହିସବୁ ରାଜ୍ୟରେ ଯଥାକ୍ରମେ ୧୯୪, ୨୭୧, ୧୫୦, ୧୨୭, ୨୫୩, ୫୪ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏକାଧିକ ନୂଆ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି। ଔଷଧ ନ ବାହାରିବା କାରଣରୁ ଲୋକଙ୍କ ମଧ୍ୟରେ ଏନେଇ ଆତଙ୍କ ଖେଳିଯାଇଛି। କେବଳ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପିନ୍ଧିବା ଛଡ଼ା କରୋନାରୁ ବର୍ତ୍ତିବା ଲାଗି ଅନ୍ୟ କୌଣସି ଉପାୟ ନାହିଁ। ଏଥିଲାଗି ସରକାରୀ ଆଇନକୁ ମାନି ଲୋକମାନେ ଅଧିକ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri