ଦେବଗଡରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ

ଦେବଗଡ, ୬ା୫(ଡି.ଏନ.ଏ.): କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ଦେବଗଡ ଜିଲା ନିମନ୍ତେ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଶକ୍ତି ବିଭାଗର ସଚିବ ବିଷ୍ଫୁପଦ ସେଠୀ ଏବଂ ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ବୁଧବାର ଦେବଗଡ ଜିଲା ଗସ୍ତରେ ଆସିଥିଲେ। ଜିଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ମୁକାବିଲା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ପ୍ରସ୍ତୁତି ଉପରେ ଅଧିକାରୀ ଦ୍ୱୟ ଆଲୋଚନା କରଥିଲେ। ସ୍ଥାନୀୟ ସାର୍କିଟ୍‌ ହାଉସଠାରେ ଆୟୋଜିତ ବୈଠକରେ ସେମାନେ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲାର କଣ୍ଟେନମେଣ୍ଟ ଅଞ୍ଚଳର ପରିସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଜିଲାର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। କଣ୍ଟେନମେଣ୍ଟ ଅଞ୍ଚଳରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ସେମାନେ ଜିଲା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର, କୋଭିଡ ପ୍ରଯତ୍ନ କେନ୍ଦ୍ର, ଆଇସୋଲେଶନ ସେଣ୍ଟର ଏବଂ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଜିଲାପାଳ ସୁଧାଂଶୁ ମୋହନ ସାମଲ, ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଧରମ ହାଁସଦା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନ୍‌ସେଣ୍ଟ ପୁନମ କାନ୍ତ ଏକ୍କା, ଉପଜିଲାପାଳ ବ୍ରଜବନ୍ଧୁ ଭୋଇ, ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ. ମନୋଜ କୁମାର ଉପାଧ୍ୟାୟ ଏବଂ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ ସହ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ-୨୦୨୬: ଜିଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେଲେ ମନ୍ତ୍ରୀ

ଦାରିଙ୍ଗବାଡି, ୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଣୀଦୁର୍ଗା ରେସିଡେନ୍ସୀ ପରିସର ମଧ୍ୟରେ ଭାଜପା ପକ୍ଷରୁ ୨ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ -୨୦୨୬…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ଇରାନ-ଆମେରିକା ଯୁଦ୍ଧ ସମ୍ପର୍କରେ ପୁଣିଥରେ ଆସିଲା ଅଶୁଭ ସଙ୍କେତ: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ, ୨୭।୫: ବିଶ୍ୱ ପୁଣିଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି ଯେଉଁଠାରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇ ପାରେ।…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri