Posted inଜାତୀୟ

ଦେଶର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ପାଠ ପଢ଼ାଉଛନ୍ତି ସାଇକେଲ୍‌ ଗୁରୁ

ମିର୍ଜାପୁର,୧୨।୧୧: ସାଇକେଲରେ ଭ୍ରମଣ କରି ଦେଶର ବିଭିନ୍ନ ଅଞ୍ଚଳରେ ପାଠ ପଢ଼ାଉଛନ୍ତି ସାଇକେଲ ଗୁରୁ ଆଦିତ୍ୟ କୁମାର। ସେ ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରି ୫ ଲକ୍ଷ କିଲୋମିଟର ପଥ ଅତିକ୍ରମ କରିଛନ୍ତି। ଇତିମଧ୍ୟରେ ସେ ବହୁ ଲୋକଙ୍କୁ ଭେଟି ଶିକ୍ଷାଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି। ଦେଶରେ ଶିକ୍ଷା ନେଇ ସଚେତନତା ସୃଷ୍ଟି ପାଇଁ ୨୦୧୫ ଜାନୁୟାରୀ ୧୨ରେ ସେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ଭ୍ରମଣ ସମୟରେ ୧୦ ହଜାର ଥର ସେ ଫୁଟପାଥ୍‌ରେ ଶୋଇଛନ୍ତି। ତେବେ ନିଜ କର୍ତ୍ତବ୍ୟ ପଥରୁ ସେ ଓହରି ନାହାଁନ୍ତି। ବିବିସି ପକ୍ଷରୁ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଶିକ୍ଷକ ଭାବେ ନାମିତ କରାଯାଇଛି। ଆଦିତ୍ୟଙ୍କ ନାମରେ ୫୬ଟି ବିଶ୍ୱ ରେକର୍ଡ ରହିଛି। ଫରୁଖାବାଦ୍‌ରେ ୧୯୭୦ ଜୁଲାଇ ୧୮ରେ ତାଙ୍କର ଜନ୍ମ ହୋଇଥିଲା। ସମାଜସେବା ପାଇଁ ୨୫ ବର୍ଷ ବୟସରେ ସେ ଘର ଛାଡିଥିଲେ। ଲୋକଙ୍କ ସେବା ଲାଗି ସେ ବିବାହ ମଧ୍ୟ କରି ନାହାଁନ୍ତି। ଭ୍ରମଣ ସମୟରେ ସେ ବହୁ ଛାତ୍ରୀଛାତ୍ରଙ୍କୁ ପାଠ ମଧ୍ୟ ପଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri